ପୁଣ୍ୟର ଭଣ୍ଡାର କାର୍ତ୍ତିକ ପୂର୍ଣ୍ଣିମା, କେମିତି କରିବେ ପୂଜା, ପାଇବେ ସୁଫଳ

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ କାର୍ତ୍ତିକ ମାସ ଓ ପୂର୍ଣ୍ଣିମାର ବହୁ ମହତ୍ୱ ରହିଛି । ଏହି ଦିନରେ ଧର୍ମ କର୍ମ କରିଲେ କୋଟି ପୁଣ୍ୟ ମିଳିବାର ମାନ୍ୟତା ରହିଛି । ଏହି ଦିନରେ ନଦୀରେ ବୁଡ ଦେଇ ସୂର୍ଯ୍ୟ ଆରାଧନାରେ ବହୁ ଶୁଭ ଫଳ ମାଳିଥାଏ । ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୧୫ ନଭେମ୍ବରକୁ ପଡୁଛି । ତେବେ ଏହି ଦିନରେ କଣ କଲେ ଭଗବାନଙ୍କ ଆଶୀର୍ବାଦ ଲାଭ କରିବେ ଓ ପୁଣ୍ୟ ଅର୍ଜନ କରିବେ ସେ ନେଇ ଆସନ୍ତୁ ଜାଣିବେ ।

କାର୍ତ୍ତିକ ମାସର ଶେଷ ଦିନ ଅର୍ଥାତ୍ ପୂର୍ଣ୍ଣିିମାରେ ଲୋକମାନେ ପବିତ୍ର ନଦୀରେ ସ୍ନା କରିଥାନ୍ତି । ନିଜ ନିଜ ସାମର୍ଥ ଅନୁଯାୟୀ ଦାନ ମଧ୍ୟ କରନ୍ତି । ତେବେ ଏହି ଦିନରେ ଯଦି ଆପଣଙ୍କ ଦ୍ୱାରକୁ କେହି ଆସୁଛି, ତେବେ ତାକୁ ଖାଲି ହାତରେ ପଠାନ୍ତୁ ନାହିଁ । ଏଥିସହ, ଗରିବ, ଅସହାୟ, ବୃଦ୍ଧବୃଦ୍ଧାଙ୍କୁ ଆଘାତ ଦେବା ପରି କଥା କୁହନ୍ତୁ ନାହିଁ ।

ଏହି ଦିନରେ କାହାରି ଅପମାନ, ଜାଣତରେ ବା ଅଜାଣତରେ କରିବାରୁ ନିବୃତ୍ତ ହୁଅନ୍ତୁ । ଏପରି କଲେ ଦେବତା ରୁଷ୍ଟ ହେବେ ଓ ଆପଣଙ୍କୁ ଦୋଷ ଲାଗିବ ।

କାର୍ତ୍ତିକ ପୂର୍ଣ୍ଣିମା ଦିନ ସାତ୍ୱିକ ଭୋଜନ ଓ ବ୍ରହ୍ମଚର୍ଯ୍ୟ ପାଳନ କରିବାକୁ ଶାସ୍ତ୍ରରେ ଉଲ୍ଲେଖ ରହିଛି । ଏମିତି କଲେ ବହୁ ଶୁଭଫଳ ମିଳିଥାଏ ।

ଦାନଧର୍ମ ପାଇଁ କାର୍ତ୍ତିକ ପୂର୍ଣ୍ଣିମାକୁ ସର୍ବୋକ୍ରୃଷ୍ଟ ବୋଲି କୁହାଯାଏ । ତେବେ ଏହି ଦିନରେ ରୂପା ବସନ ବା ଦୁଗ୍ଧ ଦାନ ଦେବା ପାପ ହୋଇଥାଏ । ଏପରି କରିବା ଦ୍ୱାରା ଚନ୍ଦ୍ର ଦୋଷ ଲାଗିଥାଏ । ବହୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ ।

କାର୍ତ୍ତିକ ପୂର୍ଣ୍ଣିମାରେ ଘରର କୌଣସି ବି କୋଠରୀ ଯେମିତି ଅନ୍ଧାର ନ ରୁହେ, ଏଥିପ୍ରତି ବିଶେଷ ଧ୍ୟାନ ଦେବା ଦରକାର । ଅନ୍ଧକାର ଘର ଦେଖି ଲକ୍ଷ୍ମୀ ଦ୍ୱାରଦେଶରୁ ଫେରି ଚାଲିଯିବେ ବୋଲି କୁହାଯାଇଛି ।