‘ToxicPanda’ ଆପଣଙ୍କର ଆକାଉଣ୍ଟ ଜିରୋ କରିଦେବ! ଆଣ୍ଡ୍ରଏଡ ୟୁଜର୍ସଙ୍କ ବିପଦ ବଢ଼ାଇଲା ନୂଆ ଟାର୍ଜନ ମାଲୱେୟାର

ନୂଆଦିଲ୍ଲୀ: ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ିବାରେ ଲାଗିଥିବା ବେଳେ ସେହି ଅନୁପାତରେ ମୋବାଇଲ ୟୁଜର୍ସଙ୍କ ପାଇଁ ନୂଆ ନୂଆ ଚ୍ୟାଲେଞ୍ଜ ଉଭା ହେଉଛି । ସାଇବର ଠକମାନେ ନୂଆ ନୂଆ ତରିକାରେ ଫ୍ରଡ୍ କରି ଲୋକଙ୍କ ଠାରୁ ହଜାର ହଜାର, ଲକ୍ଷ ଲକ୍ଷ ଟଙ୍କାର ଚୁନା ଲଗାଉଥିବା ଦେଖାଯାଉଛି । ତେବେ ବର୍ତ୍ତମାନ ସମୟରେ ଆଣ୍ଡ୍ରଏଡ୍ ୟୁଜର୍ସଙ୍କ ପାଇଁ ଏକ ନୂଆ ବିପଦ ଭାବେ ଉଭା ହୋଇଛି ‘ଟକ୍ସିକପାଣ୍ଡା’ । ଏହି ଟକ୍ସିକପାଣ୍ଡାର ନାଁ ଶୁଣିବା ଯେତିକି ଅଜବ ତାହା ୟୁଜର୍ସଙ୍କ ସୁରକ୍ଷା ପାଇଁ ମଧ୍ୟ ବଡ଼ ବିପଦ ସାଜିଛି । ଏପରିକି ଆପଣଙ୍କର ବ୍ୟାଙ୍କ ଆକାଉଣ୍ଟ ଖାଲି ହୋଇଥିବାର ମଧ୍ୟ ସମ୍ଭାବନା ରହିଥାଏ ।

ପ୍ରକୃତ କଥା ହେଉଛି ଏହି ନୂଆ ମାଲୱେର ନାମ ହେଉଛି ‘ଟକ୍ସିକପାଣ୍ଡା’ । ଏହି ମାଲୱେର ଏତେ ଭୟଙ୍କର ଯେ ଠକମାନେ ଏହାକୁ ବ୍ୟବହାର କରି ୟୁଜର୍ସଙ୍କ ଆକାଉଣ୍ଟ ଖାଲି କରିଦେଉଛନ୍ତି । ଏହା ଏକ ଟାର୍ଜନ ଟାର୍ଜନ ମାଲୱେର, ଯାହାକି ବିଶ୍ୱର ବିଭିନ୍ନ ଦେଶରେ ଲୋକଙ୍କୁ ଶିକାର କରୁଛି । ସାଇବର ସିକ୍ୟୁରିଟି ଫାର୍ମ କ୍ଲିଫି ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏହି ମାଲୱେର ୟୁରୋପ, ଲାଟିନ ଆମେରିକାର ପାଖାପାଖି ୧୫୦୦ ଲୋକଙ୍କ ଡିଭାଇସ୍ ଉପରେ ଆକ୍ରମଣ କରିସାରିଲାଣି । ରିସର୍ଚ୍ଚରଙ୍କ ମୁତାବକ, ଟକ୍ସିକପାର୍ଡା ଏକ ଫାଇନାନ୍ସିଆଲ ଫୋକସଡ ଟ୍ରୋଜନ । ଏହା ଏକ ନୂଆ ଟାଇପର ହାଇଲୀ ସ୍ପେଶାଲାଇଜଡ ନ୍ୟୁ ଭାରିଆଣ୍ଟ, ଯାହାକି ଷ୍ଟାଣ୍ଡାର୍ଣ୍ଡ ବ୍ୟାଙ୍କିଂ ସିକ୍ୟୁରିଟିକୁ ବାଇ-ପାସ୍ କରିଥାଏ । ଏହି ମାଲେଓବର ଆପଣଙ୍କ ଡିଭାଇସକୁ ହ୍ୟା କରିପାରେ ଓ ଓଟିପି ଆଦିକୁ ଆକ୍ସେସ କରିପାରେ । ଏହି ମାଲୱେର ଠାରୁ ନିଜ ଡିଭାଇସକୁ ସୁରକ୍ଷିତ ରଖିବାକୁ ହେଲେ ଆପଣମାନେ ପ୍ରତ୍ୟେକ ଆପକୁ କେବଳ ଅଫିସିଆଲ ଆପ ଷ୍ଟୋର ଯେପରିକି ଗୁଗଲ ପେ ବା ଗାଲାକ୍ସି ଷ୍ଟୋରରୁ ଇନଷ୍ଟଲ କରନ୍ତୁ ।