କଟକ- ବାଲିଯାତ୍ରାରେ ବୈରାଗୀଙ୍କ ଜଲବା । କିଛି ମାସ ଆଗରୁ ପୁଚୁକି ଗାଲି ଗୀତକୁ ନେଇ ଚର୍ଚ୍ଚାକୁ ଆସିଥିବା ଫାଷ୍ଟଫୁଡ ଦୋକାନୀ ବୈରାଗୀ ବାଲିଯାତ୍ରାରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବାଲିଯାତ୍ରାରେ ସୋନୁ ନିଗମଙ୍କ ଷ୍ଟେଜସୋ ରାତିରେ ପୁଣି ବୈରାଗୀଙ୍କୁ ପୁଚୁକି ଗାଲି ଗୀତରେ ଝୁମିବାର ଦେଖିବାକୁ ମିଳିଛି । ପୁଣି ବୈରାଗୀ ହୋଇଛନ୍ତି ଭାଇରାଲ ।
ବାଲିଯାତ୍ରାର ଗୋଟିଏ ରାତିରେ ସୋନୁ ନିଗମଙ୍କ କନସର୍ଟ ଥିଲା । ସେହି ବାଲିଯାତ୍ରାରେ ବୈରାଗୀ ମଧ୍ୟ ତାଙ୍କ ଫାଷ୍ଟଫୁଡ ଷ୍ଟଲ ଦେଇଥିଲେ । ତେବେ ଜଗନ୍ନାଥ ଜଣାଣରୁ ସୋନୁ ତାଙ୍କ ପ୍ରୋଗ୍ରାମ ଆରମ୍ଭ କରିଥିଲେ । ସୋନୁଙ୍କ କନସର୍ଟରେ ଗୋଟିଏ ଗୀତ ଥିଲା ଓଡିଶା ସିନେମାର ଗୀତ ପୁଚୁକି ଗାଲି । ଏହି ପୁଚୁକି ଗାଲି ଗୀତ ସୋନୁ ଗାଉଥିବା ବେଳେ ଫାଷ୍ଟଫୁଡ ଦୋକାନରେ ଗ୍ରାହକଙ୍କ ଅର୍ଡର ମୁତାବକ ଖାଦ୍ୟ ପ୍ରସ୍ତୁତ କରୁଥିବା ବୈରାଗୀଙ୍କ ଶରୀରରେ ଆସିଥିଲା ମୁଭମେଣ୍ଟ । ଗୀତର ତାଳେ ତାଳେ ଅଣ୍ଟା ହଲେଇବା ଆରମ୍ଭ କରିଥିଲେ ବୈରାଗୀ ।
ଗୀତଟି ଯେତିକି ଆଗେଇଥିଲା ବୈରାଗୀଙ୍କ ବଡି ସେତିକି ଅଧିକ ମୁଭକରିଥିଲା । ଶେଷରେ ବୈରାଗୀ ଗୀତରେ ପୁରା ଝୁମି ଯାଇଥିଲେ । ବୈରାଗୀଙ୍କ ଉପରେ ଥିଲା ଗ୍ରାହଙ୍କ ନଜର । କିଛି ତ ତାଙ୍କ ଡ୍ୟାନ୍ସକୁ ରେକର୍ଡ ମଧ୍ୟ କରିବାକୁ ପଛେଇ ନ ଥିଲେ । ତେବେ ଏଠାରେ କହି ରଖୁ, ବୈରାଗୀ କିଛି ଦିନ ତଳେ ଏହି ଗୀତରେ ନାଚି ଭାଇରାଲ ହୋଇଥିଲେ । ଏମିତି କି ଗୀତରେ ଅଭିନୟ କରିଥିବା ଅଭିନେତା ତଥା ରାଜନେତା ସିଦ୍ଧାନ୍ତ ମଧ୍ୟ ବୈରାଗୀଙ୍କୁ ଭେଟିବାକୁ ନିଜକୁ ଅଟକାଇ ପାରିନଥିଲେ । ସିଦ୍ଧାନ୍ତ ବୈରାଗୀଙ୍କ କୁଣ୍ଢେଇ ପକେଇଥିଲେ ।
ସେତେବେଳେ ବୈରାଗୀ କହୁଥିଲେ କି ସେ ଗୀତ ପିକ୍ଚରାଇଜେସନ ସମୟରେ ସିଦ୍ଧାନ୍ତଙ୍କ ପଛରେ ନାଚୁଥିଲେ । କିନ୍ତୁ ତାହା ପରେ ମିଛ ବୋଲି ଜଣାପଡିଥିଲା । ହେଲେ ବୈରାଗୀ ଯେ ସିଦ୍ଧାନ୍ତଙ୍କ ଏହି ଗୀତର ବ୍ଲାଇଣ୍ଡ ଫ୍ୟାନ ଏହା ସ୍ପଷ୍ଟ ହୋଇଛି ।