ଭୁବନେଶ୍ୱର: ଓଡ଼ିଆ ଫିଲ୍ମ ଜଗତ ପାଇଁ ଚିନ୍ତିତ ଆକାଶ । ବିଧାନସଭା ଶୂନ୍ୟକାଳରେ ଫିଲ୍ମ ହଲ ପ୍ରସଙ୍ଗ ଉଠାଇଲେ ବିଧାୟକ ଆକାଶ ଦାସନାୟକ । ବର୍ତ୍ତମାନ ଓଡ଼ିଆ ସିନେମା କୋମା ଆଡ଼କୁ ଯାଉଥିବା ସେ କହିଛନ୍ତି । ଓଡ଼ିଶାରେ ୫୦ରୁ ୬୦ ଫିଲ୍ମ ହଲ୍ ରହିଛି । ହେଲେ ପୁରୀରେ ଗୋଟିଏ ବି ହଲ୍ ନାହିଁ । ପ୍ରତି ବ୍ଲକରେ ମଲ୍ଟି ପର୍ପୋଜ୍ ପ୍ରେକ୍ଷାଳୟ ନିର୍ମାଣ ହେଉ ବୋଲି ସେ ପ୍ରସ୍ତାବ ଦେଇଛନ୍ତି । ପୂର୍ବ ସରକାରରେ ଗୋଟିଏ ଫିଲ୍ମ ପଲିସି ଆସିଥିଲା କୁଆଡେ ଗଲା ଜଣାନାହିଁ । ସେ ପଲିସିରେ ପରିବର୍ତ୍ତନ କରି ତାକୁ ପୁଣି ଅଣାଯାଉ । ବରପୁତ୍ରମାନଙ୍କ ଉପରେ ଫିଲ୍ମ ପାଇଁ ସବସିଡି ଦିଆଯାଉ । ଏହାଦ୍ୱାରା କଳାକାର, ଟେକ୍ନିସିଆନ୍ ସମସ୍ତଙ୍କ ଆର୍ଥିକ ସ୍ଥିତି ସୁଧୁରିବ ।