ବୟଫ୍ରେଣ୍ଡର ମାୟାକୁ ବୁଝିପାରିଲେନି ମାୟା, ହୋଟେଲରେ ଏମିତି କ’ଣ ଘଟିଲା ଯେ… ରୁମରୁ ଆସିଲା ଗନ୍ଧ

ବେଙ୍ଗାଲୁରୁ : ଲଭ-ସେକ୍ସ-ଧୋକା… ରିତିମତ ଏଭଳି ଖବର ସାମ୍ନାକୁ ଆସୁଛି । ଏମିତି ପରିସ୍ଥିତି ଆସିଛି ଯେ, ପ୍ରେମିକା ହେଉ ଅବା ପ୍ରେମିକ ପରସ୍ପରକୁ ମାରିବାକୁ ମଧ୍ୟ ପଛାଉ ନାହାନ୍ତି । ଏମିତିକିଛି ଘଟିଛି ବାଙ୍ଗାଲୁରୁର ଏକ ହୋଟେଲରେ । ଅନ୍ତରଙ୍ଗ ମୁହୂର୍ତ୍ତ କାଟିବାକୁ ଯାଇଥିଲେ ପ୍ରେମୀ ଯୁଗଳ, କିନ୍ତୁ ପ୍ରେମିକାଙ୍କୁ ପଚାସଢ଼ା ଶବ ହୋଇ ଫେରିବାକୁ ପଡ଼ିଲା । ନାଁ ତାଙ୍କର ମାୟା ଗୋଗୋଇ । ସ୍ଥାନୀୟ ପ୍ରାଇଭେଟ କମ୍ପାନୀରେ କାଉନସିଲର ଭାବେ କାମ କରୁଥିଲେ । ଆରବ ନାମରେ ତାଙ୍କର ଗୋଟିଏ ବୟପ୍ରେଣ୍ଡ ବି ଥିଲା । ଗତ ୨୩ ତାରିଖରେ ମାୟା ହୋଟେଲରେ ରୁମ୍ ବୁକ୍ କରିଥିଲେ । ପ୍ରାୟ ସାଢ଼େ ୧୨ଟାବେଳେ ଦୁହେଁ ହୋଟେଲ ଲବିରେ ପହଞ୍ଚିଥିଲେ । ସେମାନେ ବେଶ୍ ଖୁସି ମଧ୍ୟ ଥିଲେ । ୨୬ ତାରିଖ ପର୍ଯ୍ୟନ୍ତ ଦୁହେଁ ସେଠାରେ ରହିଥିଲେ । କିନ୍ତୁ ମଙ୍ଗଳବାର ଦିନ ସକାଳ ପ୍ରାୟ ସାଢ଼େ ୮ଟାବେଳେ କେବଳ ବୟଫ୍ରେଣ୍ଟ ଆରବ ଏକା ହୋଟେଲରୁ ବାହାରିଯାଇଥିଲେ, ଯାହା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି । ବୁଧବାରଦିନ ରୁମରୁ ଗନ୍ଧ ଆସିବା ପରେ ହୋଟେଲ କର୍ତ୍ତୃପକ୍ଷ ଏ ନେଇ ପୋଲିସକୁ ସୂଚନା ଦେଲେ । ପୋଲିସ ପହଞ୍ଚି ରୁମରୁ ମାୟାଙ୍କ ମୃତଦେହ ପାଇଥିଲା । ମୃତଦେହଟି ସଢ଼ିଯାଇଥିବାବେଳେ ତାଙ୍କ ଶରୀରରେ ବହୁ କ୍ଷତ ଚିହ୍ନ ଦେଖିବାକୁ ମିଳିଥିଲା । ଛୁରୀ ଭୁଷିକା ଯୋଗୁ ତାଙ୍କ ଛାତିରେ ଗଭିର କ୍ଷତ ହୋଇଯାଇଥିଲା । ବେଡସିଟ୍ ଓ ତକିଆ ସବୁ ରକ୍ତାକ୍ତ ହୋଇଯାଇଥିଲା । ପରେ ଏ ନେଇ ମାୟାଙ୍କ ପରିବାରକୁ ସୂଚନା ଦିଆଯାଇଥିଲା ।

ପୋଲିସ କହିବା ଅନୁସାରେ ଆରବ ମାୟାଙ୍କୁ ମାରିବା ପ୍ଲାନରେ ହୋଟେଲ ଆସିଥିଲେ । ସେ ନିଜ ପାଖରେ ଛୁରୀ ପୂର୍ବରୁ ରଖିଥିଲେ । ସୋମବାର ଦିନ ଆରବ ମାୟାଙ୍କୁ ହତ୍ୟା କରିବା ପରେ ମୃତଦେହ ସହିତ ଗୋଟିଏ ରାତି କାଟିଥିଲେ । ଅନ୍ଲାଇନ୍ରୁ ଦୌଡ଼ି ମଧ୍ୟ ଆରବ ଅର୍ଡର କରିଥିଲେ, ଯାହା ରୁମରୁ ପୋଲିସ ଜବତ କରିଛି । ବାଙ୍ଗାଲୁରୁର ଇନ୍ଦିରାନଗର ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ଆରବ ଭଡ଼ାରେ ରହୁଥିବାବେଳେ ତାଙ୍କ ଘର କେରଳ । ସେହିପରି ମାୟା ଆସାମର, କିନ୍ତୁ ଚାକିରି ପାଇଁ ତାଙ୍କୁ ବେଙ୍ଗାଲୁରୁରେ ରହୁବାକୁ ପଡ଼ୁଥିଲା । ସ୍ଥାନୀୟ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାର ଛାନ୍ଭିନ୍ ଚଳାଇଛି । ମୁଖ୍ୟ ଅଭିଯୁକ୍ତ ଧରାପଡ଼ିବା ପରେ ହିଁ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ । ତେବେ ଘଟଣାରେ ଫେରାର୍ ଥିବା ଆରବଙ୍କୁ ଖୁବ୍ ଶୀଘ୍ର ପୋଲିସ ଧରିବ ବୋଲି ମାୟାଙ୍କ ପରିବାରକୁ ଆଶ୍ୱସନା ଦେଇଛି ।