ମୁମ୍ବାଇ: ମହାରାଷ୍ଟ୍ରରେ ଜମୁଛି ବିଧାନସଭା ନିର୍ବାଚନ ମାହୋଲ । ନିର୍ବାଚନ ପୂର୍ବରୁ ଇଲେକ୍ସନ କମିଶନ୍ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ବିରୋଧୀ ଦଳର ଅଭିଯୋଗ ପରେ ପୋଲିସ ଡିଜିପିଙ୍କ ବଦଳି କରାଇଛନ୍ତି ନିର୍ବାଚନ କମିଶନ୍ । ନିବାଚନ ପୂର୍ବରୁ ରାଜ୍ୟର ଶୀର୍ଷ ଅଧିକାରୀ ରଶ୍ମୀ ଶୁକ୍ଳାଙ୍କ ଟ୍ରାନ୍ସଫର କରି ଦିଆଯାଇଛି । ଏହାସହିତ ଚିଫ୍ ସେକ୍ରେଟାରୀ ସୁଜାତା ସୌନିକଙ୍କୁ ଡିଜିପି ପଦରେ ନିଯୁକ୍ତି ପାଇଁ ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାମ ମାଗିଛନ୍ତି ଇଲେକ୍ସନ କମିଶନ୍ । ଏହି ୩ ଜଣ ଅଧିକାରୀଙ୍କ ମଧ୍ୟରୁ ଜଣକୁ ଡିଜିପି ପଦରେ ନିୟୋଜିତ କରାଯିବ ବୋଲି ସୂଚନା ମିଳିଛି ।
ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେ ଅଭିଯୋଗ କରିଛନ୍ତି ଯେ, ଡିଜିପି ରଶ୍ମୀ ଶୁକ୍ଳା ବିରୋଧୀ ନେତାଙ୍କ ଫୋନ୍ ଟ୍ୟାପ୍ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ତାଙ୍କୁ ପଦରୁ ହଟାଇବା ପାଇଁ ସେ ଦାବି କରିଥିଲେ । ବର୍ତ୍ତମାନ ନିର୍ବାଚନ ଆୟୋଗ ରଶ୍ମି ଶୁକ୍ଳାଙ୍କୁ ଡେପୁଟେସନରେ ସଶସ୍ତ୍ର ସୀମା ବଳକୁ ଟ୍ରାନ୍ସଫର କରାଯାଇଛି । ବିଜେପି ଏବଂ ଶିବସେନାଙ୍କ ସମର୍ଥନରେ ରଶ୍ମି ଶୁକ୍ଳାଙ୍କୁ ଚାକିରି କ୍ଷେତ୍ରରେ ୨ ବର୍ଷ ବୃଦ୍ଧି କରାଯାଇଛି । ରାଜନୀତିରେ ବୃଦ୍ଧି ପାଉଥିବା ଅପରାଧକୁ ନେଇ ଚିନ୍ତା ଜାହିର କରିବା ସହ ରଶ୍ମି ଶୁକ୍ଳାଙ୍କୁ ଏଥିରେ ରୋକ ଲଗାଇବାକୁ ଦାୟିତ୍ୱ ଦେଇଥିଲେ ଇଲେକ୍ସନ କମିଶନ୍ । ଏହାପରେ ମଧ୍ୟ ବିରୋଧୀ ଦଳ ପକ୍ଷରୁ ରଶ୍ମୀ ଶୁକ୍ଳାଙ୍କୁ ନେଇ ଆପତ୍ତି ଦେଖା ଦେବା ପରେ ନିବାଚନ ଆୟୋଗ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି ।
ସୂଚନା ଅନୁସାରେ, କିଛି ଦିନ ତଳେ ମୁଖ୍ୟ ନିର୍ବାଚନ ଆୟୋଗ ରାଜୀବ କୁମାର ରାଜନୀତିରେ ବୃଦ୍ଧି ପାଉଥିବା ଅପରାଧକୁ ନେଇ ଚିନ୍ତା ଜାହିର କରିଥିଲେ । ଏହାଦ୍ୱାରା ନିର୍ବାଚନ ମାହୋଲ ଖରାପ ହେଉଛି ବୋଲି ସେ ପ୍ରକାଶ କରିଥିଲେ । ରଶ୍ମି ଶୁକ୍ଳାଙ୍କୁ ନେଇ ଅନେକ ବିବାଦ ଦେଖାଦେଇଛି । ୧୯୮୮ ମସିହା ବ୍ୟାଚ୍ ଆଇପିଏସ ଅଧିକାରୀ ରଶ୍ମି ଶୁକ୍ଳା ମହାରାଷ୍ଟ୍ରରେ ଇଣ୍ଟେଲିଜେନ୍ସ ଅଫିସର ଥିବା ବେଳେ ତାଙ୍କ ବିରୋଧରେ ଫୋନ୍ ଟ୍ୟାପିଙ୍ଗ କରିବାକୁ ନିର୍ଦ୍ଦେଶ ଦେଇଥିବା ଅଭିଯୋଗ ଆସିଥିଲା । ଏହାବ୍ୟତୀତ ସେ ବିଜେପିର ନିକଟତର ଥିବା ମହାବିକାଶ ଅଘାଡ଼ି ଦଳ ଅଭିଯୋଗ କରିଥିଲା । ୨୦୨୪ ରେ ରଶ୍ମୀଙ୍କ ଅବସର ସମୟ ଥିବା ବେଳେ ତାଙ୍କୁ ଚାକିରି କ୍ଷେତ୍ରରେ ୨ ବର୍ଷ ବୃଦ୍ଧି କରାଇଛନ୍ତି ଶିବସେନା ଏବଂ ବିଜେପି ସରକାର ।