ଆଜିଠୁ ଆରମ୍ଭ ହେବ ଧାନକିଣା, 3100 ଟଙ୍କାରେ କିଣିବେ ସରକାର

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ପ୍ରଥମ ପର୍ଯ୍ୟାୟରେ ବରଗଡରୁ ଏହି ଧାନ କିଣା ଆରମ୍ଭ ହେବ । ଏହାପରେ ଆସନ୍ତା 22 ତାକିଖରେ ସମ୍ବଲପୁରରେ ଧାନ ସଂଗ୍ରହ ହେବ । ବରଗଡ ସମ୍ବଲପୁର ପରେ ଅନ୍ୟ ସବୁ ଜିଲ୍ଲାରେ ଧାନ ସଂଗ୍ରହ କରାଯିବ । ତେବେ ଏନେଇ ସମସ୍ତ ପ୍ରସ୍ତୁତି କରାଯଆଇଥିବା ବେଳେ ଧାନକିଣା ଠାରୁ ନେଇ ପ୍ରାପ୍ୟ ପର୍ଯ୍ୟନ୍ତ ସମସ୍ତ ବିଷୟ ଉପରେ ସରକାର ଧ୍ୟାନ ଦେବା ନେଇ କୁହାଯାଇଛି ।

ନିର୍ବାଚନ ପୂର୍ବରୁ ଘୋଷଣା କରାଯାଇଥିବା ଏମଏସପି(ଧାନର ସର୍ବନିମ୍ନ ସହାୟକ ମୂଲ୍ୟ)ରେ ରାଜ୍ୟ ସରକାର ଧାନ କିଣିବେ । ଏଣିକି 3100 ଟଙ୍କା କ୍ବିଣ୍ଟାଲ ପିଛା କିଣିବେ । କେନ୍ଦ୍ର ସରକାରଙ୍କ ଏମଏସପି ମୂଲ୍ୟ 2300 ଟଙ୍କା ରହିଥିବା ବେଳେ ରାଜ୍ୟ ସରକାର ଆଉ 800 ଟଙ୍କା ଅତିରିକ୍ତ ସବସିଡି ପ୍ରଦାନ କରିବେ । ତେବେ ଆମ ରାଜ୍ୟରେ ଏମଏସପି ରହିଥିବାରୁ ଏହା ଯେଉଁଭଳି ଆମ ରାଜ୍ୟକୁ ନଆସେ ସେଥିପ୍ରତି ମଧ୍ୟ ଅଧିକାରୀ ନିୟୋଜିତ କରାଯାଇଥିବା ଜଣାପଡିଛି । ଖରିପ ଧାନ ସଂଗ୍ରହ ପାଇଁ ରାଜ୍ୟରେ ଅଧିକାରୀମାନଙ୍କୁ ନିୟୋଜିତ କରାଯାଇଛି । ସୂଚନା ଅନୁସାରେ, ଡିସେମ୍ବର 8 ତାରିଖରେ ବରଗଡ ଜିଲ୍ଲାର ସାହେଲା ଠାରେ ରାଜ୍ୟ ସ୍ତରୀୟ କୃଷକ ସମାବେଶ ହେବ । ଏଠାରେ କୃଷକମାନଙ୍କୁ ଧାନର କୁଇଣ୍ଟାଲ ପିଛା ଅତିରିକ୍ତ ୮୦୦ ଟଙ୍କା ପ୍ରଦାନ କରାଯିବ । କଟନୀ ଛଟନୀ ଉପରେ ମଧ୍ୟ ସରକାର ଧ୍ୟାନ ଦେଇଛନ୍ତି । 4ଟି ମଣ୍ଡିକୁ ନେଇ ଗୋଟିଏ ଲେଖାଏଁ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି ।