ଝାନ୍ସି ମେଡିକାଲ କଲେଜ ଅଗ୍ନିକାଣ୍ଡରେ ଶିଶୁ ମୃତ୍ୟୁ ଘଟଣା: ସହାୟତା ରାଶି ଘୋଷଣା କଲେ ୟୁପି ସରକାର

ଝାନ୍ସୀ: ଝାନ୍ସୀସ୍ଥିତ ମହାରାଣୀ ଲକ୍ଷ୍ମୀବାଇ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟି ୧୦ ଜଣ ଶିଶୁଙ୍କ ମୃତ୍ୟୁ ପାଇଁ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଉତ୍ତରପ୍ରଦେଶ ସରକାର । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଏକ୍ସ ପୋଷ୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀରିଲିଫ ପାଣ୍ଠିରୁ ତୁରନ୍ତ ମୃତ ଶିଶୁଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଏବଂ ଆହତଙ୍କ ପରିବାରକୁ ୫୦-୫୦ ହଜାର ଟଙ୍କା ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ମୁଖ୍ୟମନ୍ତ୍ରୀ ଝାନ୍ସିର କମିଶନର ଏବଂ ଡିଆଇଜିଙ୍କୁ ୧୨ ଘଣ୍ଟା ମଧ୍ୟରେ ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମଓ) ମଧ୍ୟ ପ୍ରତିକ୍ରିୟା ରଖିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟାଳୟ ଏହାର ଏକ୍ସ ପୋଷ୍ଟରେ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛି । ପିଏମଓ ନିଜ ପୋଷ୍ଟରେ ଲେଖିଛି, ‘ହୃଦୟ ବିଦାରକ ! ଉତ୍ତରପ୍ରଦେଶର ଝାନ୍ସୀସ୍ଥିତ ମେଡିକାଲ କଲେଜରେ ଅଗ୍ନିକାଣ୍ଡ ଘଟଣା ଅତ୍ୟନ୍ତ ଦୁଃଖଦାୟକ ।

ପିଏମଓର ପୋଷ୍ଟ ଅନୁଯାୟୀ, ଯେଉଁମାନେ ନିଜ ନିରୀହ ପିଲାଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ମୋର ଗଭୀର ସମବେଦନା । ଭଗବାନଙ୍କ ନିକଟରେ ପ୍ରାର୍ଥନା କରନ୍ତୁ ଯେ ସେମାନଙ୍କୁ ଏହି ଅସୀମ ଦୁଃଖ ସହିବାର ଶକ୍ତି ଦିଅନ୍ତୁ । ରାଜ୍ୟ ସରକାରଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ପ୍ରଶାସନ ରିଲିଫ ଓ ଉଦ୍ଧାର ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛି।