ଭୁବନେଶ୍ୱର: ଜଏନ୍ କଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ । କାର୍ଯ୍ୟରେ ଯୋଗଦେଲେ ଭି. କାର୍ତ୍ତିକେୟନ୍ ପାଣ୍ଡିଆନଙ୍କ ପତ୍ନୀ ସୁଜାତା । ୬ମାସ ପର୍ଯ୍ୟନ୍ତ ଛୁଟିରେ ଥିଲେ । ଗତକାଲି ସୁଜାତାଙ୍କ ସାନି ଛୁଟି ଆବେଦନ ଅଗ୍ରାହ୍ୟ କରିଥିଲେ ସରକାର । ଆବେଦନରେ ସେ ଆଉ ୬ ମାସ ଛୁଟି ମାଗିଥିଲେ । ଆବେଦନ ଅଗ୍ରାହ୍ୟ କରାଯିବା ସହ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ପରାମର୍ଶ ଦିଆଯାଇଥିଲା ।
ନିର୍ବାଚନ ସମୟରେ ବିରୋଧୀ ବିଜେପି ସୁଜାତାଙ୍କ ନାମରେ ସଂଗୀନ ଅଭିଯୋଗ ଆଣିଥିଲା । ନିର୍ବାଚନ କମିଶନଙ୍କ ପାଖରେ ବିଜେପି ଅଭିଯୋଗ କରିଥିଲା କି ସୁଜାତା ସରକାରୀ ଚାକିରିରେ ରହି ସେତେବେଳେର ଶାସକ ଦଳ ବିଜେଡି ପାଇଁ କାମ କରୁଛନ୍ତି । ଏହାପରେ ସୁଜାତାଙ୍କୁ ମିଶନ ଶକ୍ତି ଦାୟିତ୍ୱରୁ ବାହାର କରି ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେଇଥିଲେ । ଦାୟିତ୍ୱ ନେବାର କିଛିଦିନ ପରେ ସେ ୬ମାସ ପାଇଁ ଛୁଟିରେ ଯାଇଥିଲେ ।