ପାଟନା: ରବିବାର ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପାଟନା ସହର ନୋଜର ଘାଟ ସ୍ଥିତ ଆଦି ଚିତ୍ରଗୁପ୍ତ ମନ୍ଦିରରେ ଅନୁଷ୍ଠିତ ଚିତ୍ରଗୁପ୍ତ ପୂଜା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ବିଜେପିର ପୂର୍ବତ୍ତନ ରାଜ୍ୟସଭା ସାଂସଦ ଆର. କେ ସିହ୍ନାଙ୍କ ଦ୍ୱାରା ଆୟୋଜିତ ହୋଇଥିଲା । ଏହି ସମୟରେ ତାଙ୍କ ସହ ଅନେକ ବରିଷ୍ଠ ନେତା ଓ ଅଧିକାରୀ ସାମିଲ ଥିଲେ । କିନ୍ତୁ ଏହି କାର୍ଯ୍ୟକ୍ରମରେ ତାଙ୍କ ବ୍ୟବହାର ସମସ୍ତଙ୍କୁ ଚକିତ କରିଥିଲା । ଏନେଇ ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶ କ୍ରମେ ପାଟନାରେ ଚିତ୍ରଗୁପ୍ତ ମନ୍ଦିରର ପୁନଃ ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଏଥିପାଇଁ ବିଜେପିର ପୂର୍ବତ୍ତନ ରାଜ୍ୟସଭା ସାଂସଦ ଆର.କେ ସିହ୍ନା ଚିତ୍ରଗୁପ୍ତ ପୂଜାର ବିଶେଷ ଅବସରରେ ନୀତିଶ କୁମାରଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମୟରେ ଆର. କେ ସିହ୍ନା ନୀତିଶଙ୍କ ପ୍ରଶଂସା କରି କହିଥିଲେ, ‘ମନ୍ଦିରର ରୂପ ବଦଳିଥିବା ପଛରେ ସମସ୍ତ ଶ୍ରେୟ ନୀତିଶଙ୍କୁ ଦିଆଯାଉଛି ।’ ନୀତିଶଙ୍କୁ ଏହି କଥା ବହୁତ ପସନ୍ଦ ଆସିଲା ଏବଂ ସେ ବସିଥିବା ସ୍ଥାନରୁ ଉଠି ଆସି ମଞ୍ଚରେ ଆର. କେ ସିହ୍ନାଙ୍କ ଚରଣ ସ୍ପର୍ଶ କରି ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ତାଙ୍କର ଏଭଳି ବ୍ୟବହାର ସେଠାରେ ଥିବା ସମସ୍ତଙ୍କ ଧ୍ୟାନ ଆକର୍ଷିତ କରିଥିଲା । ଏହା ପରେ ଆର. କେ ସିହ୍ନା ନୀତିଶଙ୍କୁ ଆଲିଙ୍ଗନକ କରିବାକୁ ଚେଷ୍ଟା କରୁଥିବାର ଭିଡିଓରେ ଦର୍ଶାଯାଇଛି । ବର୍ତ୍ତମାନେ ଏହି ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ଲାଗି ରହିଛି । ଏହା ପୂର୍ବରୁ ନୀତିଶ କୁମାର ସଂସଦର ସେଣ୍ଟ୍ରାଲ ହଲରେ ଆୟୋଜିତ ଏନ୍ଡିଏ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଦ ଛୁଇଁଥିଲେ ।
अपनी प्रशंसा सुनते ही नीतीश कुमार ने आर के सिन्हा के पैर छू लिए,चित्रगुप्त पूजा में शिरकत करने पहुंचें थे नीतीश कुमार #Bihar
pic.twitter.com/IEIuMC1RzK— Mukesh singh (@Mukesh_Journo) November 3, 2024