ଭୁବନେଶ୍ବର: ଶୁକ୍ରବାର କାର୍ତ୍ତିକ ପୂର୍ଣ୍ଣିମା ସରିବା ପରେ ସମସ୍ତେ ଛାଡ ଖାଇ ପାଳିବେ । ଶହଶହ କୁକୁଡା, ଛେଳି, ଘୁଷୁରୀ ବଳି ପଡିବେ । ସରଗରମ ରହିବ ଆମିଷ ବଜାର । ତେବେ କାହିଁକି ଏଭଳି ପଶୁହତ୍ୟା କରାଯାଉଛି ବୋଲି ପ୍ରଶ୍ନ କରି ରାଜଧାନୀରେ ବିରୋଧ ପ୍ରଦର୍ଶନ କରାଯାଇଛି । ଯଦି କୁକୁର ଖାଉନାହାନ୍ତି ତାହେଲେ ଘୁଷୁରି କାହିଁକି ଖାଉଛନ୍ତି ବୋଲି ପ୍ରଶ୍ନ କରାଯାଇଛି । ଏସବୁ ବନ୍ଦ କରି ଶାକାହାରୀ ହୁଅନ୍ତୁ ବୋଲି ଲିପଲେଟ ଧରି ଭୁବନେଶ୍ବରରେ ପ୍ରତିବାଦ କରାଯାଇଛି ।
ଏନେଇ ପ୍ରତିବାଦକାରୀ କହିଛନ୍ତି, “ ବର୍ତ୍ତମାନ ସମୟରେ କୁକୁଡା ହତ୍ୟା ବୃଦ୍ଧି ପାଇବାରେ ଲାଗିଛି । ଲୋକେ କୁକୁଡାକୁ ଜୀବ ବୋଲି ନଭାବି ଏକ ଖାଦ୍ୟ ସାମଗ୍ରୀ ବୋଲି ଭାବୁଛନ୍ତି । 500 ଟଙ୍କାରେ ମାଂସ ମିଳିପାରୁଛି । କିନ୍ତୁ କାହାର ଜୀବନ ଫେରିପାରୁ ନାହିଁ । ଯଦି କାହାର ଜୀବନ ଫେରାଇବାର ସାମର୍ଥ୍ୟ ନାହିଁ ତାହେଲେ କାହାର ନେବା ମଧ୍ୟ ଉଚିତ ନୁହେଁ । ତେଣୁ ସବୁ ଜୀବକୁ ସମାନ ଦୃଷ୍ଟିରେ ଦେଖିବା ସହିତ ଜୀବ ହତ୍ୟା ବନ୍ଦ କରନ୍ତୁ । ଜୀବର ସ୍ବାଦ ପାଇଁ ଜୀବନ ନିଅନ୍ତୁ ନାହିଁ । ” ଜୀବ ହତ୍ୟା ନକରି ଶାକାହାରୀ ହେବା ପାଇଁ ନିବେଦନ କରାଯାଇଛି ।