ନୂଆଦିଲ୍ଲୀ- ବିଏଡ କରିଛନ୍ତି କିନ୍ତୁ ଚାକିରି ମିଳିନି ବା ଚାକିରିକୁ ନେଇ ଖୁସି ନାହାନ୍ତି, ତେବେ ସଣ୍ଟ୍ରୋଲ ଟିଚର ଏଲିଜିବିଲିଟି ଟେଷ୍ଟ (ସିଟିଇଟି) ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହି ଟେଷ୍ଟ ଦେଇ ଆପଣ କେନ୍ଦ୍ରୀୟ ବିଦ୍ୟାଳୟ, ଜବାହର ନବୋଦୟ ଆଦି କେନ୍ଦ୍ର ସରକାର ଅଧୀନରେ ଆସୁଥିବା ସ୍କୁଲରେ ଶିକ୍ଷାଦାନର ସୁଯୋଗ ପାଇପାରିବେ । ତେବେ ଏହି ସିଟିଇଟି ପାଇଁ କେମିତି ପ୍ରସ୍ତୁତି କରିବେ ତାହା ଜାଣିନେବେ ଜରୁରୀ ।
ଏବେ ସିଟିଇଟି ୨୦୨୪ ପାଇଁ ବାହାରିଛି ଫର୍ମ । ପରୀକ୍ଷା ତାରିଖ ପାଖେଇ ଆସୁଛି । ତେଣୁ ପରୀକ୍ଷା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ଜରୁରୀ । ଏହି ପରୀକ୍ଷା ପାଇଁ ଘୋସିବାର ଆବଶ୍ୟକତା ନାହିଁ । ଗତ ବର୍ଷର ପ୍ରଶ୍ନ ପତ୍ରକୁ ଭଲଭାବେ ପଢନ୍ତି । ଯଦି ବିଗତ ବର୍ଷର ପ୍ରଶ୍ନକୁ ସଠିକ କରିଥିବେ ତେବେ ଆପଣଙ୍କୁ କୌଣସି ସମସ୍ୟା ହେବ ନାହିଁ । ବ୍ୟାକରଣକୁ ଶେଷ ସମୟରେ ପଢିବା ଉଚିତ ନୁହେଁ, ତଥା ଏହା ଅଧିକ ନମ୍ବରର ହୋଇନଥାଏ ।
ଯଦି ଆରମ୍ଭରୁ ପରୀକ୍ଷାର ପ୍ରସ୍ତୁତି କରୁଥାନ୍ତି ତେବେ ପ୍ରଥମେ ପରୀକ୍ଷା ପଦ୍ଧତିକୁ ଭଲଭାବେ ବୁଝିନିଅନ୍ତୁ । ପ୍ୟାଟର୍ନକୁ ବୁଝି ନିଜ ସମୟକୁ ଅଲଗା ଅଲଗା ବାଣ୍ଟି ନିଅନ୍ତୁ । ଗତ ପ୍ରଶ୍ନପତ୍ରକୁ ଭଲଭାବେ ପ୍ରାକ୍ଟିସ କରନ୍ତୁ । ଫଳରେ ଯେଉଁଥିରେ ଆପଣ ଦୁର୍ବଳ ତା ଉପରେ ଅଧିକ ଫୋକସ କରିବେ ।
ବାଳ ବିକାଶ ଓ ଶିକ୍ଷା ଶାସ୍ତ୍ର ସେକ୍ସନ ସିଟି ଇଟି ପରୀକ୍ଷାରେ ବହୁତ ମହତ୍ୱପୂର୍ଣ୍ଣ ହୋଇଥାଏ । ତେଣୁ ଏହି ସେକ୍ସନ ପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଏହି କ୍ୟାଟେଗୋରୀରେ ନମ୍ବର ରଖିବା ମଧ୍ୟ କଷ୍ଟ । ଏଥିରେ ମନୋବିଜ୍ଞାନ ଶିଖିବା ସିଦ୍ଧାନ୍ତ ଓ ଶିକ୍ଷଣ ପଦ୍ଧତି ଉପରେ ପର୍ଯ୍ୟବେଶିତ । ତେଣୁ ଏହି ବିଭାଗ ପ୍ରତି ଅଧିକ ଧ୍ୟାନ ଦେବା ଜରୁରୀ ।
ଯଦି ପରୀକ୍ଷା ପାଇଁ ପ୍ରସ୍ତୁତି କରି ସାରିଛନ୍ତି, ତେବେ ଆଉ ଥରେ ଲେଖା ସବୁ ସବ୍ଚେକ୍ଟର ରିଭିଜନ କରାଇନିଆନ୍ତୁ । ଏଥିସହ ପରୀକ୍ଷା ପାଇଁ ଅଜଥା ଚିନ୍ତା ନ କରି ନିଜର ଫିଜିକାଲ ଓ ମେଣ୍ଟାଲ ହେଲ୍ଥ ପ୍ରତି ଧ୍ୟାନ ଦିଅନ୍ତୁ ।