ନୂଆଦିଲ୍ଲୀ: ଦେହରାଡୁନରୁ ଆନନ୍ଦ ବିବାହର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ବୁଧବାର ଦିନ ପଥରମାଡ଼ କରାଯାଇଥିଲା । ଏହି ଘଟଣା ମେରଠରୁ ମୋଦୀନଗର ଆସିବା ସମୟରେ ଷ୍ଟେସନରୁ ୫କିମି ପୂର୍ବରୁ ଏହି ପଥରମାଡ଼ ହୋଇଛି । କିଛି ଅସାମାଜିକ ବ୍ୟକ୍ତି ଟ୍ରେନର E1 ଏବଂ C4 କୋଚ ଉପରେ ପଥର ଫୋପାଡିଛନ୍ତି । ଏହି ପଥରମାଡ଼ କାରଣରୁ ଟ୍ରେନର କାଚ ଭାଙ୍ଗିଯାଇଛି । ହେଲେ କାହାରି କିଛି କ୍ଷତି ହୋଇନାହିଁ । ଏହି ମାମଲାରେ ଏଫଆଇଆର ରୁଜୁ କରାଯାଇଛି ।
ଏହି ଟ୍ରେନ ମୋଦୀନଗରରୁ ସକାଳ ପାଖାପାଖି ୧୧ଟା ବାହାରିଥାଏ । ଏହି ଟ୍ରେନକୁ ପଥରମାଡ଼ କରିବାର ଲଗାତାର ଟାର୍ଗେଟ କରାଯାଉଛି । ରେଲୱେ ପୋଲିସ ପକ୍ଷରୁ ଜାରି କରାଯାଇଥିବା ରିପୋର୍ଟ ମୁତାବକ, ଦେହରାଡୁନରୁ ଦିଲ୍ଲୀ ଆନନ୍ଦ ବିବାହର ଯାଉଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ପୂର୍ବରୁ ମଧ୍ୟ ମୋଦୀନଗର ଅଞ୍ଚଳରେ ପଥରମାଡ଼ର ଶିକାର ହୋଇସାରିଛି । ଚତୁର୍ଥ ଥର ପାଇଁ ଆଜି ବନ୍ଦେ ଭାରତ ଟ୍ରେନକୁ ଏଠାରେ ଟାର୍ଗେଟ କରାଯାଇଛି ।