ଗିରଫ ହେଲେ ବବିଙ୍କ ଭାଇ ଭବ ପ୍ରକାଶ ଦାସ, ବିଳମ୍ବିତ ରାତିରେ ଉଠାଇ ନେଇଥିଲା ପୋଲିସ୍

ଭୁବନେଶ୍ବର: ଯାହା ଆକଳନ କରାଯାଉଥିଲା ତାହା ସତ ହେଲା । ଗିରଫ ହେଲା ଭବ ପ୍ରକାଶ ଦାସ । ଗତକାଲି ବିଳମ୍ବିତ ରାତିରେ ପୋଲିସ ତାଙ୍କୁ ଅଟକ ରଖିଥିବା ବେଳେ ଆଜି ଗିରଫ କରଛି ଯାଜପୁର ପୋଲିସ । ଏହାପରେ ଭବଙ୍କୁ ଯାଜପୁର ଜିଲ୍ଲା ଦୌରାଜଜ୍ ନିକଟରେ ହାଜର କରାଯାଇଛି । ଏସଡିଜେମଙ୍କ ବାସଭବନକୁ ନିଆଯାଇଛି । ତେବେ ଏହି ଘଟଣକୁ ନେଇ କୌଣସି ଅପ୍ରିତିକର ପରିସ୍ଥିତି ଯେପରି ନଉପୁଯେ, ସେନେଇ ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି । ତେବେ ଭବଙ୍କ ଗିରଫ ପୂର୍ବରୁ ହିଁ ପରିବାର ଲୋକେ ଜାମିନ ଆବଦେନ କରିଥିବା ସୂଚନା ରହିଛି ।

ସୂଚନା ଅନୁସାରେ, ଭବଙ୍କୁ କିଛି ଘଣ୍ଟା ଧରି ପଚରାଉଚରା କରିବା ପରେ ଏସଡିଜେଏମଙ୍କ ସରକାରୀ ବାସଭବନରେ ପୋଲିସ ହାଜର କରିଛି । ଏନେଇ ଭବଙ୍କ ସ୍ବାସ୍ଥ୍ୟଗତ ସମସ୍ୟାକୁ ଦର୍ଶାଇ ପରିବାର ଲୋକେ ଜାମିନ୍ ପାଇଁ ଆବେଦନ କରିଛନ୍ତି । କିନ୍ତୁ ଜାମିନ ମିଳିଲାକି ନାହିଁ ତାହା ବର୍ତ୍ତମାନ ସୁଦ୍ଧା ଜଣାପଡି ନାହିଁ । ଏସଡିଜେଏମଙ୍କ ସରକାରୀ ବାସ ଭବନରେ ବିଚାର ବିମର୍ଶ ଜାରି ରହିଛି ।  ତବେ କୋର୍ଟ ଚାଲାଣ କରାଯିବ କି ବେଲ୍ ମିଳିବ ତାକୁ ଦେଖିବା ବାକି ରହିଛି । କହିରଖୁଛୁ କି, ଭବପ୍ରକାଶଙ୍କ ବିରୋଧରେ BNS 115(2),296,3(5), 303(2) ଓ 324(4)ରେ ମାମଲା ମଧ୍ୟ ରୁଜୁ ହୋଇଥିଲା ।