ଅମାନୁଷିକ-ଛାତିଥରା ଘଟଣା, ଲୁଟ୍ ପାଇଁ ସ୍ବାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହାଣିଲେ

ଭୁବନେଶ୍ବର: କୋରାପୁଟରୁ ସାମ୍ନାକୁ ଆସିଛି ହୃଦୟ ବିଦାରଣ ଘଟଣା । ସୁନା ଗହଣା ଲୁଚ ପାଇଁ ଭୟଙ୍କର କାଣ୍ଡ ଘଟାଇଲେ ଦୁର୍ବୃତ୍ତ । ସ୍ୱାମୀକୁ ଗଛରେ ବାନ୍ଧି ସ୍ତ୍ରୀର ସୁନା ଗହଣା ଲୁଟି ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ଗୁରୁତର ଅବସ୍ଥାରେ ସ୍ୱାମୀଙ୍କୁ ଉଦ୍ଧାର କରି ନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଛି  । କୋରାପୁଟ ଜିଲ୍ଲା ନନ୍ଦପୁର ଥାନା କୁମାରଗନ୍ଧନା ହରିଆମୁଣ୍ଡା ଗାଁରେ ଏଭଳି ବୀଭତ୍ସ ଘଟଣା ଘଟିଛି ।

ସୂଚନା ଅନୁସାରେ, ଗତକାଲି ଅର୍ଥାତ୍ ସୋମବାର ସକାଳୁ ସୁଭଦ୍ରା ଯୋଜନାରେ ନିଜ ଆଧାର ଅପ ଡେଟ କରିବାକୁ ଆଧାର କେନ୍ଦ୍ରକୁ ସ୍ୱାମୀ ସ୍ତ୍ରୀ ଆସିଥିଲେ । ଆଧାର କେନ୍ଦ୍ରରେ କାମ ସାରି ନିଜ ବାଇକରେ ଘରକୁ ଫେରୁଥୁବା ସମୟରେ  ରାସ୍ତା କଡ଼ରେ କିଛି ଯୁବକ ଗାଡି ଅଟକାଇ ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଠେଙ୍ଗା ଆଘାତରେ ସ୍ୱାମୀ ମହେନ୍ଦ୍ର ଖରା ଗାଡ଼ିରୁ ପଡି ଅଚେତ ହୋଇ ଯାଇଥିଲେ । ଗାଡ଼ିରୁ ଉଭୟ ସ୍ୱାମୀ ସ୍ତ୍ରୀ ପଡିଯିବା ପରେ ସ୍ୱାମୀଙ୍କୁ ଟେକି ନେଇ ଏକ ନୀଳଗିରି ଗଛ ମୂଳେ ବାନ୍ଧି ଦେଇଥିଲେ ଦୁର୍ବୃତ୍ତ । ଏହାପରେ ମହିଳାଙ୍କ ଠାରୁ ସୁନା ଗହଣା ଲୁଟ କରି ତାଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ । କିଛି ଘଣ୍ଟା ପରେ ସ୍ୱାମୀ ମହେନ୍ଦ୍ର ଖରାଙ୍କ ଚେତା ଆସିବା ପରେ ସ୍ୱାମୀ ମହିନ୍ଦ୍ର ପାଟି କରିଥିଲେ ।

ମହିନ୍ଦ୍ରଙ୍କ ପାଟି ଶୁଣି ଜଣେ ବାଟୋଇ ତାଙ୍କ ପାଖକୁ ଯାଇ ତାଙ୍କୁ ଉଦ୍ଧାର କରିଥିଲେ । ପରେ ଗ୍ରାମରେ ପହଞ୍ଚି ଘଟଣା ବିଷୟରେ କରିବା ପରେ ସ୍ତ୍ରୀ ସାବି ଖରାଙ୍କୁ ଖୋଜା ଖୋଜି କରିଥିଲେ । ଏହି ସମୟରେ ଏକ ଲଟା ବୁଦାରେ ସାବିଙ୍କ ମର ଶରୀର ଦେଖି ଗ୍ରାମବାସୀ ନନ୍ଦପୁର ପୋଲିସକୁ ଖବର ଦେଇଥିଲେ । ଖବର ପାଇବା ପରେ ନନ୍ଦପୁର ପ୍ରବେଶ ନାରୀ ଥାନା ଅଧିକାରୀ ପାଣ୍ଡଵ ଶବର, ସହକାରୀ ଥାନା ଅଧିକାରୀ ମମତା କୁମାରୀ ପଣ୍ଡା, ଏ ଏସ ଆଇ ଗୁପ୍ତେଶ୍ୱର ଗୌଡ଼ ସହ ଏକ ପୁଲିସ ଟିମ ଘଟଣା ସ୍ଥଳ ପହଂଚି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ସେପଟେ ସ୍ୱାମୀ ମହେନ୍ଦ୍ରକୁ ନନ୍ଦପୁର ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ପୁରା ଗ୍ରାମବାସୀ ଭୟବିତ୍ତ ଅବସ୍ଥା ରହିଛନ୍ତି । ପୋଲିସ ତଦନ୍ତ ଜାରି ରଖିଛି ।