ନୂଆଦିଲ୍ଲୀ: ଗତ କିଛିବର୍ଷ ହେଲା ଖେଳାଯାଉଥିବା ଆବୁ ଧାବୀରେ ଖେଳାଯାଉଥିବା ଟ-୨୦ ଲିଗ ସର୍ବଦା ଚର୍ଚ୍ଚାରେ ରହିଥାଏ । ଏହା ମଧ୍ୟରେ ଏକ ଆଶ୍ଚର୍ଯ୍ୟଜନକ ଓ ଲଜ୍ଜାଜନକ ବୋଲିଂ ପ୍ରଦର୍ଶନ ସାମ୍ନାକୁ ଆସିଛି । ଶ୍ରୀଲଙ୍କା କ୍ରିକେଟର ଦାସୁନ ଶାନକାଙ୍କ ପ୍ରଦର୍ଶନକୁ ନେଇ ଏବେ ଚାରିଆଡ଼େ ଘୋର ନିନ୍ଦା କରାଯାଉଛି । ପ୍ରୋଫେସନାଲ କ୍ରିକେଟରେ ପୂର୍ବରୁ ବୋଲରଙ୍କୁ ନିର୍ଧୂମ ପ୍ରହାର କରାଯାଇଥିବାର ଦେଖିବାକୁ ମିଳିଛି । ଏପରିକି ଗୋଟିଏ ଓଭରରେ ୩୦, ୩୬ ଓ ୪୨ ରନ୍ ସଂଗ୍ରହ କରିଛନ୍ତି ବ୍ୟାଟ୍ସମ୍ୟାନ । ମାତ୍ର ଏହା ମଧ୍ୟରେ ଏକ ଅଲଗା ପ୍ରକାରର କ୍ରିକେଟ ଦେଖିବାକୁ ମିଳିଛି ।
ଖବର ମୁତାବକ, ଶ୍ରୀଲଙ୍କା କ୍ରିକେଟର ଶାନକା ମାତ୍ର ୩ଟି ବଲରେ ୩୦ ରନ୍ ଦେଇଛନ୍ତି । ମାତ୍ର ୩ଟି ବଲରୁ ଏତେ ରନ୍ କିପରି ସମ୍ଭବ ତାହା ଶୁଣିବା ପରେ ସମସ୍ତ କ୍ରିକେଟପ୍ରେମୀ ସ୍ତମ୍ଭୀଭୂତ ହୋଇପଡ଼ିଛନ୍ତି । କେବଳ ଏତିକି ନୁହେଁ, ଶାନକା ସେହି ଓଭରରେ ଏକ ଫୁଟ ଲମ୍ବର ଏକ ନୋ-ବଲ୍ ମଧ୍ୟ ଫୋପାଡ଼ିଥିଲେ । ଶାନକାଙ୍କ ଏହି ପ୍ରଦର୍ଶନକୁ ଦେଖିବା ପରେ ତାଙ୍କ ଉପରେ ଅନେକ ମ୍ୟାଚ ଫିକ୍ସିଂର ଅଭିଯୋଗ ଆଣିଚନ୍ତି । ଏହି ଖବର ଏବେ ସୋସିଆଲ ମିଡ଼ିଆର ଶିରୋନାମା ପାଲଟିଛି । ଗତ ୪-୫ ବର୍ଷ ହେଲା ଆବୁ ଧାମୀ ଟି-୨୦ ନିଜର ପରିଚୟ ସୃଷ୍ଟି କରିଥିବା ବେଳେ ସେଥିରେ ଅନେକ ବଡ଼ ବଡ଼ ଖେଳାଳି ଅଂଶଗ୍ରହଣ କରୁଚନ୍ତି । ମାତ୍ର ଶାନକାଙ୍କ ଏପରି ନିମ୍ନମାନର ବୋଲିଂକୁ ନେଇ ଅନେକ ବରିଷ୍ଠ କ୍ରିକେଟର ନାପସନ୍ଦ କରିଛନ୍ତି । ଦିଲ୍ଲୀ ବୁଲ୍ସ ଓ ବାଙ୍ଗଲା ଟାଇଗର୍ସ ମୁକାବିଲାରେ ଏହା ଦେଖିବାକୁ ମିଳିଥିଲା । ଦିଲ୍ଲୀ ପ୍ରଥମେ ବ୍ୟାଟିଂ କରି ୧୦ ଓଭରରେ ୬ ୱିକେଟରେ ୧୨୩ ରନ୍ କରିଥିଲା । ଦଳର ୮ ନମ୍ବର ବ୍ୟାଟ୍ସମ୍ୟାନ ନିଖିଲ ଚୌଧରୀ ୧୬ଟି ବଲରୁ ୭ଟି ଚୌକା ଓ ୨ଟି ଛକା ସହାୟତାରେ ସର୍ବାଧିକ ୪୭ ର୍ ସଂଗ୍ରହ କରିଥିଲେ । ନିଖିଲଙ୍କ ଠାରୁ ତାଙ୍କୁ ବୋଲିଂ କରିଥିବା ଶାନକା ବେଶ୍ ଚର୍ଚ୍ଚାରେ ରହିଥିଲା । ଶାହକା ଉକ୍ତ ଓଭରରେ ୩୩ ରନ୍ ଦେଇଥିଲେ ଓ ୩ଟି ବଲରୁ ବ୍ୟାଟ୍ସମ୍ୟାନ ୩୦ ରନ୍ ନେଇଥିଲେ । ଶାନକା ଲଜ୍ଜାଜନକ ପ୍ରଦର୍ଶନ କରି ଏକସଙ୍ଗେ ୪ଟି ନୋ-ବଲ୍ ଫୋପାଡ଼ିଥିଲେ । ଏହି ନୋ-ବଲକୁ ନେଇ ଆଇସିସି ତଦନ୍ତ କରିବା ଆବଶ୍ୟକ ବୋଲି ଅନେକ ମତ ଦେଇଛନ୍ତି ।
Dasun Shanaka in the T10 league 🥳 pic.twitter.com/CpCo9D5kiI
— Robin (@robin_rounder) November 25, 2024