ଓଡ଼ିଶା ଭାସ୍କର: ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଘାଣ୍ଟି ହୋଇ ବ୍ୟକ୍ତି ଅନେକ ସମୟରେ ଚାପଗ୍ରସ୍ତ ରହୁଛି । ଏହା ଉଭୟ ମାନସିକ ଏବଂ ଶାରୀରିକ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସାଜିପାରେ । ଏଭଳି ସ୍ଥିତିରେ ମନରେ ଅନେକ ନକାରାତ୍ମକ ଚିନ୍ତାଧାରା ଆସିଥାଏ । କିନ୍ତୁ ନିଜ ଭିିତରେ କିଛି ପରିବର୍ତ୍ତନ କରିବା ଦ୍ୱାରା ଆମେ ସକାରାତ୍ମକ ଦିଗରେ ଆଗେଇ ପାରିବା । ନିମ୍ନଲିଖିତ ଉପାୟ ମାଧ୍ୟମରେ ଆପଣ ନିଜକୁ ନକାରାତ୍ମକ ଚିନ୍ତାଧାରାରୁ ଦୂରେଇ ରଖିପାରିବେ ।
୧. କଥାରେ ଅଛି ଖାଲି ମସ୍ତିଷ୍କ ସଇତାନର ଘର ଅଟେ । ତେଣୁ ଶାରୀରିକ ଗତିବିଧି ଯେପରି ବ୍ୟାୟାମ, ଯୋଗ, ଧ୍ୟାନ, ନୃତ୍ୟ, ଚିତ୍ରକଳା, ସଂଗୀତ ଇତ୍ୟାଦି କାର୍ଯ୍ୟରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରନ୍ତୁ । ଫଳରେ ମନ ପ୍ରଫୁଲ୍ଲିତ ରହିଥାଏ ।
୨. ସନ୍ତୁଳିତ ଏବଂ ପୁଷ୍ଟିକର ଆହାର ସେବନ କରନ୍ତୁ । କାରଣ ଆମେ ସେବନ କରୁଥିବା ଆହାର ଅନୁଯାୟୀ ଆମ ମନ ଓ ମସ୍ତିଷ୍କ କାର୍ଯ୍ୟ କରିଥାଏ । ଖାଦ୍ୟର ପ୍ରଭାବ ଆମ ମାନସିକ ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ବିଶେଷ କରି ଭିଟାମିନ୍ ‘ସି’ ଯୁକ୍ତ ଖାଦ୍ୟପେୟ ସେବନ କିରିବା ଦ୍ୱାରା ଚାପଗ୍ରସ୍ତ ହରମୋନକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଏହା ବ୍ୟତୀତ ଅତ୍ୟଧିକ ଚିନି, କାଫେନ୍ ଓ ମେଦ ଯୁକ୍ତ ଖାଦ୍ୟପେୟ ଠାରୁ ଦୂରେଇ ରୁହନ୍ତୁ ।
୩. ସୁସ୍ଥ ଶରୀର ଏବଂ ମସ୍ତିଷ୍କ ପାଇଁ(ବୟସ୍କ ବ୍ୟକ୍ତି) ୭-୯ ଘଣ୍ଟାର ପର୍ଯ୍ୟାପ୍ତ ନିଦ୍ରା ଜରୁରି । କିନ୍ତୁ ଚାପଗ୍ରସ୍ତ ରହିବା ଯୋଗୁଁ ଅନେକ ଅନିଦ୍ରାର ଶିକାର ହୋଇଥାନ୍ତି । ତେଣୁ ଶୋଇବା ପୂର୍ବରୁ କକ୍ଷରେ ପ୍ରଥମେ ଆରାମଦାୟକ ମାହୋଲ ସୃଷ୍ଟି କରନ୍ତୁ । ସମସ୍ତ ବୈଦ୍ୟୁତିକ ଉପକରଣର ବନ୍ଦ କରିବା ସହ ମୋବାଇଲ ସାଇଲେଣ୍ଟ ମୋଡରେ ରଖିପାରିବେ । ଆପଣ ଚାହିଁଲେ ଧୀମା ସଂଗୀତ ଶୁଣିପାରିବେ ଯାହା ସୁନିଦ୍ରାରେ ସହାୟକ ହୋଇଥାଏ ।
୪. ବେଳେ ବେଳେ ଉଚ୍ଚ ଶବ୍ଦର ମାହୋଲରେ ବ୍ୟକ୍ତି ଅଣନିଶ୍ୱାସୀ ଓ ଚିଡ଼ଚିଡ଼ା ଅନୁଭବ କରିଥାଏ । ଏଭଳି ସ୍ଥିତିରେ ସେହି ମାହୋଲରୁ ବାହାରି ଆସନ୍ତୁ କିମ୍ବା ହେଡଫୋନର ସାହାରା ନେଇପାରିବେ ।
୫. ବର୍ତ୍ତମାନରେ ଜୀଇଁବା ପାଇଁ ଚେଷ୍ଟା କରନ୍ତୁ । ନିଜ କାମ ବ୍ୟତୀତ ଅନ୍ୟ ଜିନିଷ ଉପରେ ଧ୍ୟାନ କେନ୍ଦ୍ରିତ କରନ୍ତୁ ନାହିଁ । ମନରେ କୃତଜ୍ଞ ଭାବନା ରଖନ୍ତୁ । ନକାରାତ୍ମକ ମାହୋଲ ଏବଂ ବ୍ୟକ୍ତିଙ୍କ ଠାରୁ ଯେତେ ଦୂର ସମ୍ଭବ ଦୂରେଇ ରୁହନ୍ତୁ ।