(Video) ରାଜଧାନୀର ପିଛା ଛାଡୁନି ସେକ୍ସ ରାକେଟ, ଗଳି କନ୍ଦିରେ ଚାଲିଛି ବେପାର!

ଭୁବନେଶ୍ୱର- ରାଜଧାନୀରେ ଚାଲିଛି ସେକ୍ସ ରାକେଟ । ପୁଣି ଏକ ସେକ୍ସ ରାକେଟ ଠାବ । ପୋଲିସ ୪ ଯୁବତୀଙ୍କୁ ଦେହଜୀବୀଙ୍କୁ ଉଦ୍ଧାର କରିବା ସହ ସେଠାରୁ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ପୋଲିସ ମୁତାବକ ଏହି ଯୁବତୀଙ୍କ ମଧ୍ୟରେ ନାବାଳିକା ଥିବା ପରି ଲାଗୁଛି । ଖଣ୍ଡଗିରି ଅଞ୍ଚଳରେ ଚାଲିଥିବା ଏକ ସେକ୍ସ ରାକେଟ ଠାବ କରିଛି କମିଶନରେଟ ପୋଲିସ । ଠିକଣା ସ୍ଥାନରୁ ୪ ଜଣ ଦେହଜୀବୀଙ୍କୁ ଉଦ୍ଧାର କରାଯାଇଛି । ଏଥିସହ ଅନେକ ଆପତ୍ତିଜନକ ସାମଗ୍ରୀ ମଳିଥିବା ସୂଚନା ଦେଇଛି ପୋଲିସ ।

ଏହା ପୂର୍ବରୁ କମିଶନରେଟ ପୋଲିସ ଏକ ବଡ ସେକ୍ସ ରାକେଟକୁ ଠାବ କରିବା ସହ ବହୁ ବାଙ୍ଗଲାଦେଶୀ ଦେହଜୀବୀଙ୍କୁ ଠାବ କରିଥିଲା  । ବାଙ୍ଗଲାଦେଶୀ ନାବାଳିକାଙ୍କୁ ମଧ୍ୟ ଏହି କୁତ୍ସିତ ଘଟଣାରେ ଉଦ୍ଧାର କରାଯାଇଥିଲା  ।  ପୋଲିସ ନିକଟରେ ନାବାଳିକା ଯେଉଁ ତଥ୍ୟ ଦେଇଥିଲା ତାହା ପୋଲିସର ହୋସ ଉଡାଇ ଦେଇଥିଲା  ।  ନାବାଳିକାକୁ ଚାକିରି ଦେବାର ପ୍ରଲୋଭନ ଦେଖାଇ ଭାରତରେ ଅନୁପ୍ରବେଶ କରାଇବା ପରେ କୋଲକାତା ଦେଇ ଓଡିଶା ଅଣାଯାଇଥିଲା ଓ ଏକ ଦଲାଲ ଦମ୍ପତିଙ୍କ ଦ୍ବାରା ତାକୁ ଲୋକଙ୍କ ପାଖକୁ ପଠାଯାଉଥିଲା ବୋଲି କହିଥିଲା ନାବାଳିକା ।  ଏମିତି କି ଦିନରେ ତାକୁ  ୧୨ରୁ ୧୫ ଜଣ ଗ୍ରାହକଙ୍କ ପାଖକୁ ପଠାଯାଉଥିବା କହିଥିଲା ନାବାଳିକା ।

ମାମଲାରେ ପୋଲିସ ଦଲାଲ ଦମ୍ପତିଙ୍କ ସହ ବହୁ ଲୋକଙ୍କୁ ଗିରଫ କରିଥିଲା ।  ଏବେ ଖଣ୍ଡଗିରି ଅଞ୍ଚଳରୁ ସେକ୍ସ ରାକେଟ ଠାବ ହୋଇଛି ।  ଯାହା ପୋଲିସ ପ୍ରଶାସନର ପାରିଲା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟ କରୁଛି ।