ନୂଆଦିଲ୍ଲୀ: ଆମେରିକାରେ ଆଜି ଅର୍ଥାତ ୫ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ଜାରି ରହିଛି । ନିର୍ବାଚନ ମଇଦାନରେ ଦୁଇଟି ପାର୍ଟୀ ମଧ୍ୟରେ ଜୋରସୋରରେ ଲଢେଇ ଚାଲିଛି । ଯେଉଁଥିରେ ରିପବ୍ଲିକ ପାର୍ଟୀ ପକ୍ଷରୁ ଡୋନାଲ୍ଡ ଟ୍ରମ୍ପ ଏବଂ ଡେମୋକ୍ରାଟିକ ପାର୍ଟୀ ପକ୍ଷରୁ କମଲା ହାରିସଙ୍କ ମଧ୍ୟରେ ନିର୍ବାଚନୀ ମୁକାବିଲା ଚାଲିଛି । ତେବେ ଏହି ଭୋଟିଂରେ ଆମେରିକାର ନାଗରିକ ରାଷ୍ଟ୍ରପତି ଏବଂ ସଂସଦ ସଦସ୍ୟମାନେ ନିର୍ବାଚନରେ ଅଂଶଗ୍ରହଣ କରିବେ । ହେଲେ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ, ଏଠାରେ ଲୋକେ ସିଧାସଳଖ ଭୋଟ ଦେଇପାରନ୍ତି ନାହିଁ । ବରଂ ଇଲେକ୍ଟୋରାଲ କଲେଜ ପାଇଁ ଭୋଟ ଦିଅନ୍ତି । ଏହାପରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିର ନିର୍ବାଚନ ହୋଇଥାଏ । ଆସନ୍ତୁ ଜାଣିବା ଏହି ବିଷୟରେ..
ଇଲେକ୍ଟୋରାଲ କଲେଜ: ଭାରତର ନିର୍ବାଚନରେ ଲୋକେ ସିଧାସଳଖ ଭୋଟ ଦେଇଥାଆନ୍ତି । ହେଲେ ଆମେରିକାରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଲୋକେ ଭୋଟ ପରୋକ୍ଷ ଭାବେ ଦେଇଥାଆନ୍ତି । ଜନତାଙ୍କ ଭୋଟ ଇଲେକ୍ଟୋରାଲ କଲେଜକୁ ଯାଇଥାଏ । ଏହା ଏକ ଏପରି ଗ୍ରୁପ, ଯାହା ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିର ନିର୍ବାଚନ କରିଥାଏ । ଭାରତ ଭାବେ ବୁଝିଲେ, ଯେପରି ଲୋକେ ନିଜ ବିଧାନସଭା ବା ଲୋକସଭା ସିଟରେ ବିଧାୟକ ବା ସାଂସଦଙ୍କୁ ଚୟନ କରନ୍ତି । ପରେ ଏହି ବିଧାୟକ ବା ସାଂସଦ ମୁଖ୍ୟମନ୍ତ୍ରୀ ବା ପ୍ରଧାନମନ୍ତ୍ରୀଙ୍କର ନିର୍ବାଚନ କରନ୍ତି ।
କମ ଭୋଟ ପାଇଥିବା ପ୍ରାର୍ଥୀ ବି ଜିତିପାରନ୍ତି: ଇଲେକ୍ଟୋରାଲ କଲେଜ ଏକ ଏପରି ସିଷ୍ଟମ, ଯାହାକୁ କମ ଭୋଟ ମିଳିଥିଲେ ବି ସେ ଜିତିପାରିବେ । ଏପରି ପାଞ୍ଚଜଣ ରାଷ୍ଟ୍ରପତି ଅଛନ୍ତି, ଯେଉଁମାନେ କମ୍ ଭୋଟ ପାଇବା ସତ୍ତ୍ୱେ ବି ଜିତିଛନ୍ତି । ଯେଉଁମାନଙ୍କ ମଧ୍ୟରେ ନୂଆ ରାଷ୍ଟ୍ରପତି ୨୦୧୬ରେ ଡୋନାଲ୍ଡ ଟ୍ରମ୍ପ ଥିଲେ । ତାଙ୍କୁ ହେଲେରୀ କ୍ଲିଂଟନଙ୍କଠାରୁ ୨୮ ଲକ୍ଷ ଭୋଟ କମ ମିଳିଥିଲା, ଏହାପରେ ବି ସେ ରାଷ୍ଟ୍ରପତି ହୋଇଥିଲେ । ହେଲେରୀ କ୍ଲିଂଟନଙ୍କ ହାରିବା ପଛରେ କିଛି ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ଥିଲା, ଯେଉଁଠାରେ ସେ ହାରିଥିଲେ । ଇଲେକ୍ଟୋରାଲ କଲେଜରୁ ତାଙ୍କୁ ଟ୍ରମ୍ପଙ୍କ ୩୦୬ଖଣ୍ଡ ଭୋଟ ତୁଳନାରେ ୨୩୨ ଖଣ୍ଡ ଭୋଟ ମିଳିଥିଲା ।