ନିର୍ମାଣ ହେବ ଜଳ ଭଣ୍ଡାର ଓ ବ୍ୟାରେଜ୍‌: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମହାନଦୀ ଅବବାହିକାରେ ଜଳ ଭଣ୍ଡାର ପ୍ରକଳ୍ପ ସହ ବ୍ୟାରେଜ୍ ନିର୍ମାଣ ହେବ । ଏହି ପ୍ରକଳ୍ପ ପାଇଁ ସର୍ବେକ୍ଷଣ ଓ ଅନୁସନ୍ଧାନ କାର୍ଯ୍ୟ ଚାଲିଛି । ଏନେଇ ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସୂଚନା ଦେଇଛନ୍ତି ।

ଆଜି ବିଧାନସଭା ଶୀତ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଉଭୟ ବିରୋଧୀ ଏବଂ ଶାସକ ଦଳର ସଦସ୍ୟଙ୍କ ପ୍ରଶ୍ନ ଓ ଉତ୍ତର ବାଣରେ ଗୃହ ବେଶ ସରଗରମ ରହିଛି ।