ନୂଆଦିଲ୍ଲୀ: ଇସ୍ରାଏଲର ଉତ୍ତର ପ୍ରଦେଶ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘର ବଗିଚାରୁ 2ଟି ବୋମା ଜବତ କରାଯାଇଛି । ବୋମା ମାଡ କରାଯାଇଥିବା ସୂଚନା ରହିଛି । ଏନେଇ ଶନିବାର ଦିନ ପୋଲିସ ପକ୍ଷରୁ ସୂଚନା ମଧ୍ୟ ଦିଆଯାଇଛି । ଆକ୍ରମଣ ସମୟରେ ପ୍ରଧାନମନ୍ତ୍ରୀ ନେତାନ୍ୟାହୁ କିମ୍ବା ତାଙ୍କ ପରିବାର ଉପସ୍ଥିତ ନଥିଲେ ଏବଂ କାହାର କୌଣସି କ୍ଷତି ହୋଇନଥିବା ନେଇ ପୋଲିସ ପକ୍ଷରୁ କୁହାଯାଇଛି । ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଘରେ ଆକ୍ରମଣ ହୋଇଛି ।
ଇସ୍ରାଏଲ୍ ରାଷ୍ଟ୍ରପତି ଆସହାକ୍ ହେର୍ଜୋଗ ଏକ୍ସରେ ଏକ ପୋଷ୍ଟରେ ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଏହାର ତଦନ୍ତ ଚାଲିଥିବା କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ହୋଇଥିବା ଉତ୍ତେଜନା ସବୁ ସୀମା ଅତିକ୍ରମ କରିଛି । ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ଇଟାମର ବେନ-ଗିଭର୍ ଏକ୍ସରେ କହିଛନ୍ତି ଯେ ରାତିରେ ପ୍ରଧାନମନ୍ତ୍ରୀଙ୍କ ଘର ଉପରକୁ ବୋମା ମାଡ ରେଡ୍ ଲାଇନ ଅତିକ୍ରମ କରିଲା ଭଳି ମନେହେଉଛି ।
ଅକ୍ଟୋବରରେ, କେସରିୟାରେ ପ୍ରଧାନମନ୍ତ୍ରୀଙ୍କ ଘର ଆଡକୁ ଡ୍ରୋନ୍ ଉତକ୍ଷେପଣ କରାଯାଇଥିଲା । ଏଥିରେ କୌଣସି କ୍ଷତି ହୋଇନଥିଲା। ଉତ୍ତରରେ, ଇସ୍ରାଏଲ୍ ସୈନ୍ୟମାନେ ଅକ୍ଟୋବର 2023 ଠାରୁ ଲେବାନନର ସଶସ୍ତ୍ର ହିଜବୁଲ ଗୋଷ୍ଠୀ ସହିତ ଯୁଦ୍ଧ କରିଆସୁଛନ୍ତି । ତେବେ କିଏ ଏବଂ କାହିଁକି ବୋମାମାଡ କରିଲା ସେନେଇ କୌଣସି ସ୍ପଷ୍ଟ ସୂଚନା ଆସିନଥିବା ବେଳେ ତଦନ୍ତ ଆରମ୍ଭ ହୋଇଛି ।