ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଚାଲୁ ରହିବ ମଦ୍ରାସା । ଆହ୍ଲାବାଦ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଉତ୍ତରପ୍ରଦେଶର ମଦ୍ରାସା ଶିକ୍ଷା ବୋର୍ଡ ଆକ୍ଟ-2004ରୁ ବୈଧ ଦର୍ଶାଇଛନ୍ତି ସୁପ୍ରିମକୋର୍ଟ । ଚାଲୁ ରହିବ 16 ହଜାର ମାଦ୍ରାସା । ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ ଜେ ବି ପରଦୀଓ୍ବାଲା ଏବଂ ଜଷ୍ଟିସ ମନୋଜ ମିଶ୍ରଙ୍କ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି । ପ୍ରକାଶଥାଉକି, ପୂର୍ବରୁ ମଦ୍ରାସା ଶିକ୍ଷାବୋର୍ଡ ଅଧିନିୟମକୁ ହାଇକୋର୍ଟ ଖାରଜ କରିଥିଲେ । ଅନ୍ୟ ବିଦ୍ୟାଳୟରେ ନାମ ଲେଖାଇବା ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଆଜି ହାଇକୋର୍ଟ ଏହାକୁ ଖାରଜ କରିଛନ୍ତି । ମଦ୍ରାସା ନେଇ ସୁପ୍ରିମକୋର୍ଟ କହିଛନ୍ତି, ମଦ୍ରାସା ବୋର୍ଡ ଏବଂ ରାଜ୍ୟ ସରକାର ମଦ୍ରାସା କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାର କ୍ଷମତା ରହିଛି । ଏହା ଦ୍ବାରା ମଧ୍ୟ ଛାତ୍ରଛାତ୍ରୀ ଗୁଣାତ୍ମକ ଶିକ୍ଷା ପାଇପାରିବେ ।
ମାଦ୍ରାସା ଶିକ୍ଷା ବ୍ୟବସ୍ଥାରେ ଉନ୍ନତି ଆଣିବା ପାଇଁ ଉତ୍ତରପ୍ରଦେଶ ସରକାରଙ୍କ ପକ୍ଷରୁ ପାରିତ ଏକ ଆଇନ ହେଲା ୟୁପି ବୋର୍ଡ ଅଫ୍ ମାଦ୍ରାସା ଏଜୁକେସନ ଆକ୍ଟ 2004 । ଏହି ନିୟମ ଅନୁସାରେ ବୋର୍ଡରୁ ମାନ୍ୟତା ପାଇବା ପାଇଁ ନିର୍ଦ୍ଦିଷ୍ଟ ସର୍ବନିମ୍ନ ମାନଦଣ୍ଡ ପୂରଣ କରିବାର ଆବଶ୍ୟକତା ରହିଥିଲା । ୟୁପିରେ ପ୍ରାୟ 25 ହଜାର ମାଦ୍ରାସା ଚାଲୁଥିଲେ ହେଁ 16 ହଜାର ବୋର୍ଡ ଅଧିନରେ ପଞ୍ଜିକୃତ ହୋଇଛି ।