ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ମୂଷା ଉପରେ କାହିଁକି ହୁଏ ପ୍ରୟୋଗ ? ଜାଣନ୍ତୁ

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ କରନ୍ତି। ତେବେ ଜାଣନ୍ତି କି ଏଭଳି କାହିଁକି କରାଯାଏ? ଜାଣନ୍ତୁ ସେ ସମ୍ପର୍କରେ..

ଚଳଚ୍ଚିତ୍ରରେ ଦେଖିଥିବେ ମଣିଷଙ୍କ ପାଇଁ ତିଆରି କରାଯାଉଥିବା କୌଣସି ଔଷଧର ପରୀକ୍ଷଣ ସିଧାସଳଖ ମଣିଷ ଉପରେ ନ କରାଯାଇ ମୂଷା ଉପରେ କରାଯାଇଥାଏ। ତେବେ ଜାଣନ୍ତିକି ଚଳଚ୍ଚିତ୍ରରେ ଦେଖାଯାଉଥିବା ଏହି ଦୃଶ୍ୟ ଆଦୌ କାଳ୍ପନିକ ନୁହେଁ। ବାସ୍ତବରେ ସେମିତି ହୋଇଥାଏ।

ଏମିତି ଦେଖିଲେ ମଣିଷ ଓ ମୂଷା ଭିନ୍ନ ଭିନ୍ନ। ଜୈବିକ ଭାବେ ମଧ୍ୟ ମଣିଷ ଓ ମୂଷା ମଧ୍ୟରେ କୌଣସି ସମାନତା ନାହିଁ। ତେବେ ଗୋଟିଏ କଥା ଯାହା ଦୁହିଁଙ୍କୁ ଏକ କରେ ତାହା ହେଉଛି ସେମାନଙ୍କ ଡିଏନ୍‌ଏ। ମୂଷାର ପ୍ରାୟ ୮୦% ଜିନ ମଣିଷ ସହ ମିଶେ। ଆମେରିକାର ଫାଉଣ୍ଡେଶନ ଫର ବାୟୋମେଡିକାଲ ରିସର୍ଚ୍ଚ ଅନୁଯାୟୀ ମଣିଷ ଓ ଲାବ୍‌ରେ ବ୍ୟବହାର ହେଉଥିବା ମୂଷାଙ୍କ ଜିନ୍‌ ପ୍ରାୟତଃ ଏକାପରି। ସରଳ ଭାଷାରେ କହିବାକୁଗଲେ ମୂଷା ଓ ମଣିଷର ଶରୀରରେ ହେଉଥିବା ଅନେକ ଜୈବିକ ପ୍ରକ୍ରିୟା ଏକାପରି। ଯେମିତି କି ମଣିଷ ଓ ମୂଷାର ଇମ୍ୟୁନ ସିଷ୍ଟମ, ମସ୍ତିସ୍କର ଗଠନ, ହର୍ମାନାଲ ସିଷ୍ଟମ ଓ ଅର୍ଗାନ ଫଙ୍କ୍‌ସନ ପ୍ରାୟତଃ ସମାନ ହୋଇଥାଏ। ସେଥିପାଇଁ ମଣିଷ ଉପରେ ଗବେଷଣା କରିବା ପୂର୍ବରୁ ମୂଷା ଉପରେ ଏକ୍ସପେରିମେଣ୍ଟ କରାଯାଏ। ଯଦ୍ଦ୍ବାରା କି ବୈଜ୍ଞାନିକଙ୍କୁ ଜଣାପଡ଼ିବ ଔଷଧର ପ୍ରଭାବ ମଣିଷ ଉପରେ କ’ଣ ପଡ଼ିପାରେ। ଏହାବାଦ ଲାବ୍‌ର ପ୍ରାଣୀ, ଖାସ୍‌କରି ମୂଷାଙ୍କୁ ଗବେଷଣା ଲାଗି ହିଁ ଜନ୍ମ କରାଯାଇଥାଏ।

ଲାବ୍‌ରେ ବ୍ୟବହାର କରାଯାଉଥିବା ଅଧିକାଂଶ ମୂଷା ଯାହାକୁ ମେଡିକାଲ ଟ୍ରାଏଲରେ ବ୍ୟବହାର କରାଯାଏ ତାହା ଇନବ୍ରେଡ୍‌ ହୋଇଥାନ୍ତି, ଯାହାଦ୍ୱାରା ମେଡିକାଲ ଟ୍ରାଏଲର ଫଳାଫଳ ଏକାପରି ଆସେ। ତା’ଛଡ଼ା ମୂଷାମାନେ ଜେନେଟିକାଲି, ବାୟୋଲୋଜିକାଲି ପ୍ରାୟ ମଣିଷ ପରି ହୋଇଥାଆନ୍ତି। ଆଉ ମଣିଷର ଅନେକ ଲକ୍ଷଣ ମୂଷାଠାରେ ଦେଖାଯାଏ। କିଛି ରିପୋର୍ଟ କହେ, ମୂଷା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ଗବେଷଣାରେ ପ୍ରୟୋଗ କରିବା ପାଇଁ। ମୂଷାଙ୍କ ଉପରେ ଗବେଷଣାର ଫଳାଫଳ ଖୁବ୍‌ଶୀଘ୍ର ମଧ୍ୟ ମିଳେ। ଏହାବାଦ୍‌ ମୂଷାଙ୍କ ରକ୍ଷଣାବେକ୍ଷଣ ଖୁବ୍‌ ସହଜ। ଏହାକୁ ଲାବ୍‌ରେ ଏକ ନିୟନ୍ତ୍ରିତ ପରିବେଶରେ ରଖାଯାଇପାରେ। ଯେଉଁଠାରେ କି ସେମାନଙ୍କ ଖାଦ୍ୟ, ଜୀବନଶୈଳୀ ଓ ବ୍ୟବହାର ଉପରେ ସହଜରେ ନଜର ରଖି ହୁଏ। ଏମାନଙ୍କ ଜୀବନ କାଳ କମ୍‌ ହେବା ସହ ଖୁବ୍‌ଶୀଘ୍ର ପ୍ରଜନନ କରନ୍ତି। ଏହାବାଦ୍‌ ଖାଦ୍ୟ, ପାଣିପାଗ, ଏୟାରକ୍ୱାଲିଟି ବି ଏକ୍ସପେରିମେଣ୍ଟ ଉପରେ କ’ଣ ପ୍ରଭାବ ପକାଏ ତାହା ମୂଷାଙ୍କ ଦ୍ୱାରା ଜଣାପଡ଼େ।

 

୨୯ ନଭେମ୍ବରରେ ଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ରବାର ଗଠିତ ଶୁଭ ଯୋଗରୁ ୫ଟି ରାଶିର ବ୍ୟକ୍ତିବିଶେଷ ଉପକୃତ ହେବେ। ତେବେ କେଉଁ ରାଶିର ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ଜ୍ୟୋତିଷ ସତ୍ୟବ୍ରତ ପାଢୀଙ୍କ ନିକଟରୁ ।

ବୃଷ ରାଶି ଆପଣଙ୍କ ପାଇଁ ଦିନଟି ଶୁଭ ହେବାକୁ ଯାଉଛି। ପରିବାରର ସଦସ୍ୟଙ୍କଠାରୁ ଭଲ ଖବର ଶୁଣିବାକୁ ପାଇପାରନ୍ତି । କାହା ସହିତ କୌଣସି ଭୁଲ ବୁଝାମଣା ଚାଲିଥିଲେ ତାହା ସମାଧାନ ହୋଇଯିବ । ଉଚ୍ଚଶିକ୍ଷା ପାଇଁ ବିଦେଶ ଯିବାକୁ ଚାହୁଁଥିଲେ ଇଚ୍ଛା ପୂରଣ ହୋଇପାରେ । କଠିନ ପରିଶ୍ରମର ଉପଯୁକ୍ତ ଫଳ ପାଇବେ । ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ । ବ୍ୟବସାୟ ଯୋଜନା ସଫଳ ହେବ । ପରିବାର ସହିତ ଗୁଣାତ୍ମକ ସମୟ ବିତାଇବାକୁ ସୁଯୋଗ ମିଳିବ । ଆଧ୍ୟାତ୍ମିକତା ପ୍ରତି ଆଗ୍ରହ ବଢିବ । ସନ୍ଧ୍ୟାରେ ଘରର ଛୋଟ ପିଲାମାନଙ୍କ ସହିତ ହସ ମଜା କରିପାରନ୍ତି ।

କନ୍ୟା ରାଶି ଆପଣଙ୍କ ପାଇଁ ଦିନଟି ଶୁଭ । ଜୀବନରେ ବିଭିନ୍ନ ସୁତ୍ରରୁ ଖୁସି ମିଳିବ । ପ୍ରତ୍ୟେକ ପଦକ୍ଷେପରେ ପରିବାର ସଦସ୍ୟ ଏବଂ ଶୁଭେଚ୍ଛୁମାନଙ୍କଠାରୁ ମଧ୍ୟ ସହାୟତା ପାଇବେ । ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଧାର୍ମିକ କାର୍ଯ୍ୟରେ ସକ୍ରିୟ ଭାବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ଦିନଟିରେ ଆପଣ ସନ୍ତୁଷ୍ଟ ଅନୁଭବ କରିପାରିବେ । ଚାକିରି କ୍ଷେତ୍ରରେ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ଆପଣଙ୍କ ପରିଶ୍ରମ ବ୍ୟର୍ଥ ହେବ ନାହିଁ । ଯଦି ଆପଣ ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଚାହାଁନ୍ତି ତେବେ କାଳ ଭୈରବଙ୍କୁ ପୂଜା କରି ଏହାକୁ ଆରମ୍ଭ କରିପାରିବେ । ସାଥୀଙ୍କ ସହ କଳହ ହେଲେ ମଧ୍ୟ ପାରସ୍ପରିକ ପ୍ରେମ ରହିବ । ଉଭୟ ନିଜ କାର୍ଯ୍ୟରେ ପରସ୍ପରକୁ ସାହାଯ୍ୟ କରିବେ । ହଠାତ୍ ସନ୍ଧ୍ୟାରେ ଜଣେ ପୁରୁଣା ବନ୍ଧୁଙ୍କୁ ଭେଟି ପାରନ୍ତି ।

ବିଛା ରାଶି ଦିନଟି ଆପଣଙ୍କୁ ଶୁଭ ଫଳାଫଳ ପ୍ରଦାନ କରିବ । ବ୍ୟକ୍ତିଗତ ସ୍ତରରେ ନୂଆ ନିଷ୍ପତି ନେଇ ଆପଣ ଲାଭ ଉପାର୍ଜନ କରିବେ । ଦୂରଯାତ୍ରାରୁ ଆପଣଙ୍କୁ ମନ ମୁତାବକ ଫଳାଫଳ ମିଳିବ । ସମାଜରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହେବେ । ନିଜ ପରିବାର ସଦସ୍ୟଙ୍କ ସହାୟତାରେ ବ୍ୟବସାୟକୁ ଆଗକୁ ବଢାଇବେ । ବିବାହ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ପ୍ରସ୍ତାବ ଆସିବ ।

 

ମୀନ ରାଶି ଆପଣଙ୍କ ପାଇଁ ଦିନଟି ଫଳପ୍ରଦ ହେବାକୁ ଯାଉଛି । ନିଜ ବୁଦ୍ଧିରେ ଅନେକ କାର୍ଯ୍ୟ ସହଜରେ ଶେଷ କରିପାରିବେ । ଆପଣଙ୍କ ସାହସ ଏବଂ ଧୈର୍ଯ୍ୟ ଶକ୍ତି ବଢିବାକୁ ଲାଗିବ । ଆପଣଙ୍କ ଶତ୍ରୁମାନେ ସେମାନଙ୍କ ଉଦ୍ୟମରେ ବିଫଳ ହେବେ । ଆପଣ କିଛି ଅର୍ଥ ଧାର୍ମିକ ଏବଂ ସାମାଜିକ କାର୍ଯ୍ୟକ୍ରମରେ ଖର୍ଚ୍ଚ କରିବେ । ଗରିବ ଏବଂ ବୃଦ୍ଧମାନଙ୍କ ସେବାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଇଚ୍ଛା ପ୍ରକାଶ କରିବେ । ଚାକିରି ବଦଳାଇବାକୁ ଚିନ୍ତା କରୁଥିଲେ କିଛି ଭଲ ସୁଯୋଗ ପାଇପାରନ୍ତି । କ୍ୟାରିୟରରେ ଅଗ୍ରଗତି ହେବ । ବ୍ୟବସାୟରେ ଭଲ ଲାଭ ହେବ ।

ମକର ରାଶି ମକର ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ବେଶ ଉତ୍ସାହିତର ଦିନ ହେବାକୁ ଯାଉଛି। ମକର ରାଶିର ବ୍ୟକ୍ତି ବେଶ ଖୁସି ରହିବେ। କିଛି ଖୁସି ଖବର ମିଳିପାରେ। ଆତ୍ମବିଶ୍ୱାସ ମଜବୁତ ହେବ। ପ୍ରେମଯୁଗଳଙ୍କ ସମ୍ପର୍କ ମଜବୁତ ହେବ। ବିବାହ ଯୋଗ ମଧ୍ୟ ରହିଛି। ବ୍ୟବସାୟୀମାନେ ମୋଟା ଅଙ୍କର ଆୟ କରିବେ। ବ୍ୟବସାୟକୁ ନେଇ ନୂଆ ସମ୍ପର୍କ ସ୍ଥାପନ କରିବେ। ସନ୍ଧ୍ୟା ସମୟରେ ପରିବାର ସହିତ ସମୟ ଅତିବାହିତ କରିବେ।