ଓଡ଼ିଶା ଭାସ୍କର: ରାହୁ ୧୦ ନଭେମ୍ବରରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏହି ଦିନ ରାଜୁ ରାତିରେ ପାଖାପାଖି ୧୧ଟା ୩୧ ମିନିଟରେ ଉତ୍ତରାଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବେ। ଜ୍ୟେତିଷ ଶାସ୍ତ୍ର ଅନୁଯାୟୀ, ରାଜୁଙ୍କ ଏହି ନକ୍ଷତ୍ର ପରିବର୍ତ୍ତନ କିଛି ରାଶିମାନଙ୍କର ଅସୁବିଧା ବଢାଇପାରେ। ଏଥିପାଇଁ ଏହି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି।
ମେଷ: ଆପଣଙ୍କ ବ୍ୟବହାରରେ ଚିଡଚିଡାପଣ ଆସିପାରେ। କ୍ରୋଧ ଆସିବା ଦ୍ୱାରା ଆପଣ ଅସୁବିଧାରେ ପଡିପାରନ୍ତି। ସଂପର୍କକୁ ନେଇ ଅଧିକ ଭାବାବେଗ ରହିପାରନ୍ତି। ଆପଣଙ୍କ ଉପରେ ଆର୍ଥିକ ସଂକଟ ଆସିପାରେ। ଝଗଡା ଠାରୁ ଦୂରେଇ ରୁହନ୍ତୁ। ପରିବାରରେ ତାଳମେଳ ରହିବା ଆବଶ୍ୟକ।
କର୍କଟ: କର୍ମକ୍ଷେତ୍ରରେ ବିବାଦ ବଢିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ଚିନ୍ତା ଏବଂ ରୋଗ ବଢିପାରେ। ନିଷ୍ପତ୍ତି ନେବାରେ ଆପଣ ଦୁର୍ବଳ ହୋଇପାରନ୍ତି।
ସିଂହ– ଆୟ କ୍ଷେତ୍ରରେ ବାଧା ଉପୁଜିପାରେ। ଟଙ୍କା ପଇସାରେ ଅଭାବ ହୋଇପାରେ। ଅଯଥା ଚିନ୍ତା, ଭାବନା ଆସିପାରେ। ମତଭେଦ ଏବଂ ମନଭେଦଠାରୁ ଦୂରେଇ ରୁହନ୍ତୁ।
କନ୍ୟା: ଆର୍ଥିକ ସମସ୍ୟାର ଶିକାର ହୋଇପାରନ୍ତି। ଋଣ ଭାର ବଢିପାରେ। ଆପଣ ଯେତେ ଇମିସନାଲ ହେବେ, ଆପଣଙ୍କ ସମସ୍ୟା ସେତେ ବଢିବ। ଧର୍ଯ୍ୟ ସହ କାମ କରିବା ଆବଶ୍ୟକ।
ମକର: ଆର୍ଥିକ କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ. ପରିବାରରେ ଝଗଡା-ବିବାଦ ବଢିପାରେ। କ୍ରୋଧ ବା ଅହଂକାର କାରଣରୁ ପରିସ୍ଥିତି ବିଗିଡିପାରେ। ତେବେ ଟଙ୍କା ପଇସାକୁ ନେଇ ସତର୍କ ରୁହନ୍ତୁ।