ନୂଆଦିଲ୍ଲୀ: ଆଜିକାଲି ଦୁନିଆରେ ଅନେକ ଲୋକେ ସେୟାର ବଜାରରେ ଟଙ୍କା ନିବେଶ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି। ଏଥିସହ ଅନେକଙ୍କୁ ଏଥିରେ କ୍ଷତି ସହିବାକୁ ମଧ୍ୟ ପଡୁଛି। ତେବେ ଆସନ୍ତୁ ଜାଣିବା କେଉଁ ଷ୍ଟକ କିଣିଲେ ଆପଣ ଲାଭବାନ ହୋଇପାରିବେ। ଏଥିସହ ଆପଣ ୧୫ଦିନରେ ଭଲ ରୋଜଗାର କରିପାରିବେ। ତେବେ ଆସନ୍ତୁ ଜାଣିବା ସେହି ୮ଟି ଷ୍ଟକ କେଉଁଟି।
-ବ୍ରୋକରେଜ ଫର୍ମ ଆକ୍ସିସ ଡାଇରେକ୍ଟ ଇଣ୍ଡିଆନ ହୋଟେଲ୍ସର ସେୟାରକୁ କିଣିବା ଲାଗି ପରାମର୍ଶ ଦେଇଛି। ୧୫ ଦିନ ପାଇଁ ଏହି ସେୟାରର ଟାର୍ଗେଟ ୮୧୨ ଟଙ୍କା ଏବଂ ଷ୍ଟପଲେସ ୭୩୨ ଟଙ୍କା ଦେଇଛି। ବର୍ତ୍ତମାନ ସେୟାର ୭୫୪ ଟଙ୍କାରେ ଅଛି।
-ହାଭେଲ୍ସ ଇଣ୍ଡିଆର ସେୟାରରେ ମଧ୍ୟ ଆକ୍ସିସ ଡାଇରେକ୍ଟ ସେୟାର କିଣିବାକୁ ପରାମର୍ଶ ଦେଇଛି। ୧୫ ଦିନ ପାଇଁ ଏହି ସେୟାରର ଟାର୍ଗେଟ ୧,୭୭୭ ଟଙ୍କା ଏବଂ ଷ୍ଟପଲେସ ୧,୫୮୫ ଟଙ୍କା। ବର୍ତ୍ତମାନ ସେୟାର ୧,୬୩୨ ଟଙ୍କାରେ ଅଛି।
-ଅରୋବିନ୍ଦ ଫାର୍ମା ସେୟାରର ଟାର୍ଗେଟ ୧,୩୦୦ ଟଙ୍କା ଏବଂ ଷ୍ଟପଲେସ ୧,୨୨୮ ଟଙ୍କା। ବର୍ତ୍ତମାନ ସେୟାର ୧,୨୫୦ ଟଙ୍କାରେ ଅଛି।
-ବ୍ୟାଙ୍କ ଅଫ ବରୋଦାରେ ୧ ବର୍ଷ ପାଇଁ କିଣିବାର ପରାମର୍ଶ ଦେଇଛି ବ୍ରୋକରେଜ ଫର୍ମ ଆଇସିଆଇସିଆଇ। ଏହାର ଟାର୍ଗେଟ ୩୦୦ ଟଙ୍କା ଦିଆଯାଇଛି। ବର୍ତ୍ତମାନ ସେୟାର ୨୩୬ ଟଙ୍କାରେ ଅଛି।
-କେମପ୍ଲାଷ୍ଟ ସନମାରରରେ ଟାର୍ଗେଟ ପ୍ରାଇସ ୫୧୦ ଟଙ୍କା ଏବଂ ଷ୍ଟପଲେସ ୪୮୦ ଟଙ୍କା କୁହାଯାଇଛି।
– ଆଇନକ୍ସ ୱିଣ୍ଡର ସେୟାରର ଟାର୍ଗେଟ ପ୍ରାଇସ ୨୦୪ ଟଙ୍କା ଏବଂ ଷ୍ଟପଲେସ ୧୮୮ ଟଙ୍କା ରଖାଯାଇଛି।
-ଗୋଟିଏ-ଦୁଇ ଦିନର ଟାଇମ ଫ୍ରେମ ହିସାବରେ ଇଞ୍ଜିନିୟରିଂ ଇଣ୍ଡିଆ ସେୟାର ଟାର୍ଗେଟ ପ୍ରାଇସ ୨୦୪ ଟଙ୍କା ଏବଂ ଷ୍ଟପଲେସ ୨୮୦ ଟଙ୍କା ରଖାଯାଇଛି।
-ଅଟୋ କମ୍ପୋନେଣ୍ଟଓ ଆଣ୍ଡ ଇକ୍ୱିପମେଣ୍ଟଓ ଏନଆରବି ବିୟରିଂସରେ ମଧ୍ୟ ନିର୍ମଳ ବଙ୍ଗ କିଣିବାର ପରାମର୍ଶ ଦେଇଛି। ଗୋଟିଏ-ଦୁଇ ଦିନ ପାଇଁ ଏହି ସେୟାରର ଟାର୍ଗେଟ ପ୍ରାଇସ ୩୦୨ ଟଙ୍କା ଏବଂ ଷ୍ଟପଲେସ ୧୭୪ ଟଙ୍କା ରଖାଯାଇଛି।