ଓଡ଼ିଶା ଭାସ୍କର: ଶ୍ରୀଲଙ୍କାରୁ ପହଁରି ପହଁରି ଚାଲି ଆସିଲେ କଇଁଛ । ଏବେ ଶ୍ରୀଲଙ୍କାର ପାଣି ଆଉ କଇଁଛ ମାନଙ୍କୁ ଭଲ ଲାଗୁ ନାହିଁ । ପୁରୀ ଏବଂ ବ୍ରହ୍ମପୁର ମୁହାଁ ହେଉଛନ୍ତି ଅଲିଭ ରିଡଲେ କଇଁଛ । ବିରାଟ ବିରାଟ କଇଁଛ ଶ୍ରୀଲଙ୍କାକୁ ଭୁଲି ଏବେ ପୁରୀ ଏବଂ ବ୍ରହ୍ମପୁର ମୁହାଁ । ସମୁଦ୍ରରେ ଶ୍ରୀଲଙ୍କା କଇଁଛ ପ୍ରବ ମାତ୍ରାରେ ଦେଖିବାକୁ ମଳୁଛନ୍ତି । ଯୋଡ଼ି ଯୋଡ଼ି ହୋଇ ବୁଲୁଛନ୍ତି କଇଁଛମାନେ । ତେବେ ଏମିତି କିଛି ଦୃଶ୍ୟ ଦେଖିବାକୁ ମଳିଛି ପୁରୀ ଏବଂ ବ୍ରହ୍ମପୁରର କିଛି ମୁହାଣରେ । ଯାହାକୁ ଦେଖିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ ନିଶ୍ଚିତ । ପାଣିରେ ପହଁରୁ ଆସି ବାଲି ଉପରେ ଅଣ୍ଡା ମଧ୍ୟ ଦେଉଛନ୍ତି ।
ପୁରୀ ଏବଂ ବ୍ରହ୍ମପୁରରେ ଭର୍ତ୍ତି ହୋଇଛନ୍ତି ଶ୍ରୀଲଙ୍କାର କଇଁଛ । ୨୭ ଦିନର ଯାତ୍ରା କରି ଶ୍ରୀଲଙ୍କାରୁ ଓଡ଼ିଶା ସମୁଦ୍ରରେ ଆସି ପହଞ୍ଚିଛନ୍ତି । ଗଞ୍ଜାମ ଉପକୂଳ ପ୍ରୟାଗୀ ଠାରୁ ସୁନାପୁର ପର୍ଯ୍ୟନ୍ତ ପ୍ରାୟ ୫୮କିମି ବେଳାଭୂମି ରହିଥିବା ବେଳେ କଇଁଛ ମାନେ ରୂଷିକୁଲ୍ୟା ବେଳାଭୂମି ଉପରେ ଅଣ୍ଡାଦାନ କରିଥାନ୍ତି । ଏଥିପାଇଁ କଇଁଛମାନେ ପ୍ରତିବର୍ଷ ଶ୍ରୀଲଙ୍କା ଉପକୂଳରୁ ଓଡ଼ିଶାକୁ ଚାଲି ଆସିଥାନ୍ତି । ଓଡ଼ିଶା ଉପକୂଳରେ ନଭେମ୍ବରରୁ ଏପ୍ରିଲ ପର୍ଯ୍ୟନ୍ତ ରହି ଅଣ୍ଡା ଦାନ କରିଥାନ୍ତି । ଏହା ପରେ ପୁଣିଥରେ ଖାଦ୍ୟ ଅନ୍ୱେଷଣରେ ଚାଲିଯାଇଥନ୍ତି ଶ୍ରୀଲଙ୍କା ।
ସେହିଭଳି ପୁରୀ ଜିଲ୍ଲାର ଅସ୍ତରଙ୍ଗ ଦେବୀ ନାସି ଠାରୁ କେଳୁଣୀ ମୁହାଣ ସମୁଦ୍ରରେ ଏବେ କଇଁଛ ମାନେ ପହଞ୍ଚିଥିବାରୁ ମାଛ ଧରିବା ଉପରେ କଟକଣା ଲଗା ଯାଇଛି । ଟ୍ରଲର ମାନଙ୍କ ୁ ୨୦ କିଲୋମିଟର ପରିଧି ମଧ୍ୟରେ ମାଛ ଧରିବାକୁ ପୁରାପୁରି ବାରଣ କରାଯାଇଛି । ବନବିଭାଗ କର୍ମଚାରୀ ମାନେ ଅହରହ ସର୍ଚ୍ଚ ଅପରେସନ କରୁଛନ୍ତି । ବ୍ରହ୍ମପୁରରେ ଏନେଇ ସୁରକ୍ଷା ଦାୟିତ୍ୱରେ ୧୧ ଟି ଟିମକୁ ରଖା ଯାଇଛି । ଯଦି ଦେଖିବା ଗୋଟିଏ ମାଇ କଇଁଛ ପାଖା ପାଖି ୧୬୦ଟି ଅଣ୍ଡା ଦେଇଥାଏ । ଅଣ୍ଡା ଦେବାର ସ୍ଥାନ ଏକ ଫୁଟ ଗୋଲେଇ ଓ ଦେଢ଼ ଫୁଟ ଗଭୀର ହୋଇଥାଏ । ଅଣ୍ଡାଦାନର ୫୦ ଦିନ ପରେ ଅଣ୍ଡାରୁ ଛୁଆ ବାହରିବା ଆରମ୍ଭ ହୋଇଥାଏ ।