ନୂଆଦିଲ୍ଲୀ: ଅନେକ ଦେଶରେ ବାଲ୍ୟ ବିବାହକୁ ରୋକିବା ପାଇ ଆଇନ ପ୍ରଣୟଣ କରାଯାଇଥିବା ବେଳେ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଉଛି । କିନ୍ତୁ ଆଜି ମଧ୍ୟ ଅନେକ ସ୍ଥାନରୁ ବାଲ୍ୟ ବିବାହ ମାମଲା ସାମ୍ନାକୁ ଆସୁଛି । ଯାହାକି ଏକ ପ୍ରକାର ଚିନ୍ତାର କାରଣ ସାଜିଛି । ଏହାରି ଭିତରେ ଇରାକ ସରକାର ଏକ ନୂଆ ଆଇନ ପ୍ରଣୟନ କରିବା ପାଇଁ ଯାଉଛନ୍ତି । ଏହା ଦ୍ବାରା ବିବାହର ବୟସ 18 ବର୍ଷରୁ 9 ବର୍ଷ ହୋଇଯିବ । ଏହା ଦ୍ବାରା ପୁରୁଷମାନେ ଛୁଆକୁ ବିବାହ କରିବେ ।
ତେବେ ଇରାକ ସରକାରଙ୍କ ଏହି ନିୟମକୁ ସୋସିଆଲ ମିଡିଆରେ ବିରୋଧ କରାଯାଉଛି । ଏହା କେବଳ ଅନ୍ତରାଷ୍ଟ୍ରୀୟ ମାନବାଧିକାର କାନୁନର ଉଲଂଘନ ନୁହେଁ ବରଂ ଏହା ସମାଜରେ ଅସମାନତା ଏବଂ ଯୌନ ଶୋଷଣକୁ ମଧ୍ୟ ପ୍ରୋତ୍ସାହିତ କରିଥାଏ । ଏହାରି ଭିତରେ ସୋସିଆଲ ମିଡିଆରେ ଏକ ନାବିଳିକାର ଭିଡିଓ ଭାଇରାଲ ହେଉଛି । ତେବେ ସେ ଗର୍ଭାବତୀ ହେବା ସହିତ ବିବାହ ହୋଇଥିବା ମଧ୍ୟ ଦାବି କରାଯାଉଛି । ଏକ୍ସରେ ୟୁଜର୍ସମାନେ ଏହି ଭିଡିଓ ସେୟାର କରୁଥିବା ବେଳେ ମୁସଲିମ ଯୁବତୀ ଜଣକ 9 ବର୍ଷର ଏବଂ ସେ ଇରାକର ନିବାସୀ ଅଟନ୍ତି । ଖେଳକୁଦ କରିବା ବୟସରେ ସେ ଗର୍ଭବତୀ ହୋଇଛନ୍ତି । ଏହା ଅତ୍ୟନ୍ତ ଦୁଃଖଦ ବୋଲି ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି ।