ଟମାଟୋ, ଆଳୁ Villain…… ଭେଜ୍, ନନ୍ ଭେଜ୍ ଥାଳି ଭିତରେ ଜୋରଦାର ଟକ୍କର

ନୂଆଦିଲ୍ଲୀ: କ୍ରିସିଲ୍ ମାର୍କେଟ ଇଣ୍ଟେଲିଜେନ୍ସ ଆଣ୍ଡ ଆନାଲିଟିକ୍ସ ରୁଟି-ରାଇସ୍ ରିପୋର୍ଟ ଜାରି କରିଛି । ରିପୋର୍ଟ ଅନୁସାରେ ନଭେମ୍ବର ମାସରେ ଘରେ ପ୍ରସ୍ତୁତ ଭେଜ୍ ଥାଳି ଦାମ୍ କମିଛି । କିଛିମାସ ପରେ ଏହି ଭେଜ୍ ଥାଳିରେ ପରିବର୍ତ୍ତନ ଆସିଛି । କ୍ରିସିଲ ରିପୋର୍ଟ ମୁତାବକ ଭେଜ୍ ଥାଳି ଦାମ୍ ୨% କମିଛି । ଅନ୍ୟପକ୍ଷେ ନନ୍ ଭେଜ୍ ଥାଳି ଦାମରେ କୌଣସି ପରିବର୍ତ୍ତନ ଆସିନାହିଁ ।

ରିପୋର୍ଟ ମୁତାବକ ଟମାଟୋ ଦର ୧୭% କମିଛି । ଅକ୍ଟୋବରରେ ମଧ୍ୟପ୍ରଦେଶ ମହାରାଷ୍ଟ୍ର ଏବଂ ଗୁଜୁରାଟରୁ ଟମାଟୋର ଫ୍ରେସ ସପ୍ଲାଇ ହୋଇଥିଲା । ଟମାଟୋର ଦର କମିବା ଦ୍ୱାରା ରେଟ୍ କମ୍ ହୋଇଛି । ଅନ୍ୟପକ୍ଷେ ଭେଜିଟେବୁଲ ଅଏଲ, ପିଆଜ ଏବଂ ଆଳୁ ଦାମ୍ ବଢ଼ିବା କାରଣରୁ ଭେଜ୍ ଥାଳି ଦାମ୍ କମି ନ ଥିଲା । ଆଳୁ ଓ ପିଆଜ ରପ୍ତାନୀ ଓ ଆମଦାନୀ ଠିକ୍ ଭାବେ ହୋଇନ ଥିଲା । ରିପୋର୍ଟ ମୁତାବକ ଆଳୁ ସପ୍ଲାଇରେ ୨୭% ଏବଂ ପିଆଜ ସପ୍ଲାଇ୨୮% କମ୍ ହୋଇଛି । ନନ୍ ଭେଜ୍ ଥାଳିରେ ବାର୍ଷିକ ୨% ବୃଦ୍ଧି ପାଇଥିବାବେଳେ ଭେଜ୍ ଥାଳି ବାର୍ଷିକ ୭% ବୃଦ୍ଧି ପାଇଛି । ବ୍ରଏଲର କୁକୁଡ଼ା ରେଟ୍ ୨% ବଢ଼ିଛି । ଯେଉଁକାରଣରୁ ନନ୍ ଭେଜ୍ ଥାଳି ରେଟ୍ ସ୍ଥିର ରହିଛି । ରିପୋର୍ଟ ଅନୁସାରେ ଡିସେମ୍ବର ମାସରେ ଉଭୟ ଭେଜ୍ ଥାଳି ଓ ନନ୍ ଭେଜ୍ ଥାଳିର ରେଟ୍ ହ୍ରାସ ପାଇବ । କାରଣ ଡିସେମ୍ବରରେ ନୂଆ ଫସଲ ଅମଳ ଆରମ୍ଭ ହେବ । ବଜାରକୁ ନୂଆ ଫସଲ ଆସିବା ପରେ ସେଗୁଡ଼ି ପୂର୍ବ ଅପେକ୍ଷା କମ୍ ଦରରେ ବିକ୍ରି ହେବ ।