୨ଟି ବାଇକକୁ ପଟିବା ପରେ ଓଲଟିଲା ପିକଅପ୍‌, ୮ ଷଣ୍ଢ ମୃତ

ବାଲେଶ୍ୱର: ୨ଟି ବାଇକକୁ ପିଟିବା ପରେ ଓଲଟିଲା ପିକଅପ୍ ଭ୍ୟାନ । ତେବେ ପିକଅପରେ ଭର୍ତ୍ତି ୮ଷଣ୍ଢଙ୍କର ମୃତ୍ୟୁ ଘଟିଛି । ଏଥିରେ ଦୁଇଟି ବାଇକ ଆରୋହୀ ଆହତ ହୋଇଛନ୍ତି । ଏହି ଦୁର୍ଘଟଣାଟି ସଦର ଥାନା ସୁନ୍ଦୁରି ଛକ ନିକଟରେ ଘଟିଛି । ପିକଅପ୍ ଡ୍ରାଇଭରକୁ ଅଟକ ରଖି ପୋଲିସ ଜିମା ଦେଇଛନ୍ତି ଲୋକେ । ସୋର ସାହାସପୁରରୁ ବାଲେଶ୍ୱରକୁ ଚାଲାଣ ହେଉଥିଲା ଏହି ଷଣ୍ଢ ।

ଉଲ୍ଲେଖନୀୟ, ୨୮ ଅକ୍ଟୋବରରେ ଗୋଚାଲାଣ ସମୟରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ଗୋଟିଏ ଗାଈର ମୃତ୍ୟୁ ଘଟିଥିବା ବେଳେ ଅନେକ ଗାଈ ଆହତ ହୋଇଥିଲେ। ଏହି ଦୁର୍ଘଟଣାଟି ଯାଯପୁରର ଦଶରଥପୁର ଥାନା ଝୁମ୍ପୁରୀ ଛକ ନିକଟରେ ଘଟିଥିଲା। ତେବେ ଦୁର୍ଘଟଣା ପରେ ଡ୍ରାଇଭର ଫେରାର ଥିବା ବେଳେ ସ୍ଥାନୀୟ ଲୋକେ ଫସିଥିବା ଗାଈଙ୍କୁ ଉଦ୍ଧାର କରିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିଲା।