ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳ ବାହାରିନି, ହେଲେ ଟ୍ରମ୍ପଙ୍କ ବିଜୟ ନିଶ୍ଚିତ ହୋଇଯାଇଛି । ତେବେ ଏକ ଫଟୋ ଏବେ ବେଶ ଭାଇରାଲ ହେଉଛି ସୋସିଆଲ ମିଡିଆରେ । ଫଟୋରେ ଟ୍ରମ୍ପ, ମସ୍କ ଏକାଠି ବସି କିଛି ଗୋଟିଏ ଗମ୍ଭୀରତା ସହ ଆଲୋଚନା କରୁଥିବା ଦେଖିବାକୁ ମିଳୁଛି । ଯାହା ଏବେ ସୋସିଆଲ ମିିଡିଆରୁ ଆରମ୍ଭ କରି ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟରେ ଭାଇରାଲ ହେଉଛି ।
ତେବେ ଚଳିତ ରାଷ୍ଟ୍ରପତି ନିର୍ବାଚନରେ ଟ୍ରମ୍ପଙ୍କୁ ଟସ୍ଲାର ମାଲିକ ଏଲେନ ମସ୍କ ସମର୍ଥନ କରିଥିଲେ । ଅନେକ ଜାଗାରେ ଟ୍ରମ୍ପଙ୍କ ସହ ମଧ୍ୟ ମସ୍କ ପ୍ରଚାର କରିଛନ୍ତି । ଏମିତିକି ପ୍ରଚାର କାଳରେ ମସ୍କ ନାଚୁଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଖାଲିଷ୍ଟେଜରେ ନୁହେଁ, ମସ୍କ ସୋସିଆଲ ମିଡିଆ ଏକ୍ସରେ ମଧ୍ୟ ନିଜ ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା । ମସ୍କଙ୍କ ସମର୍ଥନ ଓ ପୋଷ୍ଟ ଟ୍ରମ୍ପଙ୍କୁ ଅନେକାଂଶରେ ଫାଇଦା ଦେଇଥିବା କୁହାଯାଉଛି ।
ଆମେରିକାର ଏହି ଦୁଇ ଦିଗ୍ଜଙ୍କ ବନ୍ଧୁତ୍ୱ କେତେ ନିବିଡ ତାହା ମସ୍କଙ୍କ ଦ୍ୱାରା ଗତକାଲିଠାରୁ ହୋଇଥିବା ସିରିଜ ପୋଷ୍ଟ ଦର୍ଶାଉଛି । ନିର୍ବାଚନ ଫଳ ପ୍ରକାଶର ପ୍ରାରମ୍ଭିକ ଅବସ୍ଥାରେ ଟ୍ରମ୍ପ ଆଗରେ ଥିଲେ । ଏତିକି ବେଳେ ମସ୍କ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଭିଡିଓ ପୋଷ୍ଟ କରି ଲେଖିଥିଲେ, ଆଜିର ନିର୍ବାଚନକୁ ଦେଖି ଏମିତି ଅନୁଭବ ହେଉଛି । ତାଙ୍କ ଭିଡିଓରେ ଥିଲା ସ୍ପସ ଏକ୍ସର ସଫଳ ପରୀକ୍ଷଣର ଚିତ୍ର । ଏଥିସହ ସେ ନିଜ ପୋଷ୍ଟରେ ଆମେରିକା ପତାକା ସହ ଟିମ ଆମେରିକା ଲେଖିଛନ୍ତି ।
What today’s election feels like!
🇺🇸🇺🇸🇺🇸Team America 🇺🇸🇺🇸🇺🇸 pic.twitter.com/uwlscqDzMz
— Elon Musk (@elonmusk) November 5, 2024
ସେହିପରି ଅନ୍ୟ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି, ଭବିଷ୍ୟତ ଆକର୍ଷଣୀୟ ହେବାକୁ ଯାଉଛି । ଆଉ ଏକ ପୋଷ୍ଟରେ ମସ୍କ ଲେଖିଛନ୍ତି ଆମେରିକା ଖୁବଶୀଘ୍ର ନିର୍ମାତାଙ୍କ ଦେଶ ହେବ, ଆପଣ ମୁକ୍ତ ହେବେ ନିର୍ମାଣ ପାଇଁ । ସେପଟେ ଟ୍ରମ୍ପଙ୍କ ଏକ ପୋଷ୍ଟ ଭିଡିଓରେ ଦେଖିବାକୁ ମିଳୁଛି ତାଙ୍କ ପ୍ରଚାର ସହ ମସ୍କଙ୍କ ସ୍ପେସ ଏକ୍ସକୁ ।
— Donald J. Trump (@realDonaldTrump) November 4, 2024