Video- Runway ଛୁଇଁବା ପୂର୍ବରୁ ପତ୍ର ପରି ଦୋହଲିଲା ବିମାନ, ଦୁର୍ଘଟଣାକୁ ଦେଖି ଲ୍ୟାଣ୍ଡ ବଦଳରେ ଟେକଅଫ କଲେ ଚାଳକ

ଚେନ୍ନାଇ- ଚେନ୍ନାଇ ବିମାନ ବନ୍ଦର ଏକ ଭୟଙ୍କର ବିମାନ ଦୁର୍ଘଟଣାରୁ ବର୍ତ୍ତିଯାଇଛି । ପାଇଲଟଙ୍କ ତକ୍ରାଳ ଓ ଦକ୍ଷ ନିଷ୍ପତ୍ତି ପାଇଁ ବଞ୍ଚିଯାଇଛି ଶତଧିକ ଯାତ୍ରୀଙ୍କ ଜୀବନ । ବତ୍ୟା ପେଙ୍ଗଲ ତାର ଗତି ବଦଳାଇସାରିଥିବା ବେଳେ କିନ୍ତୁ ତାମିଲନାଡୁର ବିଭିନ୍ନ ଅଞ୍ଚଳରେ ଭାରି ବର୍ଷା ସହ ପ୍ରଖର ପବନ ବହୁଛି । ରବିବାର ଇଣ୍ଡିଗୋର ଏକ ବିମାନ ଚେନ୍ନାଇ ବିମାନ ବନ୍ଦରରେ  ରନବେକୁ ଛୁଇଁବା ଆଗରୁ ପବନରେ ଦୋଳିଖେଳିଥିଲା । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପେଙ୍ଗଲ ବାତ୍ୟା ଚାଲିଯାଇଥିଲେ ମଧ୍ୟ ତାର ସାଇଡ ଇଫେକ୍ଟ ଏବେ ବି ତାମିଲନାଡୁରେ ରହିଛି । ଏମିତି ସମୟରେ ବିମାନ ଲାଣ୍ଡ କରିବାକୁ ରନବେ ଉପରକୁ ଅବତରଣ କରୁଥିଲା । ବିମାନର ଚକ ରନବେ ଛୁଇଁବା ଆଗରୁ ବିମାନ ପବନରେ ପତ୍ରଟିଏ ପରି ଦୋଳି ଖେଲିବା ପରି ଦୃଶ୍ୟମାନ ହୋଇଥିଲା । ତେବେ ବିମାନ ଚାଳକ କୌଣସି ଅଘଟଣର ସୂରାକ ପାଇଯାଇଥିଲେ, ତେଣୁ ରନବେରେ ବିମାନକୁ ଓହ୍ଲାଇବା ପରିବର୍ତ୍ତେ ସେ ତୁରନ୍ତ ଟେକଅଫ କରିଥିଲେ । ଫଳରେ ଏକ ବଡ ଦୁର୍ଘଟଣା ଏଡିଗଲା । ଏବେ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୟୁଜର୍ସ ପାଇଲଟଙ୍କ ବିଚକ୍ଷଣ ବିଦ୍ଧିମତାକୁ ପ୍ରଶଂସା କରୁଛନ୍ତି ।

ବାତ୍ୟା ପେଙ୍ଗଲ ସମୁଦ୍ର ତଟରେ ଅନେକ ଘଣ୍ଟା ଆଗରୁ ଧକ୍କା ଖାଇସାରିଛି । ହେଲେ ତାର ପ୍ରଭାବ ଏବେ ମଧ୍ୟ ତାମିଲନାଡୁରେ ରହିଛି । ଏହାର ପ୍ରଭାବରେ ଚେନ୍ନାଇରେ ପ୍ରବଳ ବର୍ଷା ହେଉଛି । ବିଭିନ୍ନ ସ୍ଥାନରେ ପାଣି ଭରି ଯାଇଛି । ବର୍ଷାକୁ ଦୃଷ୍ଟିରେ ରଖି ପ୍ରଶାସନ ଲୋକଙ୍କୁ ଘରେ ରହିବାକୁ ଅନୁରୋଧ କରିଛି ।