ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଟାର୍ଗେଟରେ ସରକାର

ଭୁବନେଶ୍ୱର- ବିଧାନସଭାରେ ରାସନ କାର୍ଡ ଇକେଓା୍ୱଇସିକୁ ନେଇ ଉଦବେଗ। ପ୍ରଶ୍ନକାଳରେ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଅଶୋକ ଦାସ। ଇକେଓା୍ୱଇସି ଦିଗହରା ହୋଇଛି। ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ଇକେଓା୍ୱଇସ କେବେ ସରିବ। ରାଜ୍ୟ ବାହାରେ ଯେଉଁ ମାନେ କାମ କରୁଛନ୍ତି ସେମାନେ ଇକେଓା୍ୱଇସିକୁ ନେଇ ଦ୍ବନ୍ଦରେ। ବାହାର ରାଜ୍ୟରେ ରହୁଥିବା କିଛି ଲୋକ ଓଡ଼ିଶା ଆସି ଋକଣଉ କରିବା ପରେ ବି ଏବେ ସେମାନଙ୍କର ଭୁଲ ବୋଲି କୁହାଯାଉଛି।

ପୁନର୍ବାର ଇକେଓା୍ୱଇସି କରିବାକୁ କୁହାଯାଉଛି। ଯେଉଁମାନେ ବାହାରକୁ ଯାଇଛନ୍ତି ସେମାନେ ଏବେ ଦ୍ବନ୍ଦରେ କି ସେମାନଙ୍କ କାର୍ଡ କଟିବ ନା ରହିବ। ଏଥିସହ ବିଧାୟକ ପଚାରିଛନ୍ତି, କେବେ ଇକେଓା୍ୱଇସି ପ୍ରକ୍ରିୟା ସରିବ । ମନ୍ତ୍ରୀ ଏ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ରଖିବାକୁ ଦାବି କରିଛନ୍ତି ବିଧାୟକ।

ସେପଟେ ବିଜେଡି ବିଧାୟକ ତୁଷାର କାନ୍ତି ବେହେରାଙ୍କ ପୁରୁଣା ସରକାର ବେଳର ଯୋଜନାର ନାମ ପରିବର୍ତ୍ତନ ନେଇ ପ୍ରଶ୍ନରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, ପୁରୁଣା ସରକାରଙ୍କ ୨୧ ଯୋଜନାର ନାଁ ବଦଳା ଯାଇଛି । ୭ ଟି ନୂଆ ଯୋଜନା କାର୍ୟ୍ୟକାରୀ କରିଛନ୍ତି। କେଉଁ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ଅଂଶ କେତେ ସେ ନେଇ ଗୃହର ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ।