Video: ଘରକୁ ଯିବା ଖୁସି ଆଗରେ ସବୁ କଷ୍ଟ ହାର୍ ମାନିଯାଏ, ସିଟ୍ ନ ମିଳିବାରୁ ଦଉଡ଼ିଆ ବୁଣିଲେ ଯବୁକ

ନୂଆଦିଲ୍ଲୀ: ଉତ୍ତର ଭାରତରେ ଛଟ ପର୍ବ ଧୁମଧାମରେ ପାଳନ କରାଯାଏ । ସେଥିପାଇଁ ବହୁ ସଂଖ୍ୟକ ଲୋକ ନିଜ ଘରକୁ ଯାଉଛନ୍ତି। ଖାଲି ସେତିକି ନୁହେଁ ବିହାରରେ ଛଟ ପର୍ବକୁ ଜୋରଦାର ଭାବେ ପାଳନ କରାଯାଏ । ବିହାରର ଅଧିକାଂଶ ଲୋକ ନିଶ୍ଚିତ ଭାବରେ ବର୍ଷ ସାରା ଏହି ପର୍ବରେ ନିଜ ଘରକୁ ଯାଆନ୍ତି । ଏଭଳି ସ୍ଥିତିରେ ଏହି ସମୟରେ ବିହାରର ସମସ୍ତ ଟ୍ରେନ୍ ପୂରା ଫୁଲ୍ ଏବଂ ଷ୍ଟେସନରେ ପ୍ରବଳ ଭିଡ଼। ଆଉ ଦୁଇଦିନ ପରେ ଛଟ୍ ପୂଜା । ଘରେ ଘରେ ଆନନ୍ଦ ଉଲ୍ଲାସ ଆଉ ଖୁସିର ପରିବେଶ ।

ହେଲେ ଏଭଳି ଭିଡ଼ ସତ୍ୱେ ଲୋକ ମାନେ ନିଜ ଘରକୁ ଯିବା ପାଇଁ ଆଗ୍ରହୀ, ହେବେନିବା କିପରି ଘରକୁ ଯିବା ଖୁସି ଆଗରେ ସବୁ କଷ୍ଟ ହାର୍ ମାନିଯାଏ । ତାହାର ବିଭିନ୍ନ ଉଦାହରଣ ଦେଖିବାକୁ ମିଳିଥାଏ । ହେଲେ ଟ୍ରେନରେ ଯିବା ବେଳେ ଜଣେ ଯୁବକଙ୍କ ସିଟ୍ କନଫର୍ମ ହୋଇନଥିଲା ସେ ତାଙ୍କ ନିଜସ୍ୱ ବୁଦ୍ଧି ଦ୍ୱାରା ଏକ ଦଉଡ଼ିଆ ଖଟ ସଦୃଶ୍ୟ ଦୁଇଟି ସିଟ୍ ମଝିରେ ଦଉଡ଼ିରେ ବୁଣିଲେ, ଯେଉଁଥିରେ ସେ ଶୋଇ ଯାଇପାରିବେ । ଭିଡିଓଟେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ।

ସେପଟେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ରେଳ ବାଇ ମ୍ୟାନେଜମେଣ୍ଟ ଅନେକ ପ୍ରୟାସ କରୁଛି। ସେଥିମଧ୍ୟରୁ ଗୋଟିଏ ହେଉଛି ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ପ୍ରତିବନ୍ଧକ । ତଥାପି ଅନେକ ଲୋକଙ୍କୁ ରେଳ ଷ୍ଟେସନ ଭିତରକୁ ନିଜ ବୟସ୍କମାନଙ୍କୁ ଛାଡ଼ିବା କିମ୍ବା ଗ୍ରହଣ କରିବାକୁ ପଡ଼ିଥାଏ। ଏଥିପାଇଁ ସେମାନଙ୍କୁ ପ୍ଲାଟଫର୍ମ ଟିକେଟ୍ ଦରକାର। ଏବେ ପ୍ଲାଟଫର୍ମ ଟିକେଟ ବିକ୍ରି ବନ୍ଦ ହୋଇଯାଇଥିବାରୁ ଲୋକମାନେ କିପରି ଭିତରକୁ ଯିବେ, ତାହା ଏବେ ଚିନ୍ତାର କାରଣ ।