ସେବା ନାଁରେ ଠକୁଛି ବନ୍ଦେ ଭାରତ ଏକ୍ସପ୍ରେସ୍ ଖାଦ୍ୟରୁ ପୋକ ବାହାରିଲା ପରେ, କଣ୍ଟ୍ରାକ୍ଟରଙ୍କୁ ୫୦ ହଜାରର ତଣ୍ଡ

ଚେନ୍ନାଇ: ବନ୍ଦେ ଭାରତ ଟ୍ରେନରେ ଯାତ୍ରା କରିବା ଜଣେ ଯାତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । କାରଣ ସେ ଭାବିଥିଲେ ଟଙ୍କା ଖର୍ଚ୍ଚ ହେଉ ପଛେ ଆରାମରେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଯିବେ । କିନ୍ତୁ ତାଙ୍କର ଏ ଭାବନାକୁ ଭୁଲ୍ ପ୍ରମାଣିତ କରି ଦେଖାଇଛି ବନ୍ଦେ ଭାରତ ଏକ୍ସପ୍ରେସ । ତିରୁନେଲଭେଲିରୁ ଚେନ୍ନାଇ ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସପ୍ରେସରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଯାତ୍ରୀଙ୍କ ପାଇଁ ସର୍ଭ କରାଯାଇଥିବା ସାମ୍ବରରେ ପୋକ ବାହାରିଥିଲା । ଖାଦ୍ୟର ଫଟୋ ଓ ଭିଡିଓ ଉକ୍ତ ଯାତ୍ରୀ ଜଣକ ସୋସିଆଲ ମିଡିଆରେ ଛାଡ଼ି ଦେଲେ । ଏନେଇ ଯାତ୍ରୀ ଜଣକ ଆଇଆରସିଟିସିରେ ଅଭିଯୋଗ କଲା ପରେ ଭାରତୀୟ ରେଳ ବିଭାଗ ପକ୍ଷରୁ କଡା କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯାଇଛି । ଯାତ୍ରୀମାନଙ୍କୁ ଖାଦ୍ୟ ଯୋଗାଇବା କାମରେ ନିଯୋଜିତ କେଟରିଂ କମ୍ପାନୀକୁ ୫୦ ହଜାର ଟଙ୍କାର ଫାଇନ୍ ଦେବାକୁ କୁହାଯାଇଛି । ଏଥିସହ ଦିନ୍ଦିହଲର ଷ୍ଟେଶନର ଫୁଡ୍ ଇନସ୍ପେକ୍ଟର ପୋକ ବାହାରିଥିବା ସାମ୍ବରର ତୁରନ୍ତ ଯାଞ୍ଚ କରିଥିଲେ । ତେବେ ଆଲୁମିନିୟମ୍ ପାତ୍ରରେ ପୋକ ରହିଯାଇଥିବା ତଦନ୍ତରୁ ଜଣାପଡ଼ିଥିବା ବିଭାଗ ପକ୍ଷରୁ କୁହାଯାଇଛି । ତେବେ ବନେ୍ଦ ଭାରତ ଟ୍ରେନ୍ରେ ଯାତ୍ରୀଙ୍କ ଖାଦ୍ୟରୁ ପୋକ ବାହାରିବା ଘଟଣା ପ୍ରଥମ ନୁହେଁ, କିଛି ମାସ ପୂର୍ବେ ଆଉ ଜଣେ ଯାତ୍ରୀଙ୍କ ଖାଦ୍ୟରୁ ଅସରପା ବାହାରିଥିବାର ଖବର ପ୍ରକାଶ ପାଇଥିଲା ।