ନୂଆଦିଲ୍ଲୀ: ଦୀର୍ଘ ଦିନର ଅସୁସ୍ଥତା ପରେ ଏସାର ଗ୍ରୁପ୍ର ସହ-ପ୍ରତିଷ୍ଠାତା ଶଶି ରୁଆଙ୍କ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା । ପରିବାର ସୂତ୍ରରୁ ପ୍ରକାଶ ଯେ ରୁୟା, ତାଙ୍କ ଭାଇ ରବିଙ୍କ ସହ ଧାତୁରୁ ନେଇ ଟେକ୍ନୋଲୋଜି କ୍ଷେତ୍ରର କମ୍ପାନୀ ଏସାର ପ୍ରତିଷ୍ଠା କରିଥିଲେ । ୨୫ ନଭେମ୍ବର ରାତି ପ୍ରାୟ ୧୧.୫୫ରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି ।
ସେ ପ୍ରାୟ ଏକ ମାସ ପୂର୍ବରୁ ଆମେରିକାରୁ ଫେରିଥିଲେ, ଯେଉଁଠାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କର ମୃତଦେହ ମଙ୍ଗଳବାର ଦିନ ୧ ଟାରୁ ୩ ଟା ପର୍ଯ୍ୟନ୍ତ ରୁଆ ହାଉସରେ ରଖାଯିବ । ଅନ୍ତିମ ସଂସ୍କାର ରୁଆ ହାଉସରୁ ଅପରାହ୍ନ ୪ ଟାରେ ପାର୍ଥିବ ଶରୀର ଶବଦାହ ପାଇଁ ଯିବ ।
ପ୍ରଥମ ପିଢ଼ିର ଉଦ୍ୟୋଗୀ ଶିଳ୍ପପତି ଶଶି ତାଙ୍କ ପିତା ନନ୍ଦ କିଶୋର ରୁଆଙ୍କ ନିର୍ଦ୍ଦେଶନାରେ ୧୯୬୫ ମସିହାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ ।
ସେ ତାଙ୍କ ଭାଇ ରବିଙ୍କ ସହ ୧୯୬୯ ମସିହାରେ ଚେନ୍ନାଇ ବନ୍ଦରରେ ଏକ ବାହ୍ୟ ବ୍ରେକ୍ ୱାଟର ନିର୍ମାଣ କରି ଏସାରର ମୂଳଦୁଆ ପକାଇଲେ । ଇସ୍ପାତ, ତୈଳ ବିଶୋଧନ, ଅନୁସନ୍ଧାନ ଏବଂ ଉତ୍ପାଦନ, ଟେଲି ଯୋଗାଯୋଗ, ଶକ୍ତି ଏବଂ ନିର୍ମାଣ ସମେତ ଏହି ଗୋଷ୍ଠୀ ବିଭିନ୍ନ କ୍ଷେତ୍ରକୁ ବିସ୍ତାର କରିଥିଲା ।
ତାଙ୍କ ପରିବାରରେ ପତ୍ନୀ ମଞ୍ଜୁ ଏବଂ ଦୁଇ ପୁଅ ପ୍ରଶାନ୍ତ ଏବଂ ଅନସୁମାନ :-
ରୁୟାଙ୍କ ଦେହାନ୍ତରେ ସମବେଦନା ଜଣାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ସେ ଇଣ୍ଡଷ୍ଟ୍ରିରେ ଜଣେ ମହାନ ବ୍ୟକ୍ତିତ୍ୱ । ସେ କହିଛନ୍ତି ଯେ, ତାଙ୍କର ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱ ଏବଂ ଉତ୍କର୍ଷତା ପାଇଁ ଅଦମ୍ୟ ପ୍ରତିବଦ୍ଧତା ଭାରତର ବ୍ୟବସାୟିକ ଦୃଶ୍ୟକୁ ପରିବର୍ତ୍ତନ କରିଛି । ତାଙ୍କର ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ ବୋଲି ସେ ବର୍ଣ୍ଣନା କରିଛନ୍ତି ।