ସମ୍ବଲପୁର: ସମ୍ବଲପୁର ସହରରେ ଉଦଘାଟିତ ହୋଇଛି ‘ଆୟୁଷ୍ମାନ ଆରୋଗ୍ୟ ମନ୍ଦିର’ । ଗରିବ ଏବଂ ବଞ୍ଚିତ ସ୍ୱାସ୍ଥ୍ୟସେବାକୁ ଗୁରୁତ୍ୱ ଦେବା ପାଇଁ ଏହାକୁ ଉଦଘାଟନ କରାଯାଇଛି । ସମ୍ବଲପୁରରେ ସ୍ୱାସ୍ଥ୍ୟ ସେବାକୁ ଯଥା ସମ୍ଭବ ସରଳ ଏବଂ ସୁବିଧା କରିବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ସାମିଲ ହୋଇ ସମ୍ବଲପୁରକୁ ଆଗେଇ ନେବାକୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ତଥା ସାଂସଦ(ସମ୍ବଲପୁର) ଧର୍ମେନ୍ଦ୍ର ପ୍ରଧାନ । ଏହାସହିତ ସମ୍ବଲପୁରକୁ ଆଧୁନିକ ସହର ଭାବରେ ଗଢ଼ି ତୋଳିବାକୁ ଲକ୍ଷ୍ୟ ଥିବା ଧର୍ମେନ୍ଦ୍ର କହିଛନ୍ତି ।
କ୍ଷେତରାଜପୁରରେ ଦୀପାବଳି ବନ୍ଧୁମିଳନ ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରକୁ ଆଗାମୀ ଦିନରେ ଏକ ଆଧୁନିକ ସହର ଭାବରେ ଗଢ଼ି ତୋଳିବାକୁ ପ୍ରୟାସ କରାଯାଉଛି ବୋଲି ସେ ପ୍ରକାଶ କରିଛନ୍ତି । ଏକ ଅଗ୍ରଣୀ ସହର ରୂପରେ ସମ୍ବଲପୁରକୁ ନୂଆ ଚେହେରା ଏବଂ ନୂଆ ପରିଚୟ ପ୍ରଦାନ କରିବାକୁ ଚାଲିଛି ପ୍ରୟାସ । ସମ୍ବଲପୁରର ଚିତ୍ରପଟ ବଦଳାଇବାକୁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଧର୍ମେନ୍ଦ୍ର ପ୍ରକାଶ କରିଛନ୍ତି । ଏହାବ୍ୟତୀତ ୨୦୦ ନିୟୁତ ଲିଟର ବିଶିଷ୍ଟ ୱାଟର ପ୍ଲାଣ୍ଟ ପ୍ରସ୍ତୁତି କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏହାସହିତ ସମ୍ବଲପୁରରେ ରିଙ୍ଗ ରୋଡ ଆରମ୍ଭ କରିବାକୁ ଯୋଜନା କରାଯାଉଛି । ରେଳ ଷ୍ଟେସନର ମଧ୍ୟ ଉନ୍ନତୀକରଣ କରିବା ସହ ନାଳ ନର୍ଦ୍ଦମା, ଷ୍ଟ୍ରୀଟ ଲାଇଟ, ରାସ୍ତା ସମସ୍ୟା ଇତ୍ୟାଦିର ସମାଧାର କରାଯିବାକୁ ସରକାର ଲକ୍ଷ୍ୟ ରଖିଥିବା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।