କମିବ ପ୍ରଦୂଷଣ, ଏଣିକି ଧୂଆଁହୀନ ହେବ ବସ୍: ଧୂଆଁ ବଦଳରେ ଝରିବ ପାଣି

ଭୁବନେଶ୍ୱର: ଦିନକୁ ଦିନ ବାୟୁ ପ୍ରଦୂଷଣ ମାତ୍ରା ବଢିବାରେ ଲାଗିଛି । ଅତ୍ୟଧିକ ଗାଡ଼ି ମୋଟର ଧୂଆଁ ସାଙ୍ଗକୁ କଳାକାରଖାନାର ବିଷାକ୍ତ ଧୂଆଁ ପ୍ରଦୂଷଣର ଆବାହାକ ପାଲଟି ଯାଇଛି । ତେଣୁ ଏହାକୁ ରୋକିବା ପାଇଁ ସରକାର ଏବେ ଇଲେକ୍ଟ୍ରିକ ବସ୍ ଉପରେ ଗୁରୁତ୍ୱ ଦେଉଛନ୍ତି । ଗାଡ଼ି ମୋଟରରୁ ନିର୍ଗତ ହେଉଥିବା ଧୂଆଁକୁ ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ଏହାଭିତରେ ଗ୍ରୀନ ହାଇଡ୍ରୋଜେନରେ ବସ୍ ଚାଲିବ ବୋଲି ସୂଚନା ମିଳିଛି । ଫଳରେ ଗାଡ଼ିରୁ ଧୂଅାଁ ବାହାରିବା ବଦଳରେ ଝରିବ ପାଣି ।

ସୂଚନା ଅନୁସାରେ, ଏଣିକି ଗ୍ରୀନ ହାଇଡ୍ରୋଜେନରେ ଚାଲିବ ବସ୍ । ଗାଡ଼ିରେ ଥିବା ଫୁଏଲ ସେଲରେ ହାଇଡ୍ରୋଜେନ ଏବଂ ଏୟାରକୁ ନେଇ ଏଥିରେ ବିଦ୍ୟୁତ ସୃଷ୍ଟି ହୋଇପାରିବ । ଏହି ବିଦ୍ୟୁତ ହିଁ ବସ ପାଇଁ ଇନ୍ଧନର କାର୍ଯ୍ୟ କରିବ ବୋଲି ଜଣାଯାଇଛି । ତେବେ ଏହି ବସ୍ ପ୍ରଦୂଷଣ ମାତ୍ରାକୁ କମ୍ କରିପାରିବ ବୋଲି ଆଶା କରାଯାଉଛି । କାରଣ ବସ୍ ରୁ ଧୂଆଁ ବାହାରିବ ନାହିଁ । ଏହି ବସ୍ରେ ଧୂଆଁ ବାହାରିବା ପାଇପରୁ ଝରିବ ପାଣି । ଏହାଦ୍ୱାରା ବାୟୁ ପ୍ରଦୂଷଣର ମାତ୍ରା ହ୍ରାସ ପାଇବାର ଆଶା କରାଯାଉଛି । ପ୍ରଥମ ପର୍ଯ୍ୟାୟରେ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ୨ଟି ଗ୍ରୀନ ହାଇଡ୍ରୋଜେନ ବସ୍ ଚାଲିବ । ପରେ ଏହାକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ ।

ଏ ନେଇ ଭୁବନେଶ୍ୱରର କ୍ରୁଟ୍, ଏନଟିପିସି ଏବଂ ଗ୍ରୀଡକୋ ମଧ୍ୟରେ ଏକ ଏମଓୟୁ ସ୍ୱାକ୍ଷର କରାଯାଇଛି । ପର୍ଯ୍ୟାୟକ୍ରମେ ଏହାକୁ ସାରା ଓଡ଼ିଶାରେ କାର୍ଯ୍ୟକାରୀ କରାଯିବ ବୋଲି ଲକ୍ଷ୍ୟ ରଖାଯାଇଛି । ତେବେ ବସରେ ପ୍ରାୟ ୩୦-୩୫ କେଜି ଗ୍ରୀନ ହାଇଡ୍ରୋଜେନ ଟାଙ୍କି ରହିବାର ବ୍ୟବସ୍ଥା ହେବ । ତେବେ ବସରେ ପ୍ରାୟ ୩୦-୩୫ କେଜି ଗ୍ରୀନ ହାଇଡ୍ରୋଜେନ ଟାଙ୍କି ରହିବାର ବ୍ୟବସ୍ଥା ହେବ । ତେବେ ଏହି ଗ୍ରୀନ ହାଇଡ୍ରୋଜେନର ମୂଲ୍ୟ ପ୍ରାୟ ୩୦୦-୪୦୦ ଟଙ୍କା ପ୍ରତି କିଲୋ ରହିପାରେ । କଟକ ବାଲିଯାତ୍ରାରେ ଏହି ବସର ମଡେଲ ଦେଖିବାକୁ ମିଳିଛି । ଯାହା ପର୍ଯ୍ୟଟକଙ୍କ ହୃଦୟକୁ ଛୁଇଁପାରିଛି ।