(Video) ମୁଁ ମୋ ବାଟରେ ଯାଉଥିଲି, ତମକୁ କିଏ କହିଲା ଛେଡିବାକୁ…

ଓଡିଶା ଭାସ୍କର- ମୁଁ ମୋ ବାଟରେ ଯାଉଥିଲି, ତମକୁ କିଏ କହିଲା ଛେଡିବାକୁ… । ତୁମ ନିଜ କଥା ନିଜକୁ ଅସମ୍ଭାଳ, ମୋ ସାଙ୍ଗରେ ଲାଗିଲ ତ ସମ୍ଭାଳ । ଏକ୍ସ ପ୍ଲାଟଫର୍ମରେ ଏକ ଭିଡିଓ ଦେଖି ଷଣ୍ଢ ଏମିତି କିଛି କହୁଥିବା ମନେ ହେଉଛି । ଭିଡିଓରେ ଜଣେ ବୃଦ୍ଧାଙ୍କୁ କଳା ଷଣ୍ଢ ତାର ମୁନିଆ ଶିଙ୍ଘରେ ଟେକି କଚାଡିବା ଦୃଶ୍ୟ ଦେଖିବାକୁ ମିଳୁଛି ।

ଭିଡିଓରେ ଦୃଶ୍ୟ ହେଉଛ, ଏକ ଅଣଓସାରିଆ ରାସ୍ତାରେ ଜଣେ ବୃଦ୍ଧା ବଙ୍କୁଲି ବାଡି ଧରି ଯାଉଥିବା ବେଳେ ତାଙ୍କ ବିପରିତ ଦିଗରୁ ଏକ କଳା ଷଣ୍ଢ ଆସୁଛି । ଷଣ୍ଢଟି ବୃଦ୍ଧାଙ୍କ ପାଖ ଦେଇ ଯାଉଥିଲେ ମଧ୍ୟ ବୃଦ୍ଧାଙ୍କୁ ଆକ୍ରମଣ କରୁନାହିଁ । କିନ୍ତୁ ଯେଉଁ ଗଳି ବା ଘର ଆଡକୁ ବୃଦ୍ଧା ମୁହାଁଇଥିଲେ, ସେହି ଦିଗକୁ ଷଣ୍ଢ ଅଗ୍ରସର ହେଲା । ହୁଏତ ଘରଟି ବୃଦ୍ଧାଙ୍କ ନିଜ ଘର ହୋଇଥିବ । ବୃଦ୍ଧା ତୁରନ୍ତ ବଙ୍କୁଳି ବାଡିରେ ଷଣ୍ଢର ବାଟ ଓଗାଳିବାକୁ ଚେଷ୍ଟା କଲେ । ବାଡିରେ ଷଣ୍ଢର ବେକକୁ ଆଘାତ ଦେବା କ୍ଷଣି ଷଣ୍ଢ ବୁଲିପଡି ବୃଦ୍ଧାଙ୍କୁ ଟେକି କଚାଡି ଦେଲା । ବୃଦ୍ଧା ସେହିଠାରେ ଚିତପଟାଙ୍ଗ ମାରିଥିଲେ । ତା ପରେ ଷଣ୍ଢ ବିନା ଦ୍ୱିଧାରେ ତା ରାସ୍ତାରେ ଚାଲିଯାଇଥିଲା ।

ବୃଦ୍ଧା ପଡିଥିବା ବେଳେ ସାହିର ଦୁଇ ତିନିଜଣ ଧାଇଁ ଆସି ତାଙ୍କୁ ଉଠାଇ ନେଇଥିଲେ । ଷଣ୍ଢ ଯେମିତି ବୃଦ୍ଧାଙ୍କୁ ଟେକି କଚାଡିଛି, ଏଥିରେ ବୃଦ୍ଧାଙ୍କ ଶରୀରର ସବୁ ହାଡ ଭାଙ୍ଗିଯାଇଥିବ ନିଶ୍ଚିତ । ଏହି ଭିଡିଓରେ ୟୁଜର୍ସ ବୃଦ୍ଧାଙ୍କୁ ହିଁ ଦୋଷ ଦେଇଛନ୍ତି । ତେବେ ଏହି ଭିଡିଓଟି କେଉଁ ସ୍ଥାନରେ ତାହା ଜଣାପଡିନଥିବା ବେଳେ ଏହି ଉତ୍ତର ଭାରତର କୌଣସି ସ୍ଥାନର ହୋଇଥିବା ସେମାନଙ୍କ ବେଶ ପୋଷାକରୁ ଜଣାପଡୁଛି