୨୧ ବର୍ଷୀୟ ଛାତ୍ରର ଉତ୍ପାତ, କଲେଜରେ ପଶି ଛୁରୀରେ କଲେ ଆକ୍ରମଣ, ୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ ଚୀନର ଏକ ବିଜନେସ ସ୍କୁଲରେ ଶନିବାର ଦିନ ବଡ଼ ଘଟଣା ଘଟିଛି। ଏହି ବିନନେସ ସ୍କୁଲରେ ଛୁରୀ କରାଯାଇଥିବା ଆକ୍ରମଣରେ ଆଠଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୭ଜଣ ଲୋକେ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ ଅନୁସାରେ, ଆକ୍ରମଣ କରୁଥିବା ଜଣେ ପୂର୍ବତନ ଛାତ୍ର ଅଟନ୍ତି। ତାଙ୍କୁ ଗିରଫ କରାଯାଇଛି।

ଚୀନ ମିଡିଆ ରିପୋର୍ଟ ଅନୁସାରେ, ଏହି ଘଟଣା ଶନିବାର ସଂଧ୍ୟାରେ ଜିଆଙ୍ଗସୁର ୟିକସିଂ ସହର ସ୍ଥିତ ବୋକେସନ ଇନଷ୍ଟିଚ୍ୟୁଟ ଅଫ ଆର୍ଟ୍ସ ଆଣ୍ଡ ଟେକ୍ନୋଲୋଜୀରେ ହୋଇଛି। ୟିକସିଂରେ ପୋଲିସ ଏକ ବିବୃତ୍ତି ଜାରି କରି ଏହି ଘଟଣାର ସଂପୁର୍ଣ୍ଣ ସୂଚନା ଦେଇଛି।

ପୋଲିସ ମିଡିଆକୁ କହିଛି ଯେ, ଛୁରୀରେ ହତ୍ୟା କରିଥିବା ବ୍ୟକ୍ତି ଏହି ସ୍କୁଲର ପୂର୍ବତନ ଛାତ୍ର ଅଟନ୍ତି। ଏହି ହତ୍ୟାକାରୀଙ୍କ ବୟସ ୨୧ ବର୍ଷ। ସେ ଚଳିତ ବର୍ଷ ଗ୍ରାଜୁଏଟ ହେବାକୁ ଥିଲା, ହେଲେ ସେ ପରୀକ୍ଷାରେ ଫେଲ ହୋଇଯାଇଥିଲେ। ପୋଲିସ କହିବାନୁସାରେ, ଫେଲ ହେବାପରେ ସେ ଚିନ୍ତାରେ ଥିଲେ। ଶନିବାର ଦିନ ସେ ନିଜ କ୍ରୋଧକୁ ପ୍ରକାଶ କରିବା ଲାଗି ଏଠାକୁ ଆସିଥିଲେ ଏବଂ ଜଣେ ପରେ ଜଣେ ଛାତ୍ରଙ୍କ ଉପରେ ଆକ୍ରମଣ କରିଥିଲେ। ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଛି।