ଓଡ଼ିଶା ଭାସ୍କର: ସାଧାରଣତଃ ସମସ୍ତଙ୍କ ବାଡିରେ ବା ଅଗଣାରେ ଅପରାଜିତା ଫୁଲର ଗଛ ଦେଖିବାକୁ ମିଳିଥାଏ। ଏହି ଅପରାଜିତା ଫୁଲର ଲତା ଘରର ସୌନ୍ଦର୍ଯ୍ୟତାକୁ ଦ୍ୱିଗୁଣିତ କରିଥାଏ। କିନ୍ତୁ ଏହି ଅପରାଜିତାର ଉପକାରିତା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ଅପରାଜିତାକୁ ଅନେକ ରୋଗ ପରାଜୟ କରିପାରନ୍ତିନି। ଏହା ସାପ ବିଷକୁ ବାହାର କରିବା ସହ ଅନେକ ରୋଗ ପାଇଁ ରାମବାଣ ପରି କାମ କରିଥାଏ। ତେବେ ଆସନ୍ତୁ ଜାଣିବା ଏହି ଅପରାଜିତାର ଉପକାରିତା ବିଷୟରେ ଏବଂ ଏହା କେଉଁ କେଉଁ ରୋଗକୁ ଭଲ କରିଥାଏ।
ସାପର ବିଷକୁ ବାହାର କରିବା: ସାପ କାମୁଡିବା ମାତ୍ରେ ଆପଣ ୧୨ ଗ୍ରାମ ଅପରାଜିତା ପାଉଡରର ଗୁଣ୍ଡକୁ ଘିଅରେ ମିଶାଇ ଖାଆନ୍ତୁ। ଏହା ଦ୍ୱାରା ବିଷ ଶରୀରରେ ପ୍ରସାରିତ ହୋଇନଥାଏ। ଯଦି ସାପର ବିଷ ମାଂସପେଶୀରେ ବ୍ୟାପିଥାଏ, ସେହି ସମୟରେ ଆପଣ କୁଠ ପାଉଡର ଏବଂ ଅପରାଜିତା ଫୁଲର ଗୁଣ୍ଡକୁ ୧୨-୧୨ ଗ୍ରାମ ମିଶାଇ ପିଅନ୍ତୁ। ହାଡରେ ବିଷ ବ୍ୟାପିଯାଇଥିଲେ, ହଳଦୀ ଗୁଣ୍ଡ ଏବଂ ଅପରାଜିତାର ପାଉଡର ମିଶାଇ ପିଅନ୍ତୁ। ଏହା କରିବା ଦ୍ୱାରା ସାପର ବିଷ ଶରୀରରୁ ବାହାରିଯାଇଥାଏ। ଅଧିକ ବିଷାକ୍ତ ସାପ କାମୁଡିଥିଲେ। ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ବୟସ ଦାଗ: ମୁହଁରେ ହେଉଥିବା ବୟସ ଦାଗ ବା କଳାଦାଗରେ ଅପରାଜିତା ଗଛର ମୂଳକୁ ଘୋରି ଲହୁଣୀ ସହ ମିଶାଇ ମୁହଁରେ ଲଗାନ୍ତୁ। ଏହା କିଛିଦିନ କରିବାପରେ ଆପଣଙ୍କ ମୁହଁରୁ ଏହି ବୟସ ଦାଗ କମିଯିବ।
ମୁଣ୍ଡବିନ୍ଧା: ଅପରାଜିତା ଫଳର ୮ରୁ ୧୦ ବୁନ୍ଦା ରସକୁ ସକାଳୁ ଖାଲିପେଟରେ ପିଇବା ଦ୍ୱାରା ଏବଂ ସୂର୍ଯ୍ୟଦୋୟ ପୂର୍ବରୁ ନାକରେ ପକାଇବା ଦ୍ୱାରା ମୁଣ୍ଡବିନ୍ଧା କମିଯାଇଥାଏ।
ଧଳା ଦାଗ ବା ଛଉ: ଅପରାଜିତା ଗଛର ଚେର ୨୦ ଗ୍ରାମ, ଚକ୍ରମର୍ଦର ମୂଳ ୧ ଗ୍ରାମ, ପାଣିରେ ସହ ବଟାଯାଇଥିବା ମିଶ୍ରଣର ଲେପକୁ ସେହି ସ୍ଥାନରେ ଲଗାନ୍ତୁ। ଏଥିସହ ଅପରାଜିତା ମଞ୍ଜୀକୁ ଘିଅରେ ଭାଜି ସକାଳ-ସଂଧ୍ୟାରେ ପାଣି ସହ ସେବନ କରନ୍ତୁ, ଏଥିରେ ଶ୍ୱେତ କୃଷ୍ଠ ରୋଗ ଭଲ ହୋଇଯାଇଥାଏ।
ମାଇଗ୍ରେନ: ଅପରାଜିତା ମଞ୍ଜିର ୪-୪ ବୁନ୍ଦା ରଶକୁ ନାକରେ ପକାଇବା ଦ୍ୱାରା ମାଇଗ୍ରେନ ରୋଗ ଭଲ ହୋଇଯାଇଥାଏ।