(Breaking) ବିଧାନସଭାର ଶୀତ ଅଧିବେଶନ ଆଗରୁ ବସିଲା ବିଜେପି ବିଧାୟକ ଦଳ ବୈଠକ

ଭୁବନେଶ୍ୱର- ଆସନ୍ତା କାଲିଠାରୁ ବିଧାନସଭାର ଶୀତକାଳୀନ ଅଧିବେଶନ ବସିବାକୁ ଯାଉଛି । ଏଥିପାଇଁ ଅଧିବେଶନ ପୂର୍ବରୁ ବିଧାନସଭାରେ ବିଜେପି ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଛି ଏହି ବୈଠକ ।ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ସାଂଗଠାନିକ ମହା ମନ୍ତ୍ରୀ ମାନସ ମହାନ୍ତି ସମସ୍ତ ବିଧାୟକ ଓ ମନ୍ତ୍ରୀ ସାମିଲ ହୋଇଥିଲେ । ଚଳିତ ବିଧାନସଭାରେ ସରକାର କେଉଁ ପ୍ରସ୍ତାବ ଆଣିବେ ଓ କଣ କାର୍ଯ୍ୟଖସଡା ରହିବ ତା ଉପରେ ବିସ୍ତୃତ ଆଲୋଚନା ହୋଇଛି ।

କାଲିଠାରୁ ଆରମ୍ଭ ହେଉଥିବା ଶୀତ ଅଧିବେଶ ବିଜେପି ସରକାରର ଏହା ଦ୍ବିତୀୟ ବିଧାନସଭା ସେସନ । ପ୍ରଥମ ଦିନରେ ଆସିବ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗୃହରେ ଆଣିବେ ଅତିରିକ୍ତ ବଜେଟ । ଏଥିସହ ଚଳିତ ଅଧିବେଶ ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ହୋଇପାରେ ବିଧାନସଭା । କାରଣ ଆମ୍ବଟାକୁଆରୁ ଗନ୍ଧମାର୍ଦ୍ଦନ ଯାଏଁ ବହୁ ପ୍ରସଙ୍ଗକୁ ମୁଦା କରିପାରନ୍ତି ବିରୋଧୀ । ବିରୋଧୀଙ୍କୁ ସାମ୍ନା କରିବା ପାଇଁ ପ୍ରସ୍ତୁତ ହୋଇଛନ୍ତି ସରକାର।

ଚଳିତ ବିଧାନସଭା ଶୀତ ଅଧିବେଶନ ପାଇଁ ୨୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି । ଡିସିପିଙ୍କ ନେତୃତ୍ୱରେ ୮ ଜଣ ଆଡିସନାଲ ଡିସିପି, ୨ କମ୍ପାନୀ ସିଆରପିଏଫ୍, ୨ ୟୁନିଟ୍ ସ୍ପେଶାଲ ଟାକ୍ଟିକାଲ୍ ୟୁନିଟ, ୪ ପ୍ଲାଟୁନ୍ ଏସଓଜି, ଡଗ୍ ସ୍କ୍ୱାଡ୍, ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ ନିୟୋଜିତ ହୋଇଛନ୍ତି । ଏହା ସହ ରାଜଧାନୀର ବିଭିନ୍ନ ସ୍ଥାନରେ ସାଧା ପୋଷାକରେ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ତେବେ ଅଧିବେଶନ ସମୟରେ ଗାନ୍ଧୀ ମାର୍ଗ ପୁରା ସିସିଟିଭି ନଜରରେ ରହିବ । ଏହା ବ୍ୟତୀତ କମିଶନରେଟ୍ ପୋଲିସ ପକ୍ଷରୁ ୮ଟି ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତ କରାଯାଇଛି ।