ଘରେ କଏଦ ରଖି କରୁଥିଲେ ବଳାତ୍କାର, ରାଜି ନ ହେଲେ କରୁଥିଲେ ବ୍ଲାକମେଲ ଆଉ ଦେଉଥିଲେ ବାପା ମା’ଙ୍କୁ ମାରିଦେବାର ଧମକ

କାନପୁର: କାନପୁରରେ ଛାତ୍ରୀଙ୍କୁ ବ୍ଲାକମେଲ ଓ ବଳାତ୍କାର ଅଭିଯୋଗରେ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ । ଛାତ୍ରୀ ଜଣକ ନିଟ ପ୍ରସ୍ତୁତି ପାଇଁ କାନପୁରର ଏକ କୋଚିଂ ସେଣ୍ଟରରେ ରହି ପଢୁଥିଲେ । ସେଠାରେ ଜୀବବିଜ୍ଞାନ ପଢ଼ାଉଥିବା ସାରଙ୍କର ଛାତ୍ରୀଙ୍କ ଉପରେ ଖରାପ ଦୃଷ୍ଟି ଥିଲା । ଛାତ୍ରୀ ଜଣକ ନାବାଳିକା ହୋଇ ଜାଣି ମଧ୍ୟ ୩୨ ବର୍ଷୀୟ ସାହିଲ ସିଦ୍ଦିକି ତାଙ୍କୁ ରେପ୍ କରିବାକୁ ପଛାଇ ନ ଥିଲା । ନିକଟରେ ସାହିଲ ଅନ୍ୟ ଜଣେ ଛାତ୍ରୀଙ୍କୁ ଖରାପ ବ୍ୟବହାର କରୁଥିବା ନେଇ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ପୋଲିସ ତାଙ୍କୁ ଗିରଫ କରିଥିଲା ଏବଂ କିଛିଦିନ ପରେ ସେ ବେଲରେ ଆସିଥିଲେ ।

ଏଘଟଣା ପରେ ପୀଡ଼ିତାଙ୍କୁ ସାହାସ ମିଳିଥିଲା ଆଉ ସେ ସାହିଲଙ୍କ ନାଁରେ ଥାନାରେ ଅଭିଯୋଗ କରିଥିଲେ । ୨୦୨୨ରେ ଛାତ୍ରୀ ଜଣକ କୋଚିଂ ସେଣ୍ଟରରେ ନାମ ଲେଖାଇ ଥିଲେ । ଗତ ଜାନୁୟାରୀରେ କୋଚିଂର ସବୁ ଷ୍ଟୁଡେଣ୍ଟଙ୍କୁ ଖାଇବାକୁ ଦେବା କଥା କହି ସାହିଲ ଛାତ୍ରୀଙ୍କୁ ନିଜ ଘରକୁ ଡାକିଥିଲେ । ପୀଡ଼ିତା ଯେତେବେଳେ ସେଠାରେ ପହଞ୍ଚିଥିଲେ ସେତେବେଳେ ସାହିଲଙ୍କ ଘରେ କେହି ନ ଥିଲେ । ସେଠାରେ ତାଙ୍କୁ ଡରା ଧମକା କରି ତାଙ୍କୁ ରେପ୍ କରିଥିଲେ ଏବଂ ଭିଡିଓ ମଧ୍ୟ ଉତ୍ତୋଳନ କରିଥିଲେ । ସବୁବେଳେ ସାହିଲ ପୀଡ଼ିତାଙ୍କୁ ଏମିତି ଘରକୁ ଡାକି ରେପ୍ କରିବା ଏକ ନିତିଦିନିଆ ଘଟଣା ପାଲଟିଯାଇଥିଲା । ଗୋଟିଏ ଗୋଟିଏ ଦିନ ସାହିଲ ପୀଡ଼ିତାଙ୍କୁ ତାଙ୍କ ଘରେ କଏଦ କରି ରଖୁଥିଲେ । ଗତ ହୋଲିରେ ପୀଡ଼ିତା ଛୁଟିରେ ଘରକୁ ଯାଇଥିବାବେଳେ ସାହିଲ ତାଙ୍କୁ କାନପୁର ଆସିବାକୁ କହିଥିଲା । ନ ଆସିଲେ ସେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଛାଡ଼ିବା ସହ ଘର ଲୋକଙ୍କୁ ମାରି ଦେବାର ଧମକ ଦେଲା । ଛାତ୍ରୀ ଜଣକ ସାହିଲଙ୍କ ପାଖକୁ ଆସିବା ପରେ ସେହି କୋଚିଂ ସେଣ୍ଟରର କେମେଷ୍ଟ୍ରି ଟିଚର ବିକାଶ ପୋରୱଲ ସେଦିନ ତାଙ୍କୁ ବଳାତ୍କାର କରିଥିବା କଥା ପୀଡ଼ିତା ପୋଲିସକୁ ଜଣାଇଛନ୍ତି । ଅଭିଯୋଗ ପରେ ପୋଲିସ ଦୁଇଜଣ ଶିକ୍ଷକଙ୍କୁ ଗିରଫ କରି ନେଇଛି । ଦୁହିଁଙ୍କୁ ନେଇ ପୋଲିସ ପଚରାଉଚରା ଜାରି ରଖିଥିବା ଏସିପି ଅଭିଷେକ ପାଣ୍ଡେ କହିଛନ୍ତି ।