ଭୁବନେଶ୍ୱର- ଆସନ୍ତା ୨୦ ତାରିଖରେ ହେବାକୁ ଯାଉଛି ରାଜ୍ୟସଭାର ୬ ସିଟ ପାଇଁ ଉପନିର୍ବାଚନ । ଏଥିରେ ଓଡିଶାର ଗୋଟିଏ ଆସନ ମଧ୍ୟ ରହିଛି । ଉପନିର୍ବାଚନ ଆଗରୁ ବିଜେପି ସୁଜିତ କୁମାରଙ୍କୁ ହିଁ ରିପିରଟ କରିବ ବୋଲି ଆଜି ସଙ୍କେତ ଦେଇଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଅବଶ୍ୟ ସାମଲ ସୁଜିତଙ୍କୁ ହିଁ ଟିକେଟ ମିଳିବ, ଏହା କହି ନାହାନ୍ତି । କିନ୍ତୁ ତାଙ୍କ ବୟାନ ସ୍ପଷ୍ଟ କରିଛି ସେ ନୁହଁନ୍ତି ସୁଜିତ କୁମାର ବିଜେପିରୁ ରାଜ୍ୟସଭା ପ୍ରାର୍ଥୀ ହେବ ।
ଆଜି ସଭାପତି ମନମୋହନ ସାମଲ କରିଛନ୍ତି, ମୁଁ ରାଜ୍ୟସଭା ଦୌଡରେ ନାହିଁ । କାହାକୁ ରାଜ୍ୟସଭାକୁ ପଠାଯିବ ତାହା ଦଳର ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ସାମଲଙ୍କୁ ଖାଲି ସ୍ଥାନରେ ବିଜେପି ରାଜ୍ୟସଭାକୁ ପଠେଇବାକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାକୁ ନେଇ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଏମିତି କହିଛନ୍ତି ବିଜେପି ରାଜ୍ୟ ସଭାପତି । ବିଜେପି ଏକ ଜାତୀୟ ଦଳ ହୋଇଥିବାରୁ ସଂସଦୀୟ କମିଟିର ନିଷ୍ପତ୍ତି ମୁତାବକ ପ୍ରାର୍ଥୀ ଚୟନ ହେବ ।
ସାମଲଙ୍କ ଏହି ବୟାନ ସ୍ପଷ୍ଟ କରୁଛି କି, ସୁଜିତ ଛାଡିଥିବା ଆସନରେ ତାଙ୍କୁ ହିଁ ଦଳ ରିପିଟ କରିବ । ଏହାକୁ ନେଇ ରାଜ୍ୟର କିଛି ବରିଷ୍ଠ ସାମ୍ବାଦିକ ମଧ୍ୟ ପୂର୍ବାନୁମାନ କରି ସାରିଛନ୍ତି । ତେବେ କିଛି କହୁଥିଲେ, ମନମୋହନଙ୍କ ପାଇଁ ରାଜ୍ୟରେ ବିଜେପି ସରକାର ଗଠନ ସମ୍ଭବ ହୋଇଛି । ତାଙ୍କ ଜିଦି ହିଁ ମେଣ୍ଟ ବାଟରୁ କେନ୍ଦ୍ରୀୟ ନେତୃତ୍ୱ ଓହରିଥିଲେ । କିନ୍ତୁ ସେ ନିଜେ ପରାଜୟ ବରଣ କରିଥିବାରୁ ତାଙ୍କ ରାଜ୍ୟ ସଭାକୁ ପଠାଇ ବିଜେପି ତାଙ୍କୁ ସମ୍ମାନିତ କରିବ ।
କିନ୍ତୁ ରାଜନୀତି ବିଶାରଦ କହୁଥିଲେ, ବିଜେପି ରାଜ୍ୟସଭାରେ ଦୁର୍ବଳ ସ୍ଥିତିରେ ଅଛି । ତେଣୁ ଅପର ହାଉସରେ କୌଣସି ବିଲ ପାସ କରାଇବା ତା କେନ୍ଦ୍ର ସରକାର ପାଇଁ କଷ୍ଟକର ହେବ । ଯାହାକୁ ଦେଖି ବିଜେପିକୁ ରାଜ୍ୟ ସଭାରେ ନିଜ ସ୍ଥିତି ସୁଦୃଢ କରିବ । ହେଲେ ଯଦି ସୁଜିତଙ୍କ ଜାଗାରେ ମନମୋହନ ବା ଅନ୍ୟ କୌଣସି ଆଗ ଧାଡିର ନେତାଙ୍କୁ ବିଜେପି ରାଜ୍ୟ ସଭାକୁ ପଠାଏ, ତେବେ ଆଗାମୀ ଦିନରେ ବିଜେଡିର ରାଜ୍ୟସଭା ସାଂସଦ ବିଜେପିକୁ ଆସିବା ବାଟ ବନ୍ଦ ହୋଇଯିବ । କିନ୍ତୁ ମମତାଙ୍କ ପରି ସୁଜିତ କୁମାରଙ୍କୁ ରାଜ୍ୟ ସଭାକୁ ପଠାଇବା ଦ୍ୱାରା ଏହା ଅସନ୍ତୁଷ୍ଟ ବିଜେଡି ସାଂସଦଙ୍କୁ ବିଜେପି ପ୍ରତି ଆକୃଷ୍ଟ କରିବ । ସେମାନେ ଜାଣିବେ, ପଦ ଛାଡିଲେ ମଧ୍ୟ ବିଜେପି ସେମାନଙ୍କ ଛାଡିଥିବା ପଦ ଫେରାଇ ଦେବ ।
ଏବେ ସୁଜିତ କୁମାର ରାଜ୍ୟସଭାକୁ ଗଲେ ସେ ୨୦୨୬ ଯାଏଁ ରହିବେ, ଯାହା ବିଜେଡିରେ ହୋଇଥାନ୍ତା । ଅର୍ଥାତ୍ ବିଜେଡିର ସାଂସଦ ପଦ ଛାଡିବା ତାଙ୍କ ପାଇଁ କ୍ଷତି ପହଞ୍ଚାଇନାହିଁ । ଅନ୍ୟପଟେ ଏହି ପରି ଆନ୍ଧ୍ରପ୍ରଦେଶରେ ମଧ୍ୟ ଦୁଇ ୱାଇଏସଆର କଂଗ୍ରେସରୁ ଦୁଇ ରାଜ୍ୟ ସଭା ସାଂସଦଙ୍କୁ ବିଜେପି ଆଣି ତାର ସହଯୋଗୀ ଦଳରେ ସାମିଲ କରାଇଛି । ଆନ୍ଧ୍ରରେ ଟିଡିପିର କେହି ରାଜ୍ୟ ସଭା ସାଂସଦ ନ ଥିଲେ ।
ଏହି ପ୍ରକ୍ରିୟା ଆଗକୁ ଜାରି ରହିବା ଦ୍ୱାରା ଅସନ୍ତୁଷ୍ଟମାନେ ପଦରୁ ଇସ୍ତଫା ଦେଇ ବିଜେପି ବା ତାର ସହଯୋଗୀ ଦଳଗୁଡିକରେ ସାମିଲ କରେଇ ପୁଣି ସେମାନଙ୍କୁ ରାଜ୍ୟସଭାକୁ ପଠାଇବା ସହ ନିଜ ସ୍ଥିତି ରାଜ୍ୟସଭାରେ ସୁଦୃଢ କରିବା ହେଉଛି ବିଜେପିର ଲକ୍ଷ୍ୟ ।