(Breaking) ବାଙ୍ଗଲାଦେଶୀ ଦେହଜୀବୀ ମାମଲା- ଆକ୍ସନ ମୋଡରେ ପୋଲିସ, ଦଲାଲ ଦମ୍ପତି ଗିରଫ, ସାମ୍ନାକୁ ଆସୁଛି ନୂଆ ତଥ୍ୟ

କଟକ- ବାଙ୍ଗଲାଦେଶୀ ନାବାଳିକା ଦେହଜୀବୀ ମାମଲାକୁ ଗୁରୁତର ସହ ନେଇଛି ପୋଲିସ । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଏହି କଳା କାରନାମା ପଛରେ ଥିବା ଏକ ଦମ୍ପତିକୁ କାବୁ କରି ନେଇଛି । ଏହି ଦମ୍ପତି କଟକ ସଦର ଅଞ୍ଚଳର । ଏହି ଦଲାଲ ଦମ୍ପତିଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଛି । ଦମ୍ପତିଙ୍କ ସମ୍ପର୍କରେ ବାଙ୍ଗଲାଦେଶୀ ନାବାଳିକା ସୂଚନା ଦେଇଥିଲେ । ପୋଲିସ ଉଭୟଙ୍କୁ ନେଇ ଏହି କାରବାର ପଛରେ ଆଉ କିଏ ଅଛନ୍ତି ତାକୁ ନେଇ ଖୋଳତାଡ ଆରମ୍ଭ କରିଛି ।

କଟକ ସଦର ଥାନା ଅଧୀନରେ ରହୁଥିବା ଏହି ଗିରଫ ଦମ୍ପତି ଓଡିଶାରେ ଦେହ ବ୍ୟବସାୟ କାରବାର ଚଳାଉଥିଲେ । ଏମାନେ ବାଙ୍ଗଲାଦେଶରୁ ସୁନ୍ଦରୀ ନାବାଳିକାଙ୍କୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ପଶ୍ଚିମ ବଙ୍ଗ ଆଣିଥିଲେ । ସେଠୁ ଓଡିଶା ଅଣାଯାଉଥିଲା । ପୋଲିସକୁ ନାବାଳିକା ନିଜ ଅଙ୍ଗେନିଭା କଥା କହିବା ପରେ ଏହି ଦମ୍ପତିଙ୍କୁ କାବୁ କରିଛି ପୋଲିସ । ଦମ୍ପତି ପୋଲିସକୁ ଏହି ଘଟଣାରେ ଆଉ ଜଣେ ମାଷ୍ଟର ମାଣ୍ଡ ଥିବା କହିଛନ୍ତି । ଆହୁରି ଅନେକ ବାଙ୍ଗଲାଦେଶୀ ଯୁବତୀ ଓଡିଶାରେ ଦେହ ବ୍ୟବସାୟରେ ଥିବା ଜଣାପଡିଛି ।

ତେବେ ମଧୁପାଟଣାର ଶ୍ରୀକୋରୁଆଁ ଅଞ୍ଚଳରୁ ପୋଲିସ ନାବାଳିକାକୁ ପାଇଥିଲା । ନାବାଳିକା ପୋଲିସକୁ କହିଥିଲା କିପରି ତାକୁ ଚାକିରି ଦେବା ବାହାନାରେ ଆଣି ଏଠି ନିର୍ଯାତନା ଦେଉଛନ୍ତି । ଦିନକୁ ୧୫ରୁ ୧୬ ଜଣ ଲୋକ ତାର ଶୋଷଣ କରୁଥିବା କହିଥିଲା ଝିଅଟି । ଯାହା ପୋଲିସର ନିଦ ହଜେଇ ଦେଇଛି ।