ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବାଗପତରୁ ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ସାମ୍ନାକୁ ଆସିଛି । ଦୁଇ ମହିଳା ଗୋଷ୍ଠୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖାଦେଇଛି । ଉଭୟେ ଉଭୟଙ୍କୁ ପିଟୁଥିବାର ନଜର ଆସିଛି । ଗୀତ ବଜାଇବାକୁ ନେଇ ଏହି ତୁମୁଳକାଣ୍ଡ ହୋଇଥିବା ଜଣାପଡିଛି । ଭିଡିଓରେ କିଛି ବୃଦ୍ଧା ମହିଳା ମଧ୍ୟ ନଜର ଆସିଛନ୍ତି । ତେବେ ମହିଳାମାନେ ଯୁଦ୍ଧ କରୁଥିବା ବେଳେ ପୁରୁଷମାନେ ଦର୍ଶକ ଭାବେ ଦେଖୁଛନ୍ତି । ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।
ସୂଚନା ଅନୁସାରେ, ଗୀତକୁ ନେଇ ମହିଳାଙ୍କ ମଧ୍ୟରେ ପ୍ରଥମେ କଳହ ହୋଇଥିଲା । ଦେଖୁ ଦେଖୁ ସେମାନେ ଘରୁ ବାଡି ଲାଠି ଆଣି ପିଟିବା ଆରମ୍ଭ କରିଥିଲେ । ଏହି ଘଟଣାରେ 2 ଜଣ ଗୁରୁତର ହୋଇଛନ୍ତି । ବିଚ୍ ରାସ୍ତାରେ ହେଉଥିବା ଖଣ୍ଡଯୁଦ୍ଧର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପୋଲିସ ଏହି ଘଟଣାର ତଦନ୍ତ କରୁଛି । ଦୋଘଟ ଇନ୍ସିପେକ୍ଟର ବଚ୍ଚୁ ସିଂ କହିଛନ୍ତି, ଏହି ସଂଘର୍ଷରେ ପୀଡିତା ରେଖା ଏବଂ ତାଙ୍କ ଝିଅ ଆହତ ହୋଇଛନ୍ତି । ପୋଲିସ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ମହିଳାଙ୍କ ଦ୍ୱାରା ନିର୍ଯାତନା ମାମଲାରେ ଏକ ମାମଲା ରୁଜୁ ହୋଇଛି । ଖୁବଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।
सड़क पर महिलाओं की महाभारत LIVE
म्हारी बिरबानियां भी किसी से कम हैं से ?वीडियो बागपत के दोघट क्षेत्र का बताया जा रहा है#LadyFighter #WestUp #UttarPradesh #MahilaShakti #Bagpat pic.twitter.com/KohacKHhhU
— rahul sharma (@shrahultotal) November 7, 2024