କଟକ- ଆଜିଠାରୁ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା । ଏହି ଯାତ୍ରା ଆଜିଠାରୁ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ବାଲିଯାତ୍ରାର ଭିଡକୁ ଦେଖି ଜାରି ହୋଇଛି ଟ୍ରାଫିକ ଗାଇଡଲାଇନ । ସୁରୁଖୁରୁରେ ବାଲିଯାତ୍ରା ଯିବାକୁ ଚାହୁଁଥିଲେ ଏହି ନିୟମ ଉପରେ ଆଖି ପକାଇନେବେ ଓ ଏହାର ଅନୁପାଳନ ନିଶ୍ଚିତ କରିବେ । ନୋହିଲେ, ହଇରାଣ ହେବା ସହ ହୁଏତ ଚାଲାଣ ମଧ୍ୟ କଟାଯିବ ।
ଗାଇଡଲାଇନ ମୁତାବକ, କୌଣସି ପଟରୁ ବି ସିଧା ବାଲିଯାତ୍ରା ପଡିଆକୁ ଯିବାକୁ ଦିଆଯିବନି । ଭୁବନେଶ୍ୱରରୁ ଖାନନଗର ଯାଉଥିବା ଗାଡି ସିଧା ବାଲିଯାତ୍ରା ପଡିଆ ଯାଇପାରିବେ ନାହିଁ । ନନ୍ଦନକାନନ, ବାରଙ୍ଗ, ତ୍ରିଶୁଳିଆ, କାଠଯୋଡି ରିଂ ରୋଡ ଦେଇ ହାଲୁକା ଯାନ ନେତାଜୀ ସେତୁ ପାର କରି ବେଲଭିଉ ଛକ ବା ଜୁଡିସିଆଲ ଏକାଡେମୀ ହୋଇ ବିଜୁ ପଟ୍ଟନାୟକ ପାର୍କ ଭାଇା ସିଡିଏ୧୧ ହୋଇଯିବେ । ସେଠାରୁ ମା ଭୁଆସୁଣି ପାର୍କିଂ ପଡିଆରେ ପହଞ୍ଚି ଗାଡି ପାର୍କ କରିବେ ।
ଆଠଗଡ, ବାଙ୍ଗିରୁ ଆସୁଥିବା ଗାଡି ନରାଜ ବ୍ରିଜ ଓ ମଧୁସୁଦନ ବ୍ରିଜ ହୋଇ ବିଜୁପଟ୍ଟନାୟ ପାର୍କ ନିକଟରେ ପହଞ୍ଚି ପୂର୍ବ ପରି ସିଡିଏ-୧୧ ବା ମା ଭୁଆସୁଣି ପାର୍କି ଗ୍ରାଉଣ୍ଡରେ ପହଞ୍ଚିବେ । ଦିଚକିଆ ଯାନ ସତୀଚୌରା ଛକରୁ ଓ କନିକା ଛକ ହୋଇ ବାଲିଯାତ୍ରା ପଡିଆରେ ପହଞ୍ଚିବେ । ଦୟାଶ୍ରମ ପଡିଆ ବା କୋଟିକେଶ୍ବର ପଡିଆରେ ଯାନକୁ ରଖିବେ ।
କୌଣସି ଚାରି ଚକିଆ ବା ତିନି ଚକିଆ ଯାନକୁ ଚହଟା ଛକରୁ ବାଲିଯାତ୍ରା ପଡିଆକୁ ଛଡାଯିବ ନାହିଁ । ସେମାନଙ୍କୁ ମା ଭୁଆସୁଣି ପଡିଆରେ ଗାଡି ପାର୍କ କରିବାକୁ ହେବା କେବଳ ଦୁଇଚକିଆ ଯାନକୁ ଚହଟା ଛକରୁ ଭିତରକୁ ଛଡାଯିବ । ସେହିପରି ହରିଣ ପାର୍କରୁ ୪ ବା ୩ ଚକିଆ ଯାନକୁ ଭିତରକୁ ଛଡାଯିବ ନାହିଁ । ସେଠାରେ ଥିବା ଖ୍ରୀଷ୍ଟିଆନ ପଡିଆ ବା ଗୋରାକବରରେ ଗାଡି ପାର୍କ କରିବାକୁ ହେବ ।
ସେହିପରି ମୁଖାର୍ଜି ପାର୍କରୁ ମଧୁସୁଦନ ପାଠାଗାର ଦେଇ ବାଲିଯାତ୍ରା ପଡିଆକୁ ଛଡାଯିବ ନାହିଁ । ଚାରିଚକିଆ ଯାନକୁ ବିଜୁପଟ୍ଟନାୟକ ଛକରୁ ଚୟାଶ୍ରମ ରାସ୍ତା ଦେଇ ଖ୍ରୀଷ୍ଟିଆନ ପଡିଆରେ ଯାନ ରଖିବାକୁ ହେବ । କନିକା ଛକ ଆଡୁ ଚାରିକରିଆ ଯାନ ଚଣ୍ଡି ଛକ ନିକଟରେ ପହଞ୍ଚି ଖ୍ରୀଷ୍ଟିଆନ ପଡିଆ ବା ଗୋରାକବରରେ ରଖିବାକୁ ହେବ ।