ବଜାରକୁ ଏଣ୍ଟ୍ରି କଲା HERO ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଏହାର ଜବରଦସ୍ତ ଫିଚର

ନୂଆଦିଲ୍ଲୀ: ଦିନକୁ ଦିନ ଭାରତୀୟ ବଜାରରେ ନୂଆ ନୂଆ ମଡେଲର ସ୍କୁଟର ଲଞ୍ଚ୍ ହେଉଛି । ବିଭିନ୍ନ କମ୍ପାନୀ ନିଜର ସ୍ୱତନ୍ତ୍ର ଡିଜାଇନ୍, ମୂଲ୍ୟ, ରଂଗ, ମାଇଲେଜ ଓ ଅନ୍ୟାନ୍ୟ ବୈଶିଷ୍ଟ୍ୟ ଦ୍ୱାରା ଗ୍ରାହକଙ୍କୁ ଆକର୍ଷିତ କରିବାକୁ ଚେଷ୍ଟା କରିଥାନ୍ତି । ଅଧିକାଂଶ ଭାରତୀୟ ମଧ୍ୟବିତ୍ତ ପରିବାରର ହୋଇଥିବା ବେଳେ ସେମାନେ ବଜେଟକୁ ସୁହାଇଲା ଭଳି ଗାଡ଼ି କିଣିଥାନ୍ତି ।

ଆଜିକାଲି ଇଲେକ୍ଟ୍ରିକ୍ ସ୍କୁଟର ଓ ବାଇକର ଅଧିକ କ୍ରେଜ୍ ଦେଖିବାକୁ ମିଳୁଛି । ଏଥିମଧ୍ୟରେ ବିଶ୍ୱର ସବୁଠାରୁ ବଡ଼ ଟୁ- ହ୍ୱିଲର କମ୍ପାନୀ ହିରୋ ମୋଟୋକର୍ପ ଇଲେକ୍ଟ୍ରିକ୍ ସ୍କୁଟର ସେଗମେଣ୍ଟରେ ଏକ ନୂତନ ବ୍ରାଣ୍ଡ୍ ଲଞ୍ଚ୍ କରିଛି । କମ୍ପାନୀ Vida ବ୍ରାଣ୍ଡର ନୂତନ V2 ରେଞ୍ଜ୍ ପ୍ରସ୍ତୁତ କରିଛି । କହିରଖୁଛୁ V1 ସିରିଜର ସଫଳତା ପରେ କମ୍ପାନୀ ଏବେ V2 ସିରିଜ୍ ମାଧ୍ୟମରେ ୧ ଲକ୍ଷରୁ କମ୍ ମୂଲ୍ୟ ସହ ମାସ୍ ସେଗମେଣ୍ଟରେ ଏଣ୍ଟ୍ରି କରିଛି । ବିଶ୍ୱରେ ୩୧୦୦ରୁ ଅଧିକ ଫାଷ୍ଟ ଚାର୍ଜି ଷ୍ଟେସନ୍ ଏବଂ ୫୦୦ରୁ ଉଦ୍ଧ୍ୱର୍ ସର୍ଭିସ ସେଣ୍ଟର ସହ ହିରୋ ମୋଟୋକର୍ପ ଇଲେକ୍ଟ୍ରିକ୍ ଟୁ- ହ୍ୱିଲର ସେଗମେଣ୍ଟରେ ଓଲା ଇଲେକ୍ଟ୍ରିକ୍, ଟିଭିଏସ୍ ବଜାଜ୍ ଏବଂ ଅନ୍ୟ କମ୍ପାନୀ ସହ ପ୍ରତିଦ୍ୱନ୍ଦିତା କରିବ । ହିରୋ ମୋଟୋକର୍ପ Vida V2 ସିରିଜ ଅନ୍ତର୍ଗତ ୩ଟି କଲର ଭାରିଆଣ୍ଟ ପ୍ରସ୍ତୁତ କରିଛି । ଏଥିମଧ୍ୟରୁ ସବୁଠାରୁ କମ୍ ମୂଲ୍ୟ V2 ଲାଇଟ୍, V2 ପ୍ଲସ୍ ଏବଂ V2 ପ୍ରୋ । V2 ଲାଇଟର ଏକ୍ସ- ଶୋରୁମ୍ ମୂଲ୍ୟ ୯୬, ୦୦୦, V2 ପ୍ଲସର ଏକ୍ସ- ଶୋରୁମ୍ ମୂଲ୍ୟ, ୧,୧ ୫, ୦୦୦ ଏବଂ V2 ପ୍ରୋର ଏକ୍ସ- ଶୋରୁମ୍ ମୂଲ୍ୟ ୧, ୩୫, ୦୦୦ ରହିଛି । ହିରୋ ମୋଟୋକର୍ପ Vida V2 ସିରିଜରେ ସ୍କୁଟରରେ ବୋଲ୍ଡ ଡିଜାଇନ୍ ସହ କି- ଲେସ୍ ଏଣ୍ଟ୍ରି, କ୍ରୁଜ କଣ୍ଟ୍ରୋଲ, ରିଜେନେରେଟିଭ୍ ବ୍ରେକିଂ, କଷ୍ଟମ ରାଇଡିଂ ମୋଡ୍, ଉକ୍ରୃଷ୍ଟ ହ୍ୟାଣ୍ଡଲିଂ ପାଇଁ ଟୁ୍ୟଣ୍ଡ୍ ସସପେନସନ୍, ରାଇଡର କମଫର୍ଟ, ୭ ଇଞ୍ଚର ଟିଏଫଟି ଷ୍ଟ୍ରକ୍ଚରିଂ ଇତ୍ୟାଦି ବୈଶିଷ୍ଟ୍ୟତା ରହିଛି ।

ବ୍ୟାଟେରୀ ପାୱାର ଏବଂ ରେଞ୍ଜ୍

ହିରୋ ମୋଟୋକର୍ପ Vida V2 ସିରିଜ ସ୍କୁଟରକୁ ଆଡଭାନ୍ସ ରିମୁଭେବଲ ବ୍ୟାଟେରୀ ଟେକ୍ନୋଲୋଜି ସହ ପ୍ରସ୍ତୁତ କରିଛି । ‘V2 ପ୍ରୋ’ରେ ୩.୯୪ଳଡଷ ବ୍ୟଟେରୀ, ଠ୨ ପ୍ଲସରେ 3.94kWh ବ୍ୟଟେରୀ ଏବଂ V2 ଲାଇଟରେ 3.44kWh ବ୍ୟଟେରୀ ସୁବିଧା ରହିଛି । ପର୍ମାନେଣ୍ଟ ମ୍ୟାଗନେଟ ସଙ୍କ୍ରୋନେସନ୍ ମୋଟର ସ୍ୱାରା ସଞ୍ଚାଳିତ Vida V2ରେ 6kWh ସର୍ବାଧିକ ପାୱାର ଏବଂ 25 ନ୍ୟୁଟନ ମିଟର peak torque ସୁବିଧା ରହିଛି । Vida V2 ସ୍କୁଟରରେ ୧୬୫ କିଲୋମିଟର ପର୍ଯ୍ୟନ୍ତ ସିଙ୍ଗଲ ଚାର୍ଜ ରେଞ୍ଜ ମିଳିଥାଏ ।

ସ୍ପୀଡ୍ ଏବଂ ଚାର୍ଜିଂ

ହିରୋ Vida V2 ସିରିଜର ଇଲେକ୍ଟ୍ରିକ୍ ସ୍କୁଟର ରିମୁଭେବଲ ବ୍ୟାଟେରୀ ପ୍ୟାକ୍ ସହ ଘରେ ସହଜରେ ଚାର୍ଜ କରିହେବ । ଏହା ସର୍ବନିମ୍ନ ୬ ଘଣ୍ଟାରେ ୮୦% ଚାର୍ଜିଂ ହୋଇଥାଏ । ସ୍କୁଟରଟି ମାତ୍ର ୨.୯ ସେକେଣ୍ଡରେ ଘଣ୍ଟା ପ୍ରତି ୦-୪୦ କିମି ସ୍ପୀଡରେ ଗତି କରିପାରିବ । ଏହାର ସର୍ବାଧିକ ସ୍ପୀଡ୍ 90Kmph । ଏହି ସ୍କୁଟରରେ ଇକୋ, ରାଇଡ୍, ସ୍ପୋର୍ଟ ଏବଂ କଷ୍ଟମ ଭଳି ୪ଟି ମୋଡରେ ରାଇଡିଂ ସୁବିଧା ଉପଲବ୍ଧ ।