ନୂଆଦିଲ୍ଲୀ : ଦେଶର ବରିଷ୍ଠ ନାଗରିକଙ୍କ ପାଇଁ ଆରମ୍ଭ ହୋଇଥିବା ଆୟୁଷ୍ମାନ ବୟବନ୍ଦନା କାର୍ଡରେ ପଞ୍ଜୀକରଣ ୧୦ ଲକ୍ଷରୁ ଅଧିକ ହୋଇଛି । ଏହି କାର୍ଡ ମାଧ୍ୟମରେ ୭୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ନାଗରିକ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନାର ସୁଫଳ ପାଇପାରିବେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ପଞ୍ଜୀକରଣ ଆରମ୍ଭ ହେବାର ୩ ସପ୍ତାହ ମଧ୍ୟରେ ଏହି ସଫଳତା ମିଳିଛି ।
ଗତ ଅକ୍ଟୋବର ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ୪ ଲକ୍ଷ ମହିଳା ପଞ୍ଜିକୃତ ହୋଇଥିବା ଅଧିକ ମହିଳା ଏବଂ ୪ ହଜାର ୮୦୦ରୁ ଅଧିକ ପୁରୁଷ ଏହି ଯୋଜନା ମାଧ୍ୟମରେ ସୁଫଳ ପାଇଛନ୍ତି । ଏ ବାବଦରେ ୯ କୋଟିରୁ ଅଧିକ ଟଙ୍କା ପ୍ରଦାନ କରାଯାଇଛି ବୋଲି ମନ୍ତ୍ରାଳୟ କହିଛି ।
ଗତ ସେପ୍ଟେମ୍ବର ମାସରେ କ୍ୟାବିନେଟ ‘ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା’ର ପରିସରକୁ ବୃଦ୍ଧିକରି ୭୦ ବର୍ଷରୁ ଊଦ୍ଧ୍ୱର୍ ବୟସ୍କ ନାଗରିକଙ୍କ ପାଇଁ ସ୍ୱାସ୍ଥ୍ୟବୀମାକୁ ଅନ୍ତର୍ଭୁକ୍ତ ନିମନ୍ତେ ମଞ୍ଜୁରୀ ପ୍ରଦାନ କରିଥିଲା । ଏହାଦ୍ୱାରା ଦେଶର ସାଢ଼େ ୪ କୋଟି ପରିବାରର ପ୍ରାୟ ୬ କୋଟି ବରିଷ୍ଠ ନାଗରିକ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ଏହି ଯୋଜନାରେ ଯେକୌଣସି ଆୟବର୍ଗର ୭୦ ବର୍ଷରୁ ଊଦ୍ଧ୍ୱର୍ ନାଗରିକ ସାମିଲ ହୋଇପାରିବେ ।
ନିକଟତମ ଜନ ସେବା କେନ୍ଦ୍ର ପରିଦର୍ଶନ କରି ଆୟୁଷ୍ମାନ କାର୍ଡ ପାଇଁ ଆବେଦନ କରାଯାଇ ପାରିବ। ଏହା ସହିତ ଏବିଏଚଏର ଅଫିସିଆଲ ୱେବସାଇଟ ପରିଦର୍ଶନ କରି ମଧ୍ୟ ଆବେଦନ କରିହେବ ।