ନୂଆଦିଲ୍ଲୀ: ଶୁକ୍ରବାର ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପ୍ରଚାର ପାଇଁ ପହଂଚିଥିବା କଂଗ୍ରେସ ସାଂସଦ ଏବଂ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ହେଲିକପ୍ଟରକୁ ଅଟକାଇ ଦିଆଯାଇଥିଲା । କୁହାଯାଉଛି କି କ୍ଲିୟରାନ୍ସ ନ ମିଳିବା କାରଣରୁ ରାହୁଲଙ୍କ ହେଲିକପ୍ଟରକୁ ଉଡ଼ାଣ ଭରିବା ପାଇଁ ଅନୁମତି ଦିଆଯାଇନଥିଲା । କଂଗ୍ରେସର ଅଭିଯୋଗ ଅନୁଯାୟୀ ରାହୁଲଙ୍କ ହେଲିକପ୍ଟରକୁ ମହାଗାମାରେ ପ୍ରାୟ ୪୫ ମିନିଟ୍ ପର୍ଯ୍ୟନ୍ତ ଅଟକ ରଖାଯାଇଥିଲା । ସୂତ୍ରରୁ ପ୍ରକାଶ କି ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଝାଡ଼ଖଣ୍ଡରେ ନିର୍ବାଚନ ପ୍ରଚାର ପାଇଁ ପହଂଚିଥିଲେ । ଚକାଇରେ ତାଙ୍କର ଏକ ଜନସଭା କାର୍ଯ୍ୟକ୍ରମ ଥିଲା । ଏଥିପାଇଁ ବି ରାହୁଲଙ୍କ ହେଲିକପ୍ଟର ଉଡ଼ାଣକୁ ଅନୁମତି ମିଳିନଥିବା ଅନୁମାନ କରାଯାଉଛି ।
ଗୋଡ୍ଡା ମହାଗାମାରେ ନିର୍ବାଚନୀ ରାଲି ସମୟରେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ, ‘ନରେନ୍ଦ୍ର ମୋଦୀ ଆରବପତିଙ୍କ ହାତର କଣ୍ଢେଇ । ଯାହା ସେମାନେ କୁହନ୍ତି ମୋଦୀ ସେହିପରି କରନ୍ତି । ମୋଦୀ ଜୀ ଗରିବଙ୍କ ଟଙ୍କା ଛଡ଼ାଇ ଆରବପତିଙ୍କ ୧୬ ଲକ୍ଷ କୋଟି ଟଙ୍କା ଛାଡ଼ କରିଛନ୍ତି । ମହାରାଷ୍ଟ୍ରରେ ଧାରବୀର ୧ ଲକ୍ଷ କୋଟି ଟଙ୍କାର ଜମି ବି ଆଦାନୀକୁ ହସ୍ତାନ୍ତର କରାଯାଉଛି । ବାସ୍ତବତା ହେଉଛି ମହାରାଷ୍ଟ୍ରରେ ଜମି ହାତେଇବା ପାଇଁ ଆମ ସରକାରକୁ ଧରାଶାୟୀ କରାଯାଇଛି ।’ ସେ ଆହୁରି ମଧ୍ୟ କହିଥିଲେ କି କଂଗ୍ରେସ ଦଳର ଲୋକ ଏବଂ ଇଣ୍ଡିଆ ମେଣ୍ଟ ସମ୍ବିଧାନକୁ ସଂରକ୍ଷିତ ରଖିବାର କାର୍ଯ୍ୟ କରୁଛନ୍ତି । ଅପରପକ୍ଷରେ ବିଜେପି- ଆରଏସଏସ୍ ଆମ୍ବେଦକର ଜୀଙ୍କ ସମ୍ବିଧାନକୁ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ।
#WATCH झारखंड: कांग्रेस सांसद और लोकसभा नेता प्रतिपक्ष राहुल गांधी के हेलिकॉप्टर को ATC से मंजूरी न मिलने के कारण महागामा से उड़ान भरने से रोक दिया गया। pic.twitter.com/kUSIxrj0xe
— ANI_HindiNews (@AHindinews) November 15, 2024