(Video) ନାଇଜେରିଆ ପରେ ବ୍ରାଜିଲରେ ପହଞ୍ଚିଲେ ପିଏମ ମୋଦୀ, ଏୟାରପୋର୍ଟରେ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୧୯ତମ ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ଲାଗି ସୋମବାର ବ୍ରାଜିଲର ରିୟୋ ଡି ଜେନେରିଆ ପହଞ୍ଚିଛନ୍ତି। ଏହା ପିଏମଙ୍କର ତିନୋଟି ଦେଶ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ, ଏଥିରେ ସେ ୧୮ ନଭେମ୍ବର ଏବଂ ୧୯ ନଭେମ୍ବରରେ ବ୍ରାଜିଲରେ ହେବାକୁ ଥିବା ୧୯ତମ ଜି-୨୦ ନେତାମାନଙ୍କ ଶିଖର ସମ୍ମିଳନୀରେ ଭାଗ ନେବେ। ବ୍ରାଜିଲ ପହଞ୍ଚିବାକୁ ନେଇ ଭାରତୀୟ ରାଷ୍ଟ୍ରଦୂତ ସୁରେଶ ରେଡ୍ଡୀଙ୍କ ନେତୃତ୍ୱରେ ଭାରତୀୟ ପ୍ରତିନିଧିମାନେ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି। ପିଏମ ମୋଦୀ ନାଇଜେରିଆର ଯାତ୍ରା ସମାପ୍ତ କରିବା ପରେ ଦକ୍ଷିଣ ଆମେରିକାର ଦେଶ ବ୍ରାଜିଲରେ ପହଞ୍ଚିଛନ୍ତି। ନାଇଜେରିଆରେ ସେ ରାଷ୍ଟ୍ରପତି ବୋଲା ଅହମଦ ଟୀବୁନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି ଏବଂ ଭାରତୀୟ ସଂପ୍ରଦାୟ ସହ କଥାବର୍ତ୍ତା ହୋଇଛନ୍ତି।

ପିଏମ ମୋଦୀ ବ୍ରାଜିଲରେ ପହଞ୍ଚିବା ପରେ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ନିଜ ପୋଷ୍ଟରେ ସେ କହିଛନ୍ତି ଯେ, ଶିଖର ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ନେତାଙ୍କୁ ଭେଟିବା ପାଇଁ ଉତ୍ସୁକ ଅଛନ୍ତି। ଏକ୍ସରେ ଏକ ପୋଷ୍ଟରେ ପିଏମ ମୋଦୀ କହିଛନ୍ତି ଯେ, ଜି-୨୦ ଶିଖର ସମ୍ମିଳନୀରେ ଭାଗ ନେବା ପାଇଁ ବ୍ରାଜିଲର ରିୟୋ ଡି ଜେନେରିଓରେ ପହଞ୍ଚିଛନ୍ତି। ମୁଁ ଶିଖର ସମ୍ମିଳନୀର ବିଚାରବିମର୍ଶ ଏବଂ ବିଭିନ୍ନ ବିଶ୍ୱସ୍ତରୀୟ ନେତାଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଳାପ ପାଇଁ ଆଗ୍ରହୀ। ଏଥିସହ ସେ ଏୟାରପୋର୍ଟରେ ନିଜ ସ୍ୱାଗତମର ଫଟୋକୁ ମଧ୍ୟ ସେୟାର କରିଛନ୍ତି।